‘ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଆପଣ କରୋନା ମୁକ୍ତ ଭାବିବା ଭୁଲ୍‌’

Advertisment

୧୪ଦିନ ଗୃହ ସଙ୍ଗରୋଧ ହିଁ ବିକଳ୍ପ

୧୪ଦିନ ଗୃହ ସଙ୍ଗରୋଧ ହିଁ ବିକଳ୍ପ

‘ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସିଲେ ବି ଆପଣ କରୋନା ମୁକ୍ତ ଭାବିବା ଭୁଲ୍‌’

CNBC-TV18 Live

ଆପଣଙ୍କୁ ଥଣ୍ଡା, ଜ୍ବର, କାଶ, କ୍ଲାନ୍ତ ଲାଗିବା ଆଦି  ହେଉଛି କି? ତା’ହେଲେ ପ୍ରଥମଦିନରୁ ହିଁ ସଜାଗ ରହିବା ଦରକାର। ନିଜକୁ ୧୪ଦିନ ସଙ୍ଗରୋଧରେ ରଖିବା ଦରକାର। କିନ୍ତୁ ଆମେ ଅଧିକାଂଶ ଦୁଇ ତିନି ଦିନ ଔଷଧ ନେବା ପରେ ସୁସ୍ଥ ଅନୁଭବ କରିବା ମାତ୍ରେ ତୁରନ୍ତ ପୁଣି କାମ ଆରମ୍ଭ କରିବା ସହ ବୁଲାଚଲା ଆରମ୍ଭ କରୁଛୁ। କିନ୍ତୁ ଏଭଳି ଆଦୌ କରନ୍ତୁନି। ଯଦି ଆପଣଙ୍କ ଆରଟିପିସିଆର ପରୀକ୍ଷା ବି‌ ନେଗେଟିଭ୍‌ ଆସୁଛି, ତାହେଲେ ବି ଆପଣ ଯେ କରୋନାରୁ ମୁକ୍ତ ସେକଥା ଭାବିବା ଭୁଲ। ତେଣୁ ରିପୋର୍ଟ ଯାହା ବି ଆସୁ ନା ନାହିଁ କାହିଁକି ତୁରନ୍ତ ୧୪ ଦିନ ଗୃହ ସଙ୍ଗରୋଧରେ ରହନ୍ତୁ। ଘରେ ଶୋଇକି ରୁହନ୍ତୁ। କାରଣ ଯଦିବା ୩/୪ଦିନରେ ଲକ୍ଷଣ କମିଯାଉଛି, କିନ୍ତୁ  ସପ୍ତାହେ ପରେ ବି ଜଣେ ଲକ୍ଷଣ ମୁକ୍ତ ଥିବା ରୋଗୀ ଗୁରୁତର ହୋଇପାରେ। ତେଣୁ ଏହାକୁ ଆଦୌ ଅଣଦେଖା କରନ୍ତୁନି।

ଯଦି ସମସ୍ତ ଲକ୍ଷଣ ଥାଇ ଆରଟିପିସିଆର ରିପୋର୍ଟ ନେଗେଟିଭ୍‌ ଆସୁଛି ତାହେଲେ ସିଟି ଥୋରାକ୍ସ କରାନ୍ତୁ । ଷ୍ଟିରଏଡ୍‌ ଆଗରୁ ଦିଆଯାଉଥିଲା ଓ ବ୍ଲାକ୍‌ ଫଙ୍ଗସ୍‌ ଏବେର ରୋଗ ନୁହେଁ। ଏହା ପୂର୍ବରୁ ଅଛି। କିନ୍ତୁ କରୋନା ସଂକ୍ରମିତଙ୍କ ଷ୍ଟିରଏଡ୍‌ ଅଧିକ ଦିଆଗଲେ ଯେ କେବଳ ବ୍ଲକ୍‌ ଫଙ୍ଗସ୍‌ ଅଧିକ ହେଉଛି ତା ନୁହେଁ। ଏଥିପାଇଁ ଅନେକ କାରଣ ରହିଛି। ମଧୁମେହ, ଉଚ୍ଚରକ୍ତଚାପ, କିଡ୍‌ନି ତଥା ବିଭିନ୍ନ ଗୁରୁତର ବ୍ୟାଧିରେ ସଂପୃକ୍ତ ଥିବା ରୋଗୀଙ୍କ ରୋଗ ଯେପରି  ନିୟନ୍ତ୍ରଣରେ ରହିବ ତାରି ଉପରେ ଅଧିକ ଗୁରୁତ୍ବ ଦିଆଯିବା ଦରକାର। କାରଣ ରୋଗୀ ଯଦି ଗୁରୁତର ହୋଇପଡନ୍ତି ତାହେଲେ ସେମାନଙ୍କୁ ଆଇସିୟୁ, ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ଦରକାର ପଡିଥାଏ।  କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଆଇସିୟୁର ବ୍ୟବହାର ଏତେ ମାତ୍ରାରେ ବଢିଯାଇଛି ଯେ, ମେଡିକାଲ କର୍ମଚାରୀ, ଡାକ୍ତର, ରୋଗୀ ସମସ୍ତେ ଏବେ ଚାପରେ। ଫଳରେ ଆସିୟୁର ଯେଉଁଭଳି ସାନିଟାଇଜ୍‌ ଓ ମେଣ୍ଟେନ କରାଯିବା କଥା ତା କରାଯାଇପାରୁନି। ଯାଫଳରେ ଏହା ଅନ୍ୟ ଏକ ସଂକ୍ରମଣକୁ ଆମନ୍ତ୍ରଣ କରୁଛି।

ପୂର୍ବରୁ ମଧ୍ୟ ବସନ୍ତ, ପୋଲିଓ ତଥା ବିଭିନ୍ନ ରୋଗର ଟିକାକରଣ କରାଯାଉଥିଲା। ସେଥିପାଇଁ ବର୍ଷ ବର୍ଷ ସମୟ ବି ଲାଗିଥିଲା। ବସନ୍ତ ହେଲେ ତୁରନ୍ତ ‌ଯେଉଁ ଅଂଚଳରେ ଏହି ରୋଗ ଦେଖାଯାଉଥିଲା ସେହି ଅଞ୍ଚଳର ୩/୪ କିଲୋମିଟର ପରିଧି ମଧ୍ୟରେ ଅନ୍ୟମାନଙ୍କୁ ଏହି ରୋଗ ହେଉ କି ନ ହେଉ, ଯିଏ ଟିକା ନେଇଥାନ୍ତୁ ବା ନନେଇ ଥାନ୍ତୁ ସେହି ପରିଧି ମଧ୍ୟରେ ସମସ୍ତଙ୍କୁ ଟିକା ଦିଆଯାଉଥିଲା। ଯାହାର ଫଳସରୂପ ଏବେ ବସନ୍ତ ରୋଗ ଆଉନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ସେଭଳି ଟିକାକରଣ ସମ୍ଭବ ନୁହେଁ। କାରଣ ବର୍ତ୍ତମାନ କୋଭିଡ୍‌ର ଭୂତାଣୁ ଏହାଠାରୁ ବହୁଗୁଣରେ ଅଧିକ ଓ ଶୀଘ୍ର ସଂକ୍ରମିତ କରାଇପାରୁଛି। ତେଣୁ କଣ୍ଟାକ୍ଟ ‌ଟ୍ରେସିଂ, ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ବ ଦିଆଯିବା ଦରକାର। ଅଯଥା ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନି ଅଧିକ ଭୟଭୀତ ହୁଅନ୍ତୁନି। ଲକ୍ଷଣ ଦେଖାଦେବା ମାତ୍ରେ ସେ କରୋନା ହେଉ ବା ନହେଉ ତୁରନ୍ତ ସଙ୍ଗରୋଧ ହିଁ ଏହାର ଏକମାତ୍ର ବିକଳ୍ପ।

ଡାକ୍ତର ଶଶିକାନ୍ତ ମହାପାତ୍ର
ବରିଷ୍ଠ ଭେଷଜ ବିଶେଷଜ୍ଞ, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe