ଦୃଷ୍ଟାନ୍ତ ସାଜିଲେ ଦିବ୍ୟାଙ୍ଗ ଜୋମାଟୋ ଡେଲିଭରି ବଏ; ହ୍ୱିଲ୍ ଚେୟାରରେ ଯାଇ କରୁଛନ୍ତି ଖାଦ୍ୟ ଡେଲିଭରି: ଭିଡିଓ ହେଲା ଭାଇରାଲ୍

Advertisment
ଦୃଷ୍ଟାନ୍ତ ସାଜିଲେ ଦିବ୍ୟାଙ୍ଗ ଜୋମାଟୋ ଡେଲିଭରି ବଏ; ହ୍ୱିଲ୍ ଚେୟାରରେ ଯାଇ କରୁଛନ୍ତି ଖାଦ୍ୟ ଡେଲିଭରି: ଭିଡିଓ ହେଲା ଭାଇରାଲ୍

ନୂଆଦିଲ୍ଲୀ: ନିତିଦିନିଆ ଧାଁଦୌଡ଼ ଜୀବନ ଭିତରେ ଆମେ ଅନେକଙ୍କୁ ଦେଖୁ; ଯେଉଁମାନେ ଜୀବନରେ ସାହସ ଓ ସମ୍ମାନ ସହିତ ବଞ୍ଚିବାର ସୂତ୍ର ଆମକୁ ଦେଖାଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ସଂପ୍ରତି ଜଣେ ଜୋମାଟୋ ଡେଲିଭରି ବଏଙ୍କ ଭିଡିଓ ଭାଇରାଲ୍ ହୋଇଛି। ଏହି ଭାଇରାଲ୍ ଭିଡିଓ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁଛି; ଯେଉଁଥିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହ୍ୱିଲ୍ ଚେୟାରରେ ଘରକୁ ଘର ଯାଇ ଖାଦ୍ୟ ଯୋଗାଉଛନ୍ତି ।

ଅନେକ ସମୟରେ ଏପରି ଭିଡିଓ ଇଣ୍ଟରନେଟରେ ଦେଖାଯାଇଥାଏ, ଯାହା ଆମକୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। ଏହି ଭାଇରାଲ୍ ଭିଡିଓ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଦୁର୍ବଳତାକୁ ଅତିକ୍ରମ କରି ଜୀବନର ଏକ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରୁଛନ୍ତି । ଭିଡିଓ ଆରମ୍ଭରେ, ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି କିପରି ହ୍ୱିଲ୍ ଚେୟାରରେ ଅଛନ୍ତି ଏବଂ ଖାଦ୍ୟ ଡେଲିଭରି କରୁଛନ୍ତି । ତେବେ ସେହି ହ୍ୱିଲ୍ ଚେୟାରଟି ମୋଟର ଦ୍ବାରା ଚାଲୁଛି ସେଥିଲାଗି ସେ ସହଜରେ ଯାତ୍ରା କରିପାରୁଛନ୍ତି ।

ଡେଲିଭରି ବଏଙ୍କର ଏହି ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓ ଦେଖିବା ପରେ, ଉପଭୋକ୍ତାମାନେ ଡେଲିଭରି ବଏଙ୍କୁ ଅଭିବାଦନ ଜଣାଉଛନ୍ତି । ଉପଭୋକ୍ତାମାନେ ନିଜ ନିଜର ମନ୍ତବ୍ୟ ମାଧ୍ୟମରେ ଡେଲିଭରି ବଏଙ୍କ ପାଇଁ ପ୍ରଶଂସାର ସୁଅ ଛୁଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe