ଜର୍ମାନୀରେ ବହୁଲୋକଙ୍କ ସମାଗମ କଲେ ୪ଲକ୍ଷ ଟଙ୍କା ଜରିମାନା : ଇଞ୍ଜିନିୟର ଚିନ୍ମୟ ରାୟ

Advertisment
ଜର୍ମାନୀରେ ବହୁଲୋକଙ୍କ ସମାଗମ କଲେ ୪ଲକ୍ଷ ଟଙ୍କା ଜରିମାନା : ଇଞ୍ଜିନିୟର ଚିନ୍ମୟ ରାୟ

ଜଗତସିଂପୁର ଜିଲ୍ଲାର ସଫ୍ଟୱେର୍‌ ଇଞ୍ଜିନିୟର ଚିନ୍ମୟ ରାୟ ଜର୍ମାନୀର ହେସେନ୍‌ ରାଜ୍ୟର ନ୍ୟୁ ଇସେନ୍‌ବର୍ଗରେ ପତ୍ନୀ ଓ ଶିଶୁପତ୍ରଙ୍କ ସହିତ ରହୁଛନ୍ତି। ହେସେନ୍‌ରେ କରୋନା ୧୮୭ଜଣଙ୍କ ଜୀବନ ନେଇଥିବା ବେଳେ ୬୪୭୦ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ଚିନ୍ମୟ କହିଛନ୍ତି। ସେଠାରେ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌କୁ ଲୋକମାନେ ପାଳନ କରୁଛନ୍ତି। ସେଠ‌ାରେ ପୁଲିସ ଲୋକଙ୍କୁ ମାଡ଼ମାରେ ନାହିଁ। ଜର୍ମାନୀର ୧୬ଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟରେ କର୍ଫ୍ୟୁ ଲଗାଯାଇଛି। ଓଡ଼ିଶା ଭଳି ଏଠାରେ ଲୋକମାନେ କୋଭିଡ-୧୯ ପରୀକ୍ଷାକୁ ଭୟ କରୁ ନାହାନ୍ତି। କୋଭିଡ୍-୧୯ ପରୀକ୍ଷା ପାଇଁ ଡାକ୍ତରଖାନା ଯିବାକୁ ପଡୁନାହିଁ। ପରୀକ୍ଷାକେନ୍ଦ୍ରକୁ ଗଲେ ଗାଡ଼ି ଭିତରେ ହିଁ ନମୁନା ସଂଗ୍ରହ କରାଯାଉଛି। ଡାକ୍ତରଖାନାକୁ ଗଲେ ସଂକ୍ରମଣ ଆଶଙ୍କା ଥିବାରୁ ଏହି ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଘରକୁ ପଳାଇଆସୁଛି। ଦୈନିକ ମାତ୍ର ଜଣେ ବାହାର ଲୋକ ସହିତ ମିଳାମିଶି କରିପାରେ। ଅଧିକ ଲୋକଙ୍କ ସହିତ ମିଶିବା ତଥା ସମାଗମ କଲେ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। କରୋନା ବ୍ୟାପିବା ପରେ ୭୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ନିମୋନିଆରୁ ରକ୍ଷା କରିବା ପାଇଁ ଟୀକା ପ୍ରଦାନ କରାଯାଇଥିଲା ବୋଲି ସେ କହିଛନ୍ତି।

(ଜର୍ମାନୀରେ ରହୁଥିବା ସଫ୍ଟୱେର୍‌ ଇଞ୍ଜିନିୟର ଚିନ୍ମୟ ରାୟଙ୍କ ସହ ଆଲୋଚନା କରିଥିଲେ ଯାଜପୁର ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ।)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe