ହାତୀ ମଳରୁ ତିଆରି ହେଉଛି ମହଙ୍ଗା କଫି, କିଲୋପିଛା ଦର ୨ଲକ୍ଷ ଟଙ୍କା

Advertisment
ହାତୀ ମଳରୁ ତିଆରି ହେଉଛି ମହଙ୍ଗା କଫି, କିଲୋପିଛା ଦର ୨ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆସାମ ଚା’ ଏକ ନିଲାମିରେ ଓ୍ଵାଲର୍ଡ ରେକର୍ଡ କରିଛି। ଏକ କିଲୋ ଚା’ ୩୯୦୦୧ଟଙ୍କାରେ ନିଲାମ ହୋଇଛି। ଏହା ଏଯାବତ୍‌ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଚା’ ରହିଛି। କେବଳ ଚା’ ନୁହେଁ କଫିର ମୂଲ୍ୟ ବି ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା କୌଣସି ସାଧାରଣ କଫି ନୁହେଁ ବରଂ ବ୍ଲାକ୍‌ ଆଇଭରି ବ୍ଲେଡ କଫି କଥା ଆମେ କହୁଛୁ। ଏହି କଫିକୁ ଧନିକ ଶ୍ରେଣୀରେ ଲୋକମାନେ ପିଇ ଥାଆନ୍ତି ବୋଲି ଶୁଣିବାକୁ ମିଳିଥାଏ।

publive-image

ବ୍ଲାକ୍‌ ଆଇଭରିି କଫିର ଅଧିକାରୀ େଓ୍ଵବସାଇଟ ମୁତାବକ, ଏହି କଫି ହାତୀ ମଳରୁ ପ୍ରସ୍ତୁତ ହୋଇଥାଏ। ତେବେ ସର୍ବପ୍ରଥମେ ହାତୀକୁ ପ୍ରଚୁର ପରିମାଣରେ କଫିର କଞ୍ଚା ଫଳ ଖାଇବାକୁ ଦିଆ ଯାଇଥାଏ। ହାତୀ ପେଟରେ ଏହା ହଜମ ହେବା ପରେ ମଳ ଆକାରରେ ବାହାରି ଯାଇଥାଏ। ହାତୀର ଏହି ମଳକୁ ଏକାଠି କରି କଫିର ମଞ୍ଜି ଖୋଜା ଯାଇଥାଏ। ଗୋଟିଏ ହାତୀକୁ ପାଖାପାଖି ୩୩କିଲୋ କଫିର କଞ୍ଚା ଫଳ ଖାଇବାକୁ ଦିଆଯାଇଥାଏ। ପରେ ଗୋଟିଏ ହାତୀ ମଳରୁ ଏକ କିଲୋ କଫି ମଞ୍ଜି ବାହାର କରାଯାଇଥାଏ। ଏହି ମଞ୍ଜିକୁ ଖରାରେ ଭଲ ଭାବେ ଶୁଖା ଯାଇଥାଏ। ଏହାପରେ ମଞ୍ଜିକୁ ପେସା ଯାଇଥାଏ। ଏଥିରୁ ବ୍ଲାକ୍‌ ଆଇଭରି କଫି ପ୍ରସ୍ତୁତ ହୋଇଥାଏ। ହାତୀ ମଳରୁ ମଞ୍ଜି ବାହାର କରିବା କାମ ହାତୀ ପ୍ରଶିକ୍ଷିତ ଟେନର କରି ଥାଆନ୍ତି।

ଏହି ମହଙ୍ଗା କଫିକୁ ଥାଇଲ୍ୟାଣ୍ଡରେ ପ୍ରଚୁରମାତ୍ରାରେ ପ୍ରସ୍ତୁତ କରାଯାଇଥାଏ। ଏହା ଦୁନିଆର ମହଙ୍ଗା କଫି ମଧ୍ୟରୁ ଗୋଟିଏ। ବ୍ଲାକ୍‌ ଆଇଭରି କଫିର କିଲୋ ପିଛା ଦର ୨ଲକ୍ଷ ଟଙ୍କା ପାଖାାପାଖି ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe