ଆସନ୍ତୁ ଜାଣିବା, ଆକ୍ୱାଗାର୍ଡର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ?

Advertisment
ଆସନ୍ତୁ ଜାଣିବା, ଆକ୍ୱାଗାର୍ଡର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ?

ଶୁଦ୍ଧ ପାନୀୟ ଜଳ ପାଇଁ ଲୋକମାନେ ଆକ୍ୱାଗାର୍ଡ ବ୍ୟବହାର କରିଥାନ୍ତି। କିନ୍ତୁ ଆମେ ବ୍ୟବହାର କରୁଥିବା ଆକ୍ୱାଗାର୍ଡର ପାଣି ଆମ ଶରୀର ପାଇଁ ହାନିକାରଣ ଅଟେ। ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ନଜରକୁ ଆସିଛି। ବିଶୁଦ୍ଧ ଭାବି ଆମେ ଯେଉଁ ଆକ୍ୱାଗାର୍ଡର ପାଣି ପିଇଥାଉ ତାହା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇପାରେ ଏ ବିଷୟରେ ଆସନ୍ତୁ ଜାଣିବା।

publive-image

ଦୂଷିତ ଜଳ ବ୍ୟବହାର ଯୋଗୁଁ ଆମ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ଏଣୁ ଏଥିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକେ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୟୁ ତଥା Reverse Osmosis Water ପ୍ୟୁରିଫାୟର ଲଗାଇଥାନ୍ତି । କିନ୍ତୁ ଯେଉଁ ପାଣିକୁ ଲୋକମାନେ ବିଶୁଦ୍ଧ ଭାବି ପିଉଛନ୍ତି ବାସ୍ତବରେ ତାହା ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇପାରେ । ଆଜ୍ଞା ହଁ, ଏକଥା ନିରାଟ ସତ୍ୟ । ଆରଓ ପାଣି ଅଧିକାଂଶ ମାମଲାରେ ଶରୀରର କ୍ଷତି ପହଂଚାଇଥାଏ।

publive-image

ସୂଚନା ମୁତାବକ, ପାଣିକୁ ଶୁଦ୍ଧ କରୁଥିବା ଉପକରଣଗୁଡିକରେ ସ୍ୱତନ୍ତ୍ର ଭାବରେ ମେମ୍ବ୍ରେନ କାମ କରିଥାଏ । ଯାହାକି ପାଣିକୁ ସଫା କରିବା ସମୟରେ କ୍ଷତିକାରକ ଜୀବାଣୁଗୁଡିକ ସହିତ କିଛି ଭଲ ଜୀବାଣୁଗୁଡିକୁ ମଧ୍ୟ ଅବଶୋଷିତ କରିଦେଇଥାଏ । ଯାହାଦ୍ୱାରା ପାଣିରେ ଉପଲବ୍ଧ ଥିବା ମିନେରାଲ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାନ୍ତି ତାହା ଆମକୁ ମିଳିପାରିନଥାନ୍ତି । ଏଠାରେ ଆମେ କହି ରଖୁଛୁ କି, ଏହି ଜୀବାଣୁ ଆମର ପେଟଜନିତ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାନ୍ତି । ଆରଓ ପ୍ୟୁରିଫାୟରରୁ ସଫା ହେଉଥିବା ପାଣି ଏସିଡିକ୍ ହୋଇପାରେ । କାରଣ ପାଣିକୁ ବିଶୁଦ୍ଧ କରୁଥିବା ଏହି ପ୍ରକ୍ରିୟା ସମୟରେ ଏହା ପାଣିରେ ଉପଲବ୍ଧ ଥିବା ଅଣୁଜୀବଙ୍କ ଦ୍ୱାରା କ୍ଷରିତ ପରମାଣୁଗୁଡିକୁ ବି ନଷ୍ଟ କରିଦେଇଥାଏ । ଏହାଦ୍ୱାରା ପାଣି ଏସିଡିକ୍ ହୋଇଯାଇଥାଏ । ଯାହାକି ଆମ ଶରୀରରେ ପାଇଁ ହାନିକାରକ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe