ଚର୍ଚ୍ଚାରେ ୧୫ଜଣ ରାଣୀଙ୍କୁ ଧରି ବିମାନବନ୍ଦରରେ ପହଞ୍ଚିଥିବା ରାଜା

Advertisment

ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟଙ୍କ ଅଛନ୍ତି ୧୫ଜଣ ପତ୍ନୀ, ୩୦ଜଣ ସନ୍ତାନ ଓ ୧୦୦ଜଣ ସହାୟକ।ରାଜା ମସ୍ବାତି ତୃତୀୟ ୧୯୮୬ ମସିହାରୁ ଏସ୍ବାତିନିର ରାଜା ଅଛନ୍ତି।  ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧ ବିଲିୟନ ବୋଲି ଆକଳନ କରାଯାଇଛି।

ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟଙ୍କ ଅଛନ୍ତି ୧୫ଜଣ ପତ୍ନୀ, ୩୦ଜଣ ସନ୍ତାନ ଓ ୧୦୦ଜଣ ସହାୟକ।ରାଜା ମସ୍ବାତି ତୃତୀୟ ୧୯୮୬ ମସିହାରୁ ଏସ୍ବାତିନିର ରାଜା ଅଛନ୍ତି।  ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧ ବିଲିୟନ ବୋଲି ଆକଳନ କରାଯାଇଛି।

Untitled-11 (1)

ଆବୁଧାବି: ଅନେକ କାହାଣୀ, ଧାରାବାହିକ ଓ ସିନେମା ଆଦିରେ ଆମେ ପଢ଼ିଛେ ବା ଦେଖି ରାଜାଙ୍କର ଅନେକ ରାଣୀ ଥାଆନ୍ତି। ଏହି କ୍ରମେ ଦେଖିବାକୁ ଗଲେ ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟ ବି ତାଙ୍କ ରାଣୀମାନଙ୍କ ପାଇଁ ତଥା ରାଜକୀୟ ଜୀବନଶୈଳୀ ପାଇଁ ଚର୍ଚ୍ଚା ଓ ସମାଲୋଚନା ଉଭୟର ପାତ୍ର ହୋଇଥାଆନ୍ତି।

ରାଜା ମସ୍ବାତି ତୃତୀୟ ୧୯୮୬ ମସିହାରୁ ଏସ୍ବାତିନିର ରାଜା ଅଛନ୍ତି।  ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧ ବିଲିୟନ ବୋଲି ଆକଳନ କରାଯାଇଛି। ତାଙ୍କର ଅନେକ ଭବ୍ୟ ପ୍ରାସାଦ, ବିଳାସପୂର୍ଣ୍ଣ କାର ଏବଂ ବ୍ୟକ୍ତିଗତ ଜେଟ ମଧ୍ୟ ଅଛି। ନିକଟରେ ମସ୍ବାତି ତାଙ୍କର ୧୫ଜଣ ପତ୍ନୀ ଏବଂ ୩୦ଜଣ ସନ୍ତାନ ଓ ୧୦୦ଜଣ ସହାୟକଙ୍କ ସହ ଆବୁଧାବି ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା। କିନ୍ତୁ ହଠାତ ରାଜାଙ୍କ ସହିତ ଏତେମାତ୍ରାରେ ଲୋକଙ୍କୁ ଦେଖି ଆବୁଧାବି ବିମାନବନ୍ଦରରେ ସୁରକ୍ଷା ଏକ ଚ୍ୟାଲେଞ୍ଜ ପାଲଟି ଯାଇଥିଲା। ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ତିନୋଟି ଟର୍ମିନାଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ବି ଭାଇରାଲ ହୋଇଛି। 

ରାଜା ମସ୍ବାତି ତୃତୀୟଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଅନେକ ଲୋକ ସମାଲୋଚନା କରି କହିଥାଆନ୍ତି, ‘ଏହି ବ୍ୟକ୍ତି ନିଜେ ଏକ ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଥିବା ବେଳେ ତାଙ୍କ ଦେଶର ଲୋକମାନେ ଭୋକରେ ମରୁଛନ୍ତି।’

କେବଳ ମସ୍ବାତିଙ୍କର ନୁହେଁ ତାଙ୍କ ପିତା ସୋଭୁଜା ଦ୍ୱିତୀୟଙ୍କର ମଧ୍ୟ ୧୨୫ ଜଣ ସ୍ତ୍ରୀ ଥିଲେ। ମସ୍ବାତି ପ୍ରତିବର୍ଷ ରିଡ ନୃତ୍ୟ ସମାରୋହରେ ଏକ ନୂଆ କନ୍ୟା ବାଛନ୍ତି। ଯାହାକୁ ସେ ରାଣୀ କରି ରଖନ୍ତି। ଏପରି ସମାରୋହ ଅଞ୍ଚଳର ଏକ ପାରମ୍ପରିକ ପ୍ରଥା ରହିଥିବା କୁହାଯାଉଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe