ବୃହତ୍ତମ ମୌଳିକ ସଂଖ୍ୟାର କଳନା

ବୃହତ୍ତମ ମୌଳିକ ସଂଖ୍ୟାର କଳନା

ସଂଖ୍ୟା ସାରଣୀରେ ଯେଉଁ ସଂଖ୍ୟାଗୁଡ଼ିକ ୧ ଓ ନିଜ ଛଡ଼ା ଅନ୍ୟ କୌଣସି ସଂଖ୍ୟା ଦ୍ବାରା ବିଭାଜିତ ହୁଅନ୍ତି ନାହିଁ, ସେଗୁଡ଼ିକୁ ମୌଳିକ ସଂଖ୍ୟା କୁହାଯାଏ। ଉଦାହରଣ ସ୍ବରୂପ ୧, ୨, ୩, ୫, ୭, ୧୧... ଇତ୍ୟାଦି ଇତ୍ୟାଦି। ସୁତରାଂ ୧ ହେଉଛି କ୍ଷୁଦ୍ରତମ ମୌଳିକ ସଂଖ୍ୟା ଏବଂ ଆଗକୁ ଆଗକୁ ଅନେକ ବୃହତ୍ତର ମୌଳିକ ସଂଖ୍ୟା ମିଳିବେ। ସେହିପରି ୨ ହେଉଛି ଏକମାତ୍ର ଯୁଗ୍ମ ସଂଖ୍ୟା ଯାହା ମୌଳିକ ମଧ୍ୟ। ଏମିତି ଶହେ ମଧ୍ୟରେ କିଛି ହାତଗଣତି ମୌଳିକ ସଂଖ୍ୟା ଆମେ କହି ଦେଇ ପାରିବା। ତେବେ କୌତୂହଳୀ ଗଣିତଜ୍ଞମାନେ ନୂଆ ନୂଆ ତଥା ବୃହତ୍ତର ମୌଳିକ ସଂଖ୍ୟାର ସନ୍ଧାନ ଚାଲୁ ରଖିଛନ୍ତି। ତାହା ନିର୍ଣ୍ଣୟ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସୂତ୍ର ନାହିଁ। ମାତ୍ର କୌଣସି ସଂଖ୍ୟା ମୌଳିକ ନା ନୁହେଁ ତାହା ନିର୍ଦ୍ଧାରଣ କରିହେବ। ତେବେ ୨ ଭିନ୍ନ ଅନ୍ୟ ଯେ କୌଣସି ମୌଳିକ ସଂଖ୍ୟା ନିଶ୍ଚିତ ଭାବରେ ଅଯୁଗ୍ମ ହୋଇଥିବ। ଅର୍ଥାତ୍‌ ତାହା ୨ର ଯେ କୌଣସି ଗୁଣଫଳରୁ ୧ ବିୟୋଗ କରାଯାଇଥିବ। ସୁବିଧା ପାଇଁ ୨ର ବିଭିନ୍ନ ଘାତରୁ ୧ ବିୟୋଗ କରି ତାହା ମୌଳିକ କି ନୁହେଁ ପରୀକ୍ଷା କରାଯାଇଥାଏ।

ସୁତରାଂ ଉତ୍ସାହୀ ଗଣିତଜ୍ଞମାନେ ଏପରି ବହୁ ଅଙ୍କବିଶିଷ୍ଟ ସଂଖ୍ୟାକୁ ପରୀକ୍ଷା ନିରୀକ୍ଷା କରି ଦିନକୁ ଦିନ ବୃହତ୍ତର ମୌଳିକ ସଂଖ୍ୟା ନିର୍ଣ୍ଣୟ କରି ଚାଲିଛନ୍ତି। ତେବେ ଅଦ୍ୟାବଧି (ଗତ ମେ’ ମାସ ସୁଦ୍ଧା) ନିର୍ଣ୍ଣୟ ହୋଇଥିବା ନୂତନ ମୌଳିକ ସଂଖ୍ୟାଟି ହେଉଛି ଦୁଇ କୋଟି ଅଠଚାଳିଶ ଲକ୍ଷ ବାଷଠି ହଜାର ଅଠଚାଳିଶ ଅଙ୍କ (୨,୪୮,୬୨,୦୪୮) ବିଶିଷ୍ଟ। ଏଥିରୁ ସଂଖ୍ୟାଟି କେଡ଼େ ବଡ଼ ସହଜରେ ଅନୁମେୟ। ଦୁଇ(୨)କୁ ନିଜ ସହ ୮,୨୫,୮୯,୯୩୩ ଥର ଗୁଣି ସେଥିରୁ ୧ ବିୟୋଗ କଲେ ଏହି ମୌଳିକ ସଂଖ୍ୟାଟି ମିଳିପାରିବ। ଏକ କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଆବିଷ୍କାର କରାଯାଇଛି। ଏହି ସଂଖ୍ୟାର ପ୍ରଥମ ଓ ଶେଷ କୋଡ଼ିଏ ଅଙ୍କ ସମ୍ବଳିତ କଳେବରଟି ନିମ୍ନୋକ୍ତ ପ୍ରକାରର ହେବ: ୧୪୮୮୯୪୪୪୫୭୪୨୦୪୧୩୨୫୫୪.....୩୭୯୫୧୨୧୦୩୨୫୨୧୭୯୦୨୫୯୧।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe