MyCareersFuture
ନୂଆଦିଲ୍ଳୀ: ଜଣେ କର୍ମଚାରୀ ତାଙ୍କ ବସ୍କୁ ଏକ ନିଆରା ଅନ୍ଦାଜରେ ଇସ୍ତଫା ପତ୍ର ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ସାର୍ ମଜା ଆସୁନାହିଁ’। କର୍ମଚାରୀଙ୍କର ଏହି ଇସ୍ତଫା ପତ୍ର ଏବେ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ବିଟର୍ରେ ଉକ୍ତ ଇସ୍ତଫା ପତ୍ରଟିକୁ ସେୟାର୍ କରି ଲେଖିଛନ୍ତି, ‘ଏହି ପତ୍ରଟି ଖୁବ୍ ଛୋଟ କିନ୍ତୁ ଭାରି ଗଭୀର। ଏହା ଏକ ସାଂଘାତିକ ସମସ୍ୟା ଯାହାକୁ ଆମେ ସମସ୍ତେ ସମାଧାନ କରିବା ଉଚିତ।’
ଏହି ଇସ୍ତଫା ପତ୍ରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏପରି ଇସ୍ତଫା ପତ୍ର ଲେଖି ପାରିବାର ଆଟିଟ୍ୟୁଡ୍ ଭଗବାନ ସମସ୍ତଙ୍କୁ ଦିଅନ୍ତୁ।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସିଧା ସଳଖ କଥା କୁହାଳି ପରିକା ଲାଗୁଛନ୍ତି।’
ଏହା ପୂର୍ବରୁ ମଧ୍ୟ ଏକ ଇସ୍ତଫା ପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଇସ୍ତଫା ପତ୍ରରେ କର୍ମଚାରୀଜଣକ ମାତ୍ର ୩ଟି ଶବ୍ଦ ଲେଖିଥିଲେ। ତାହା ଥିଲା ‘ବାୟ ବାୟ ସାର୍’। ସେହି ଇସ୍ତଫା ପତ୍ରଟିକୁ ଦେଖି ମଧ୍ୟ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଆନନ୍ଦିତ ହୋଇଥିଲେ।
/sambad/media/post_attachments/wp-content/uploads/2022/06/Untitled-41-300x266.jpg)
Follow Us