‘ଖୁସି ହର୍‌ମୋନ୍‌’ ପାଇଁ କସରତ

Advertisment
‘ଖୁସି ହର୍‌ମୋନ୍‌’ ପାଇଁ କସରତ

ବେଳେବେଳେ ଏକ ସୁନ୍ଦର ସୂର୍ଯ୍ୟାସ୍ତ ଆମ ମନୋବଳକୁ ବଢ଼ାଇଦେଉଥିବା ବେଳେ ଏକ ଚାପପୂର୍ଣ୍ଣ ଦିବସ ମନକୁ ବିରସ କରିଦେଇଥାଏ। ତେବେ ଚାପଗ୍ରସ୍ତତା ଓ ଖୁସି ଭଳି ଅନୁଭବ ସହ ଆମର ମାନସିକତାକୁ ଆମେ ଯୋଡ଼ିଥାଉ। ମାତ୍ର ବୈଜ୍ଞାନିକ ଭାଷାରେ ଆମ ଶରୀରରେ ଡୋପାମିନ୍‌, ସିରୋଟୋନିନ୍‌, ଅକ୍ସିଟୋସିନ୍‌ ଓ ଏଣ୍ଡୋର୍ଫିନ୍‌ସ ପରି ହରମୋନ୍‌ଗୁଡ଼ିକର କ୍ଷରଣରେ ସନ୍ତୁଳନ ଯୋଗୁଁ ଆମ ମନରେ ଏପରି ଅନୁଭବ ଆସିଥାଏ। ଏହି ହରମୋନ୍‌ଗୁଡ଼ିକ ‘ଖୁସି ହରମୋନ୍‌’ ଭାବେ ବିବେଚିତ। ଏଗୁଡ଼ିକ ଆମର ମାନସିକ ଚାପ କମାଇବା ସହ ମନୋଭାବକୁ ସକାରାତ୍ମକ କରିଥାଏ ଏବଂ ସମଗ୍ର ଭାବେ ଆମକୁ ସୁସ୍ଥ ତଥା ନିରାମୟ ରଖିଥାଏ। ଏହିସବୁ ‘ଖୁସି ହରମୋନ୍‌’ର କ୍ଷରଣକୁ ଉତ୍‌ପ୍ରେରିତ କରିବାର କିଛି ସହଜ ଉପାୟ ରହିଛି। ପ୍ରତ୍ୟହ ବ୍ୟାୟାମ ବା ଶାରୀରିକ ପରିଶ୍ରମ ଏ ଦିଗରେ ଉତ୍ତମ ଫଳ ଦେଇଥାଏ। ଏହା ‘ଫିଲ୍‌-ଗୁଡ୍‌’ ଭାବେ ପରିଚିତ ଏଣ୍ଡୋର୍ଫିନ୍‌ସ ହରମୋନ୍‌ କ୍ଷରଣକୁ ତ୍ବରାନ୍ବିତ କରି ଯନ୍ତ୍ରଣା କମାଇଥାଏ।

ସେହିପରି ଚିରନ୍ତନ ଖୁସି ଲାଭ କରିବା ପଛରେ ସାମାଜିକ ସଂଯୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆମେ ବନ୍ଧୁବାନ୍ଧବ, ସାଙ୍ଗସାଥୀ କି ସହକର୍ମୀଙ୍କ ସହ ସୁସମ୍ପର୍କରେ ରହିଲେ ଶରୀରରୁ ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ସୁଗମ ହୋଇଥାଏ। ଆବଶ୍ୟକ ସମୟ ସୁନିଦ୍ରା ଯିବା ଆମକୁ ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ଏଥିରୁ ବଞ୍ଚିତ ହେଲେ ସିରୋଟୋନିନ୍‌ ସମେତ ଅନ୍ୟାନ୍ୟ ମନୋଭାବ ନିୟନ୍ତ୍ରଣକାରୀ ହରମୋନ୍‌ଗୁଡ଼ିକର କ୍ଷରଣ ବ୍ୟାହତ ହୋଇଥାଏ। ତେଣୁ ଦୈନିକ ୭ରୁ ୯ ଘଣ୍ଟା ଯାଏ ନିଦ୍ରା ଯିବା ଜରୁରି। ମନରେ ସକାରାତ୍ମକତା ବଜାୟ ରଖିବା ଲାଗି ଧ୍ୟାନ କରିବା ଦରକାର। ଏହାଦ୍ବାରା ଡୋପାମିନ୍‌ ଓ ସିରୋଟୋନିନ୍‌ ହରମୋନ୍‌ କ୍ଷରଣ ତ୍ବରାନ୍ବିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe