ବନ୍ୟା ଜଳ ମାଡ଼ି ଆସୁଥିବା ଦେଖି ମଧ୍ୟ ନିଜ ପୋଷା କୁକୁରର ହାତ ଛାଡ଼ି ନଥିଲେ ବୃଦ୍ଧ, ତା’ ପରେ...

Advertisment
ବନ୍ୟା ଜଳ ମାଡ଼ି ଆସୁଥିବା ଦେଖି ମଧ୍ୟ ନିଜ ପୋଷା କୁକୁରର ହାତ ଛାଡ଼ି ନଥିଲେ ବୃଦ୍ଧ, ତା’ ପରେ...

indiatimes.com

ବେଙ୍ଗାଲୁରୁ : ଲୋକମାନେ ନିଜ ନିଜ ଘରେ ପାଳିଥିବା ପୋଷା ଜୀବଜନ୍ତୁକୁ ନିଜ ପରିବାରର ସଦସ୍ୟ ଭାବେ ରଖିଥାନ୍ତି । ସେମାନଙ୍କ ଖାଇବା, ପିଇବା ଓ ରହିବାକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଇଥାଏ । ତେବେ କର୍ଣ୍ଣାଟକର ଜଣେ ବୃଦ୍ଧ ନିଜ ପୋଷା କୁକୁର ପାଇଁ କରିଥିବା କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କର୍ଣ୍ଣାଟକର ଧର୍‌ଓ୍ଵାଦ୍‌ ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏକ ନିର୍ମାଣଧୀନ ବ୍ରିଜ୍‌ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌ । କିନ୍ତୁ ସେଠାରେ ଚୌକିଦାର ଭାବେ କାମ କରୁଥିବା ଜଣେ ବୃଦ୍ଧ ନିଜ ପୋଷା କୁକୁରକୁ ଛାଡ଼ି ଆସିବାକୁ ରାଜି ହୋଇ ନଥିଲେ । ଜଳ ବଢ଼ୁଥିବା ଦେଖି ମଧ୍ୟ ବୃଦ୍ଧ ଆସିବାକୁ ରାଜି ନ ହେବାରୁ ଉଦ୍ଧାରକାରୀ ଟିମ୍‌ ବୃଦ୍ଧଙ୍କ ସହ ତାଙ୍କ କୁକୁରକୁ ମଧ୍ୟ ଉଦ୍ଧାର କରିଥିଲେ ।

Image result for every-life-matters-this-old-man-stranded-in-karnataka-floods-refused-to-leave-his-dogs-behind Zee News

ସୂଚନା ମୁତାବକ, ନିର୍ମାଣଧୀନ ବ୍ରିଜ୍‌ରେ ଚୌକିଦାର ଭାବେ କାମ କରୁଥିଲେ ହନୁମାନଟପ୍ପା । ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବା ଦେଖି ଜିଲ୍ଲା ଅଧିକାରୀ କାମରେ ନିୟୋଜିତ ଥିବା ୧୦ଜଣ ଶ୍ରମିକକୁ ଫେରି ଆସିବାକୁ କହିଥିଲେ । କିନ୍ତୁ ସେମାନେ ନ ଶୁଣି ନିଜର କାମ ଚାଲୁ ରଖିଥିଲେ । ହଠାତ୍‌ ବନ୍ୟାଜଳ ଆସିବାରୁ ୧୦ଜଣ ଶ୍ରମିକ ସେଠାରେ ଫସି ଯାଇଥିଲେ । ସୂଚନା ପାଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ହନୁମାନଟପ୍ପା ନିଜ ସହ ନିଜ କୁକୁରକୁ ମଧ୍ୟ ନେବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତାଙ୍କୁ ଅନୁମତି ଦେବା ପରେ ହନୁମାନଟପ୍ପା ନିଜ କୁକୁର ସହ ସୁରକ୍ଷିତ ସ୍ଥାନରେ ଆସି ପହଞ୍ଚିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe