ପରିବେଶ ଯୋଦ୍ଧା: ପେସାରେ ଯନ୍ତ୍ରୀ ନିଶାରେ ପ୍ରକୃତି ପ୍ରେମୀ

୧୯୫୯ ମସିହାରେ ପୁରୀ ସହରରେ ଜନ୍ମିତ ମନୋରଞ୍ଜନ ମିଶ୍ର ବୃତ୍ତିରେ ଜଣେ ଯନ୍ତ୍ରୀ ହୋଇଥିବା ବେଳେ ସଂପ୍ରତି ସେ ପରିବେଶ ବିକାଶକୁ ନିଶା ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ବେସରକାରୀ ସଂସ୍ଥାରେ ୩୦ ବର୍ଷ ଧରି ବଡ଼ ପଦପଦବିରେ କାର୍ଯ୍ୟ କରିବା ପରେ ପ୍ରକୃତି ଓ ପରିବେଶର ସେବାରେ ନିଜକୁ ନିୟୋଜିତ କରିଛନ୍ତି।

adaddaxzzx

୧୯୫୯ ମସିହାରେ ପୁରୀ ସହରରେ ଜନ୍ମିତ ମନୋରଞ୍ଜନ ମିଶ୍ର ବୃତ୍ତିରେ ଜଣେ ଯନ୍ତ୍ରୀ ହୋଇଥିବା ବେଳେ ସଂପ୍ରତି ସେ ପରିବେଶ ବିକାଶକୁ ନିଶା ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ବେସରକାରୀ ସଂସ୍ଥାରେ ୩୦ ବର୍ଷ ଧରି ବଡ଼ ପଦପଦବିରେ କାର୍ଯ୍ୟ କରିବା ପରେ ପ୍ରକୃତି ଓ ପରିବେଶର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ସେ ଯୁବାବସ୍ଥାରୁ ପ୍ରକୃତି ଓ ପରିବେଶ ସଂରକ୍ଷଣ କାର୍ଯ୍ୟରେ ସକ୍ରିୟ ଅଛନ୍ତି। ୨୦୧୯ ମସିହାରେ ଅବସର ଗ୍ରହଣ ପରେ ଆଉ କୌଣସି ବୃତ୍ତିଗତ କାର୍ଯ୍ୟରେ ନିୟୋଜିତ ନହୋଇ ରାଜ୍ୟର ସର୍ବପୁରାତନ ପରିବେଶ ସୁରକ୍ଷା ଅନୁଷ୍ଠାନ ‘ଓଡ଼ିଶା ପରିବେଶ ସମିତି’ରେ ଜଣେ ଆଜୀବନ ସଭ୍ୟ ଭାବରେ ଯୋଗ ଦିଅନ୍ତି ମନୋରଞ୍ଜନ। ପରେ ସେ ଯୁଗ୍ମ ସମ୍ପାଦକ ଏବଂ ବର୍ତ୍ତମାନ ସମ୍ପାଦକ ହିସାବରେ ସମିତିର କାର୍ଯ୍ୟ ଭାର ଗ୍ରହଣ କରନ୍ତି। ଏହି ସମିତିରେ ସମସ୍ତେ ବିନା ପାରିଶ୍ରମିକରେ ସ୍ବଇଚ୍ଛାରେ ସେବା ପ୍ରଦାନ କରୁଛନ୍ତି। 

ତାଙ୍କ ବଳିଷ୍ଠ ନେତୃତ୍ୱରେ, ସମସ୍ତ ସଭ୍ୟଙ୍କ ସହଯୋଗରେ ଗତ ପାଞ୍ଚ ବର୍ଷ ମଧ୍ୟରେ, ଓଡ଼ିଶା ପରିବେଶ ସମିତି ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍କୁଲ୍‌, କଲେଜ ଓ ଗାଁରେ ୨୨୫ରୁ ଅଧିକ ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରିଛି। ୩୪,୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ୫୪,୨୫୦ ଚାରା ରୋପଣ କରାଯାଇଛି। ସେ ଭୁବନେଶ୍ୱର ମହାନଗର ନିଗମର ସହଯୋଗରେ ବିଶ୍ବ ଐତିହ୍ୟ ସ୍ଥଳ ଖଣ୍ଡଗିରି-ଉଦୟଗିରି ପାହାଡ଼ ଓ କ୍ୟାପିଟାଲ୍ ହସ୍ପିଟାଲ୍ ପରିସର ତଥା ସହରର ଅନ୍ୟାନ୍ୟ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ କରାଇଛନ୍ତି। ପରିବେଶ ପ୍ରଦୂଷଣ, ଜଳ ସଞ୍ଚୟ, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ବର୍ଜନ, ସହରୀ ଆବର୍ଜନା ପରିଚାଳନା ଇତ୍ୟାଦି ପ୍ରସଙ୍ଗରେ ସଚେତନତା ସୃଷ୍ଟି ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
ଏହା ବ୍ୟତୀତ ଅନେକ ସମାଜସେବୀ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ ସାମାଜିକ, ସାଂସ୍କୃତିକ ଓ ପରିବେଶ ସଚେତନତା ସମ୍ପର୍କୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥାଆନ୍ତି। ୨୦୨୨ ମସିହାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ତାଙ୍କୁ ‘ପ୍ରକୃତି ବନ୍ଧୁ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ପରିବେଶ ସମିତି ମଧ୍ୟ ମନୋରଞ୍ଜନଙ୍କୁ ୨୦୨୪ରେ ଏନଭିରନମେଣ୍ଟ କ୍ରୁସେଡର୍‌ ପୁରସ୍କାର ପ୍ରଦାନ କରିଥିଲା। ଚଳିତ ବର୍ଷ ରୋଟାରି କ୍ଲବ, ଭୁବନେଶ୍ୱର ପକ୍ଷରୁ ତାଙ୍କୁ ‘ବରିଷ୍ଠ ନାଗରିକ ସମ୍ମାନ’ ପ୍ରଦାନ କରାଯାଇଛି। 

ସମାଜ ମଙ୍ଗଳ ପାଇଁ ସେ ନିଜର ନିଃସ୍ବାର୍ଥପର ସେବା ମାଧ୍ୟମରେ ‘ପୃଥିବୀକୁ ପ୍ରାକୃତିକ ସମ୍ପଦ ଓ ସୁସ୍ଥ ପରିବେଶ ଫେରାଇ ଦେବା’ ଦର୍ଶନରେ ବିଶ୍ୱାସ କରନ୍ତି, ଯାହା ବର୍ତ୍ତମାନ ତାଙ୍କ ଜୀବନର ମନ୍ତ୍ର। ବର୍ତ୍ତମାନ ପୃଥିବୀ ଓ ମାନବ ଜାତି ବଞ୍ଚିବା ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ପରିବେଶଗତ ସମସ୍ୟା। ତେଣୁ, ପରିବେଶ ସଂରକ୍ଷଣ ଓ ସୁରକ୍ଷାର ମହାନ କର୍ମ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯେପରି ଜାରି ରହିବ ତାହା ହିଁ ତାଙ୍କର ଅନ୍ତିମ ଅଭିଳାଷ। ୧୯୮୨ ମସିହାରେ ବୁର୍ଲା ଇଂଜିନିୟରିଂ କଲେଜ୍‌ରୁ ବି.ଏସ୍.ସି. ଇଞ୍ଜିନିୟରିଂ (ମେକାନିକାଲ) ଡିଗ୍ରି ହାସଲ କରି ସେ ଏଲ୍ ଆଣ୍ଡ୍ ଟି କମ୍ପାନିରେ ଇଞ୍ଜିନିୟର ଭାବରେ ଯୋଗ ଦେଇଥିଲେ। ସେଠାରେ ୩୦ ବର୍ଷର କାର୍ଯ୍ୟକାଳ ପରେ ସେ ଏକ ବହୁରାଷ୍ଟ୍ରୀୟ ଧାତୁ ପ୍ରଯୁକ୍ତି କମ୍ପାନିର ଏକମାତ୍ର ଉତ୍ପାଦନ ୟୁନିଟର ଉପସଭାପତି ଏବଂ ମୁଖ୍ୟ ଭାବରେ ଯୋଗ ଦିଅନ୍ତି ଏବଂ ସେଠାରୁ ଅବସର ଗ୍ରହଣ କରନ୍ତି। ତାଙ୍କ ବୃତ୍ତିଗତ ଜୀବନରେ ସେ ବିଭିନ୍ନ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା, ଦର୍ଶନ ଏବଂ ସଂସ୍କୃତି କ୍ଷେତ୍ରରେ ବିବିଧତାକୁ ଅନୁଧ୍ୟାନ କରିବା ପାଇଁ ଭାରତର ବିଭିନ୍ନ ପ୍ରାନ୍ତ ତଥା ଜର୍ମାନୀ, ୟୁକେ, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ଇସ୍ରାଏଲ, ବେଲଜିୟମ, ଜାପାନ, ଚୀନ୍, ଇତ୍ୟାଦି ଦେଶରେ ବ୍ୟାପକ ଭାବରେ ଭ୍ରମଣ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe