ଚୀନରେ କାମ ସାରିବା ପରେ ଏହି କାରଣ ପାଇଁ ଅଫିସରେ ଶୋଉଛନ୍ତି କର୍ମଚାରୀ, ମିଳୁଛି ୨୩ହଜାର ଟଙ୍କା

ଚୀନରେ କାମ ସାରିବା ପରେ ଏହି କାରଣ ପାଇଁ ଅଫିସରେ ଶୋଉଛନ୍ତି କର୍ମଚାରୀ, ମିଳୁଛି ୨୩ହଜାର ଟଙ୍କା

ନୂଆଦିଲ୍ଲୀ: ଚୀନରେ କାମ ସାରିବା ପରେ ଅଫିସରେ ଶୋଉଛନ୍ତି କର୍ମଚାରୀ। ସବୁଠାରୁ ବଡ଼ କଥା ହେଲା ଶୋଇବା ପାଇଁ କର୍ମଚାରୀଙ୍କୁ ମିଳୁଛି ଟଙ୍କା। ହଜାର କି ୨ହଜାର ନୁହେଁ, ପ୍ରତି କର୍ମଚାରୀଙ୍କୁ ୨୩ହଜାର ଟଙ୍କା ଲେଖାଏଁ ମିଳୁଥିବା ଜଣାପଡ଼ିଛି। ତେବେ ଏହା ପଛରେ ରହିଛି ବଡ଼ କାରଣ। ଚୀନରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଦେଉନାହିଁ କମ୍ପାନି। ବାହାରକୁ ଗଲେ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଅଫିସ ଭିତରେ ରହି କାମ କରିବାକୁ କମ୍ପାନି ନିଜ କର୍ମଚାରୀଙ୍କୁ କହିଛି। ଏଥିପାଇଁ ସେ ୨୩ହଜାର ଟଙ୍କା ମଧ୍ୟ ପ୍ରଦାନ କରୁଛି।

ସୂଚନା ମୁତାବକ, ଏବେ ଚାଇନାର ମୁଖ୍ୟ ସହର ସାଂଘାଇରେ ଲକଡାଉନ ଚାଲିଛି। ଚାଇନାର ଏହି ସହରରେ ୧ହଜାରରୁ ଅଧିକ ଆର୍ଥିକ ପ୍ରତିଷ୍ଠାନ ରହିଛି। ଏଥି ସହିତ, ଚାଇନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟ ସାଂଘାଇରେ ଅଛି। 'ସିଏନଏନ' ର ରିପୋର୍ଟ ଅନୁଯାୟୀ ଟ୍ରେଡର୍ସ ଏବଂ ଫଣ୍ଡ ମ୍ୟାନେଜରଙ୍କୁ ପ୍ରତି ରାତିରେ ଅଫିସରେ ରହିବାକୁ ୬ ହଜାରରୁ ୨୩ହଜାର ଟଙ୍କା ଦିଆଯାଉଛି| ଏଥି ସହିତ, ଅନେକ କମ୍ପାନି କର୍ମଚାରୀଙ୍କ ପାଇଁ ଡେସ୍କ ନିକଟରେ ଫୋଲ୍ଡିଂ ବେଡ୍ ମଧ୍ୟ ଲଗାଇଛି। କେତେକ ସଂସ୍ଥା କର୍ମଚାରୀମାନଙ୍କୁ ଶୋଇବା ପାଇଁ ଶଯ୍ୟା, ସାବୁନ୍ ଏବଂ ଖାଦ୍ୟ ମଧ୍ୟ ଯୋଗାଉଥିବା ଜଣାପଡ଼ିଛି।

ସୋମବାରଠାରୁ ସାଂଘାଇରେ ଲକଡାଉନ୍ ଆରମ୍ଭ ହୋଇଥିବା ‌ବେଳେ ଏହି କାରଣରୁ ସାଂଘାଇର ପୂର୍ବ ଭାଗରେ ଥିବା ପୁଡଙ୍ଗ ସହରରେ ୧କୋଟି ୧୦ଲକ୍ଷ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଏଥି ସହିତ, ଶୁକ୍ରବାର ଠାରୁ ସାଂଘାଇର ପଶ୍ଚିମ ଭାଗରେ ଲକଡାଉନ୍ ଆରମ୍ଭ ହେଉଛି। ଏହା ଦ୍ବାରରା ୧କୋଟି ୪୦ଲକ୍ଷ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe