‘ଏଣ୍ଡୋମେଟ୍ରିଓସିସ୍‌’ ଗର୍ଭାଶୟ ସହ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରେ

Advertisment

ଆଜିକାଲି ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଥିବା ବେଳେ ଋତୁସ୍ରାବ ସମୟରେ ଅସହନୀୟ ଯନ୍ତ୍ରଣା, ଅତ୍ୟଧିକ ଋତୁସ୍ରାବ, ଯୌନସମ୍ବନ୍ଧ ସମୟରେ ଯନ୍ତ୍ରଣା ଅନୁଭୂତ ହେବା ତଥା ବନ୍ଧ୍ୟାଦୋଷ ଆଦି ଅନେକଙ୍କଠାରେ ଦେଖିବାକୁ ମିଳୁଛି।

ଆଜିକାଲି ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଥିବା ବେଳେ ଋତୁସ୍ରାବ ସମୟରେ ଅସହନୀୟ ଯନ୍ତ୍ରଣା, ଅତ୍ୟଧିକ ଋତୁସ୍ରାବ, ଯୌନସମ୍ବନ୍ଧ ସମୟରେ ଯନ୍ତ୍ରଣା ଅନୁଭୂତ ହେବା ତଥା ବନ୍ଧ୍ୟାଦୋଷ ଆଦି ଅନେକଙ୍କଠାରେ ଦେଖିବାକୁ ମିଳୁଛି।

gdgdvcvfg
ଆଜିକାଲି ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଥିବା ବେଳେ ଋତୁସ୍ରାବ ସମୟରେ ଅସହନୀୟ ଯନ୍ତ୍ରଣା, ଅତ୍ୟଧିକ ଋତୁସ୍ରାବ, ଯୌନସମ୍ବନ୍ଧ ସମୟରେ ଯନ୍ତ୍ରଣା ଅନୁଭୂତ ହେବା ତଥା ବନ୍ଧ୍ୟାଦୋଷ ଆଦି ଅନେକଙ୍କଠାରେ ଦେଖିବାକୁ ମିଳୁଛି। ଏହାର କାରଣ ‘ଏଣ୍ଡୋମେଟ୍ରିଓସିସ୍’ ହୋଇପାରେ ବୋଲି ଡାକ୍ତରମାନେ କହୁଛନ୍ତି। ‘ଏଣ୍ଡୋମେଟ୍ରିଓସିସ୍’ ହେଉଛି ଏଭଳି ଏକ ଅବସ୍ଥା ଯେଉଁଠାରେ ଗର୍ଭାଶୟର ଆସ୍ତରଣ ଭଳି ଟିସୁ ଗର୍ଭାଶୟ ବାହାରେ ବଢ଼ିଥାଏ। ଆସନ୍ତୁ ଏଣ୍ଡୋମେଟ୍ରିଓସିସ୍ ସମ୍ପର୍କରେ ଟିକେ ଅଧିକ ଜାଣିବା। 
 ଏଣ୍ଡୋମେଟ୍ରିଓସିସ୍ କେବଳ ଋତୁସ୍ରାବଜନିତ ସମସ୍ୟା କି?
ଏଣ୍ଡୋମେଟ୍ରିଓସିସ୍ ସମସ୍ୟା ଥିଲେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୋଇଥାଏ। ହେଲେ ଏହା ଏକମାତ୍ର ଲକ୍ଷଣ ନୁହେଁ। ଏହି ରୋଗରେ ପୀଡ଼ିତ ହେଲେ ମାସିକ ଋତୁସ୍ରାବ ଠିକ୍ ରହେ ନାହିଁ ଓ ଅଧିକ ରକ୍ତସ୍ରାବ ହୋଇଥାଏ। ଡିମ୍ବାଶୟ ଉପରେ ମାଂସ ବଢ଼ିଯାଏ ବା ସିଷ୍ଟ୍‌ ହେବାରୁ ସେଥିରୁ ଅଣ୍ଡା ନିର୍ଗତ ହୋଇପାରେ ନାହିଁ। ଫଳରେ ସେହି ମହିଳାମାନେ ବନ୍ଧ୍ୟାଦୋଷର ଶିକାର ହେବାର ଆଶଙ୍କା ଅଧିକ ରହିଛି। 
 ଗର୍ଭଧାରଣ କଲେ ଏଣ୍ଡୋମେଟ୍ରିଓସିସ୍ ଭଲ ହୋଇଯାଏ? 
ଗର୍ଭଧାରଣ ସମୟରେ ହରମୋନ୍ ପରିବର୍ତ୍ତନ କାରଣରୁ ସମସ୍ୟା କିଛି ମାତ୍ରାରେ କମିଯାଇପାରେ ହେଲେ ଏଣ୍ଡୋମେଟ୍ରିଓସିସ୍ ଆଦୌ ଭଲ ହୋଇନଥାଏ। ପ୍ରସବ ପରେ ଅନେକ ମହିଳାଙ୍କଠାରେ ପୁଣି ଥରେ ଏଣ୍ଡୋମେଟ୍ରିଓସିସ୍ ସମସ୍ୟା ଦେଖାଯାଏ, କେତେକ ମହିଳା ଗର୍ଭାବସ୍ଥା ସମୟରେ ମଧ୍ୟ ଏଣ୍ଡୋମେଟ୍ରିଓସିସ୍ କାରଣରୁ ଯନ୍ତ୍ରଣା ଅନୁଭବ କରିଥାନ୍ତି। ଡାକ୍ତରଙ୍କ ପରାମର୍ଶରେ ନିୟମିତ ଚିକିତ୍ସାରେ ରହିଲେ, ଏଣ୍ଡୋମେଟ୍ରିଓସିସ୍ ଭଲ ହୋଇଥାଏ।
 ହିଷ୍ଟେରେକ୍ଟୋମି ବା ଗର୍ଭାଶୟ କାଢ଼ିବା ଏଣ୍ଡୋମେଟ୍ରିଓସିସ୍‌ର ଅନ୍ତିମ ଚିକିତ୍ସା କି?
କେତେକ ମହିଳା ହିଷ୍ଟେରେକ୍ଟୋମ୍‌ ଦ୍ୱାରା କିଛି ମାତ୍ରାରେ ଏଣ୍ଡୋମେଟ୍ରିଓସିସ୍‌ରୁ ଆଶ୍ବସ୍ତ ଅନୁଭବ କରିଥା’ନ୍ତି। କିନ୍ତୁ ଏହା ଅନ୍ତିିମ ବା ନିଶ୍ଚିତ ଉପଚାର ନୁହେଁ। ଗର୍ଭାଶୟ କାଢ଼ି ଦେବା ପରେ ମଧ୍ୟ ଅନ୍ୟ ଅଂଶରେ ଏଣ୍ଡୋମେଟ୍ରିଆଲ୍‌ ସଦୃଶ ତନ୍ତୁ ରହିପାରେ, ଯାହାକି ପରବର୍ତ୍ତୀ ସମୟରେ ପୁଣିଥରେ ଯନ୍ତ୍ରଣାର କାରଣ ହୋଇପାରେ। ଏଣ୍ଡୋମେଟ୍ରିଓସିସ୍ ସମ୍ପୂର୍ଣ୍ଣ ଉପଚାର ପାଇଁ ଡାକ୍ତରଙ୍କ ପରାମର୍ଶରେ ରହିବା ଉଚିତ।
 ଏଣ୍ଡୋମେଟ୍ରିଓସିସ୍ କେବଳ ପ୍ରଜନନତନ୍ତ୍ରକୁ ପ୍ରଭାବିତ କରିଥାଏ କି?
ଏଣ୍ଡୋମେଟ୍ରିଓସିସ୍ ପ୍ରଜନନତନ୍ତ୍ର ସହିତ ଅନ୍ୟାନ୍ୟ ଅଙ୍ଗମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ। କେତେକ ମହିଳାଙ୍କ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ; ଯାହାକି ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ।
 ଏଣ୍ଡୋମେଟ୍ରିଓସିସ୍‌ କ’ଣ ମହିଳାଙ୍କଠାରେ ଅତି ସ‌ାଧାରଣ?
ଆମ ରାଜ୍ୟରେ ପ୍ରତି ୧୦ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏଣ୍ଡୋମେଟ୍ରିଓସିସ୍‌ର ଶିକାର ହୋଇପାରନ୍ତି। ଏଣ୍ଡୋମେଟ୍ରିଓସିସ୍ ସମ୍ପର୍କରେ ସଚେତନତା ଓ ପ୍ରାଥମିକ ସ୍ତରରେ ସଠିକ୍ ଚିକିତ୍ସା ଅଭାବ କାରଣରୁ ଅନେକ ମହିଳା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅଭିଜ୍ଞ ଡାକ୍ତରଙ୍କଠାରୁ ସଠିକ୍ ଚିକିତ୍ସା ଦ୍ୱାରା ଏହି ଯନ୍ତ୍ରଣାରୁ ଉପଶମ ମିଳିଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe