୪୦ କର୍ମଚାରୀଙ୍କୁ ୭୦କୋଟି ଟଙ୍କା ବାଣ୍ଟିଲା କମ୍ପାନି

Advertisment
୪୦ କର୍ମଚାରୀଙ୍କୁ ୭୦କୋଟି ଟଙ୍କା ବାଣ୍ଟିଲା କମ୍ପାନି

 ନୂଆଦିଲ୍ଲୀ: ଚାଇନାର ଏକ କ‌ର୍ପୋରେସନ ତାର କର୍ମଚାରୀମାନଙ୍କୁ ବର୍ଷ ଶେଷରେ ପ୍ରୋତ୍ସାହନ ବାବଦକୁ ଦେଇଥିବା ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମ୍ପାନିର ମାଲିକ ପ୍ରାୟ ୭୦ କୋଟି ଟଙ୍କା ତାଙ୍କ ୪୦ ଜଣ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଜଣାପଡ଼ିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରି ୧୭ରେ ହେନାନ ପ୍ରଦେଶର ଏକ କ୍ରେନ୍ ଉତ୍ପାଦନକାରୀ ସୋସିଆଲ ମିଡିଆରେ ଏହି ଘଟଣାର ଫୁଟେଜ ପୋଷ୍ଟ କରିଥିଲେ। ପୋଷ୍ଟ ‌ହେବା କ୍ଷଣି ଏହା ଭାଇରାଲ ହୋଇ ଯାଇଥିଲା। ଫୁଟେଜରେ, କମ୍ପାନିର ବାର୍ଷିକ ପାର୍ଟି ସମୟରେ ମଞ୍ଚ ଉପରେ ପ୍ରାୟ ଦୁଇ ମିଟର ଉଚ୍ଚତାର ଏକ ଟଙ୍କା ବଣ୍ଡଲ ଗଦା ହୋଇଥିବା ଦେଖିବାକୁ ମିଳିଥିଲା।

କମ୍ପାନିର ଜନସମ୍ପର୍କ ବିଭାଗର ଜଣେ ମ୍ୟାନେଜରଙ୍କ ସୂତ୍ରରୁ ପ୍ରକାଶ ଯେ, ‘ ହେନାନ ଖଣି ସଂସ୍ଥାର ତିନିଟି ସର୍ବୋତ୍ତମ ପ୍ରଦର୍ଶନକାରୀ ବିକ୍ରୟ ପରିଚାଳକଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ, ୩୦ରୁ ଅଧିକ କର୍ମଚାରୀଙ୍କୁ ଏକକୋଟି ୨୦ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ମିଳିଥିଲା।

ଏଥିସହିତ ଉକ୍ତ ମଞ୍ଚରେ ପ୍ରତିଯୋଗିତା ବି କରାଯାଇଥିଲା। ଏହି ପ୍ରତିଯୋଗିତାରେ କର୍ମଚାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲା। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଏ କେତେ ନୋଟ ଗଣି ପାରିବେ ସେନେଇ ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଯିଏ ଅଧିକ ନୋଟ୍ ଗଣିଥିଲେ ତାଙ୍କୁ ୧୯,୦୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, କଳା ସୁଟ୍ ଏବଂ ଲାଲ୍ ସ୍କାର୍ଫ୍ ପିନ୍ଧିଥିବା ଏକ ଗୋଷ୍ଠୀ ମଞ୍ଚରୁ ହାତରେ ଟଙ୍କା ଧରି ଆସୁଥିବା ଦେଖିବାକୁ ମିଳୁଛି।

ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ହେନାନ୍ ମାଇନ୍ ନାମକ ଏହି କମ୍ପାନି ୫,୧୦୦ ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି । ଏହି କମ୍ପାନି ୨୦୨୨ ମସିହାରେ ୯.୧୬ ବିଲିୟନ ୟୁଆନର ଆୟ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe