‘ନିଜ ଭିତରର ଉତ୍ସାହ ଦ୍ବାରା ଉତ୍କର୍ଷତା ମିଳିପାରିବ’

‘ଉତ୍କର୍ଷ ସନ୍ଧାନରେ’ ଶୀର୍ଷକ ଅଧିବେଶନରେ ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଯୋଗଦେଇ କହିଲେ କୌଣସି କାମରେ ଉତ୍କର୍ଷତା ହାସଲ କରିବା କ୍ଷେତ୍ରରେ ଅନ୍ୟର ଉତ୍ସାହ ତଥା ପ୍ରେରଣା ସେତେଟା ସହାୟକ ହୋଇ ନ ଥାଏ।

fbvfvfv

ଭୁବନେଶ୍ବର: ‘ଉତ୍କର୍ଷ ସନ୍ଧାନରେ’ ଶୀର୍ଷକ ଅଧିବେଶନରେ ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଯୋଗଦେଇ କହିଲେ କୌଣସି କାମରେ ଉତ୍କର୍ଷତା ହାସଲ କରିବା କ୍ଷେତ୍ରରେ ଅନ୍ୟର ଉତ୍ସାହ ତଥା ପ୍ରେରଣା ସେତେଟା ସହାୟକ ହୋଇ ନ ଥାଏ। ବରଂ ନିଜ ଭିତରେ ଥିବା ଉତ୍ସାହରୁ ଯେଉଁ ଆନନ୍ଦ ମିଳିଥାଏ ସେଥିରୁ ଉତ୍କର୍ଷତା ବାହାରିଥାଏ। ଯଦି କୌଣସି କାମ‌ରେ ଆମକୁ ଆନନ୍ଦ ମିଳୁ ନାହିଁ, ତେବେ ଯେତେ ବି ପୁରସ୍କାର, ଅର୍ଥ କିମ୍ବା ପଦବି ଦିଆଗଲେ ମଧ୍ୟ ସୁଫଳ ମିଳିବ ନାହିଁ। ଯେତେବେଳ ପର୍ଯ୍ୟନ୍ତ ଆମ ଭିତରେ ସେହି କାମ କରିବାକୁ ଆଗ୍ରହ ସୃଷ୍ଟି ନ ହୋଇଛି ସେପର୍ଯ୍ୟନ୍ତ ଉତ୍କର୍ଷତା ମିଳିବ ନାହିଁ।

ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସିଂ ହେଉ ଅଥବା ଶିକ୍ଷକ, ପ୍ରଶାସନିକ, ପ୍ରତିଟି କ୍ଷେତ୍ରରେ ଯୋଗାଯୋଗ, ସହଭାଗିତା ଓ ଚିନ୍ତାଶକ୍ତି ବୃଦ୍ଧି ନିତାନ୍ତ ଆବଶ୍ୟକ। ଯେକୌଣସି କ୍ଷେତ୍ରକୁ ଯିବାକୁ ହେଲେ ଏହି ତିନିଟିର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ବିଷୟରେ ଯେତେ‌ ଭଲ ଜ୍ଞାନ କିମ୍ବା ଦକ୍ଷତା ରହିଥିଲେ ମଧ୍ୟ ଜଣେ ଠିକ୍‌ ଭାବେ ଯୋଗଯୋଗ କରିପାରିବେ ନାହିଁ। ଯୋଗାଯୋଗ ସମୟରେ ଜ୍ଞାନର ଯେତିକି ଆବଶ୍ୟକତା ରହିଛି ତା’ଠାରୁ ବେଶି ନିଜର ‌ଦର୍ଶକ ତଥା ଶ୍ରୋତା କିଏ, ଉପସ୍ଥାପନ ଶୈଳୀ, ଭାଷାର ସ୍ପଷ୍ଟତା, ଆଚରଣ, ଉଚ୍ଚାରଣ ଭଲ ହେବା ଦରକାର। ସେହିପରି ସହଭାଗିତା ପାଇଁ ସୁସମ୍ପର୍କ ସହ ଭଲ ଯୋଗାଯୋଗ ରଖିବାକୁ ହେବ। ଚିନ୍ତ‌ାଧାରାକୁ ସମ୍ପୃଦ୍ଧ କରିବାକୁ ହେଲେ ଟେକ୍ନୋଲୋଜି, ଆପ୍ଲିକେସନ୍‌କୁ ଭଲ ଭାବେ ବୁଝିବାର ଆବଶ୍ୟକତା ରହିଛି। ପିଲାଙ୍କ ମଧ୍ୟରେ ଏହିସବୁ ଗୁଣ ବୃଦ୍ଧି କରିବା କ୍ଷେତ୍ରରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି। ଶ୍ରେଣୀଗୃହ ଶିକ୍ଷା ଅପେକ୍ଷା ଆକ୍ଟିଭିଟି ବେସ୍‌ଡ(ସକ୍ରିୟ ଭାଗୀଦାର ମୂଳକ) ଶିକ୍ଷା ପିଲାଙ୍କ ଉତ୍କର୍ଷତା ହାସଲରେ ସହାୟକ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe