ଜଳପ୍ରପାତରେ ଜ୍ବଳନ୍ତ ଶିଖା ! କାହିଁ କେଉଁ କାଳରୁ ଅହର୍ନିଶି ଜଳୁଛି

ଜଳପ୍ରପାତରେ ଜ୍ବଳନ୍ତ ଶିଖା ! କାହିଁ କେଉଁ କାଳରୁ ଅହର୍ନିଶି ଜଳୁଛି

ଜଳପ୍ରପାତ କହିଲେ ଆମେ ସାଧାରଣତଃ ଉଚ୍ଚସ୍ଥାନରୁ ଗଡ଼ି ଆସୁଥିବା ଜଳଧାରକୁ ବୁଝିଥାଉ। ନିଜ ନାମରୁ ହିଁ ଜଳପ୍ରପାତ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଥାଏ ଜଳ ଯାହା ନିଆଁକୁ ଲିଭାଇଦେଇଥାଏ। ମାତ୍ର ଅହରହ ଜଳୁଥିବା କୌଣସି ଜଳପ୍ରପାତ କଥା ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଘଟଣାଟି ପୂରା ସତ। ଆମେରିକାର ଚେଷ୍ଟନଟ୍‌ ରିଜ୍‌ ଉଦ୍ୟାନରେ ପରିଭ୍ରମଣ କଲା ବେଳେ ଏଭଳି ଏକ ଜଳପ୍ରପାତ ନଜରରେ ପଡ଼ିଥାଏ। ଅନନ୍ତ ଶିଖା ବା ‘ଏଟର୍ନାଲ୍‌ ଫ୍ଲେମ୍‌’ ନାମକ ଉକ୍ତ ଜଳପ୍ରପାତ ଭିତରେ ଏକ ଜ୍ବଳନ୍ତ ଶିଖା କାହିଁ କେଉଁ କାଳରୁ ଅହର୍ନିଶି ଜଳୁଛି। ତେବେ ଏଭଳି କୌତୂହଳୀ ଘଟଣା ପଛରେ ଏକ ବିଜ୍ଞାନସମ୍ମତ ପ୍ରାକୃତିକ ପ୍ରକ୍ରିୟା ରହିଥିବା ଜଣାଯାଇଛି।

ଗୋଟିଏ ସ୍ଥାନରେ ପ୍ରସ୍ତର ଓ ଜଳ ପରି ପୃଥିବୀର ଦୁଇଟି ମୌଳିକ ବଳର ସଂଗମ ଯୋଗୁଁ ଏହି ଜଳନ୍ତା ପ୍ରପାତ ତିଷ୍ଠି ରହିଛି ବୋଲି ଭୂତତ୍ତ୍ବବିତ୍‌ମାନେ କହିଛନ୍ତି। ଏହା ପଛରେ ସଂପୃକ୍ତ ଛିଦ୍ରିତ ଗ୍ରାନାଇଟ୍‌ ଚଟାଣ ଉପରେ ପ୍ରବାହିତ ଜଳପ୍ରପାତର ଭୂମିକା ରହିଛି। ପ୍ରପାତର ପାଣି ତାହାରି ବାଟରେ ପରସ୍ତ ପରସ୍ତ ପଥର ଡେଇଁ ତଳକୁ ଝରୁଥିବା ବେଳେ ପଥରର ଛିଦ୍ର ଦେଇ ପ୍ରାକୃତିକ ବାଷ୍ପ ନିର୍ଗତ ହୋଇ ଜଳଧାରା ପଛରେ ପଥର କୋଣରେ ପ୍ରଜ୍ବଳିତ ହେଉଛି। ସତେ ଯେପରି ଜଳ ଭିତରେ ନିଆଁ ଲାଗିଲା ପରି ଦୃଶ୍ୟମାନ ହେଉଛି। ଅବଶ୍ୟ ବେଳେ ବେଳେ ପ୍ରପାତର ସ୍ରୋତରେ ଟିକିଏ ଏପଟସେପଟ ହୋଇଗଲେ ପାଣି ପଡ଼ି ଉକ୍ତ ଶିଖା ଲିଭିଯାଉଛି, ତେବେ ସେଠାକୁ ଆସୁଥିବା ପର୍ଯ୍ୟଟକମାନେ ବାଷ୍ପ ନିର୍ଗମନ ସ୍ଥାନରେ ପୁଣି ଅଗ୍ନି ସଂଯୋଗ କରି ପ୍ରପାତକୁ ପୁଣି ପ୍ରଜ୍ବଳିତ କରିଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe