ଆଇବ୍ରୋ ବି ଏମିତି!

Advertisment
ଆଇବ୍ରୋ ବି ଏମିତି!

ମେକ୍‌ଅପ୍‌ ଯେତେ କରନ୍ତୁ ନା କାହିଁକି ଆଇବ୍ରୋ ମେକ୍‌ଅପ୍‌ ବା ଭ୍ରୂଲତା ମେକ୍‌ଅପ୍‌ ନ କଲେ କିଛି ରହିଗଲା ଭଳି ଲାଗେ। ଭ୍ରୂଲତା ମେକ୍‌ଅପ୍‌ ଚେହେରାର ଲୁକ୍‌ ବଦଳାଇ ଦିଏ। ତେଣୁ ଏହାକୁ ନେଇ ଅନେକ ପରୀକ୍ଷା ଚାଲିଥାଏ। ଏଥର ଜାଣନ୍ତୁ କିଛି ଅଜବ ଗଜବ ଆଇବ୍ରୋ ମେକ୍‌ଅପ୍‌ ସମ୍ପର୍କରେ..

ବ୍ରେଡେଡ୍‌ ବ୍ରୋ
କେଶରେ ବିଭିନ୍ନ ପ୍ରକାରର ବ୍ରେଡ୍‌ ବା ବେଣୀ କରାଯାଏ। ଯାହା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ହେଲେ ଭ୍ରୂଲତାରେ ଯେ ବେଣୀ କରିହେବ ସେ କଥା କେହି ଚିନ୍ତା କରି ନ ଥିବେ। ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ ଗୋମେଜ୍‌ ଭ୍ରୂଲତାରେ ବେଣୀ କରିବାକୁ ପ୍ରୟାସ କରିଥିଲେ। ଭ୍ରୂଲତାର ଏହି ଲୁକ୍‌ ଦେଖି ଭ୍ରୂଲତାରେ ବା ବେଣୀ କେମିତି ହୋଇପାରିଲା ଭାବୁଥିବେ। ହେଲେ ଏ ହେଉଛି ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ଙ୍କ ହାତର ଯାଦୁ। ସେ ଏପରି ଅପ୍ଟିକାଲ୍‌ ଇଲ୍ୟୁଜନ୍‌ ଆର୍ଟ ଭ୍ରୂଲତାରେ କରିଛନ୍ତି ଯେ, ଯାହାକୁ ଦେଖିଲେ ଭ୍ରୂଲତାରେ ବେଣୀ ପକାଯାଇଥିବା ପରି ଦେଖାଯାଏ। ଫିସ୍‌ଟେଲ୍‌ ଆଇବ୍ରୋ: ୨୦୧୮ରେ ଆଇବ୍ରୋର ଆଉ ଏକ ନୂଆ ଟ୍ରେଣ୍ଡ୍‌ ଆସିଥିଲା। ଆମେରିକୀୟ ମେକ୍‌ଅପ୍‌ ଆର୍ଟିଷ୍ଟ ତଥା ବିଉଟି ବ୍ଲଗର୍‌ ହୁଡା କତନ୍‌ ଭ୍ରୂଲତାରେ ଏହି ମେକ୍‌ଅପ୍‌ କରି ତା’କୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ। ଏଥିରେ ଭ୍ରୂଲତାର ମେକ୍‌ଅପ୍‌ ଫିସ୍‌ଟେଲ୍‌ ପରି କରାଯାଇଥିଲା। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରିଥିଲା। ଏହି ଆଇବ୍ରୋ ମେକ୍‌ଅପ୍‌ରେ ଭ୍ରୂଲତାର ପଛ ଅଂଶକୁ ଦୁଇଟି ଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ମୋଡ଼ି ଓ ତଳଭାଗକୁ ତଳକୁ ମୋଡ଼ି ମାଛ ଲାଞ୍ଜର ଲୁକ୍‌ ଦିଆଯାଇଥିଲା।

ଫିଦରଡ୍‌ ଆଇବ୍ରୋ: ୨୦୧୭ରେ ଆଉ ଏକ ଆଇବ୍ରୋ ମେକ୍‌ଅପ୍‌ ଖୁବ୍‌ ଟ୍ରେଣ୍ଡ୍‌ କରିଥିଲା। ସେ ହେଉଛି ଫିଦର୍‌ଡ ବ୍ରୋ। ମେକ୍‌ଅପ୍‌ ଆର୍ଟିଷ୍ଟ ଷ୍ଟେଲା ସେରୋନେନ୍‌ କରିଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ଥିଲା ବେଶ୍‌ କୁଲ୍‌। ଏଥିରେ ସେ ଆଇବ୍ରୋକୁ ପକ୍ଷୀର ପର ପରି ଲୁକ୍‌ ଦେଇଥିଲେ। ଏହି ଲୁକ୍‌ ପାଇଁ ସେ ଆଇବ୍ରୋକୁ ଲମ୍ବାଭାବେ ମଝିରୁ ଦୁଇଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ଓ ତଳଭାଗକୁ ତଳକୁ ବ୍ରଶ୍‌ କରିଥିଲେ।

ୱେଭି ଆଇବ୍ରୋ: ସମୁଦ୍ରର ଢେଉ ତଥା ଜଳ ତରଙ୍ଗ ପରି ଦେଖିବାକୁ ଏହି ଆଇବ୍ରୋ ମେକ୍‌ଅପ୍‌। ଜେସିକା ବ୍ରୋଡର୍‌୍‌ସନ୍‌ ନାମକ ମେକ୍‌ଅପ୍‌ ଆର୍ଟିଷ୍ଟ ପ୍ରଥମେ ଏହି ଆଇବ୍ରୋ ମେକ୍‌ଅପ୍‌ କରି ୨୦୧୭ରେ ସୋସିଆଲ୍‌ ମିଡିଆରେ ତା’ର ଫଟୋ ଅପ୍‌ଲୋଡ୍‌ କରିଥିଲେ। ପରେ ଏହା ଟ୍ରେଣ୍ଡ୍‌ ପାଲଟିଯାଇଥିଲା। ଏଥିରେ ମୋଟା ଭ୍ରୂଲତାକୁ ସେ ଢେଉର ରୂପ ଦେଇଥିଲେ। ତେବେ ଏଥିପାଇଁ ଭ୍ରୂଲତାକୁ ସେହି ଆକାରରେ କାଟି ନ ଥିଲେ ବରଂ ସେ ଆଇବ୍ରୋ ପେନ୍‌ସିଲ୍‌ର ବ୍ୟବହାର କରିଥିଲେ।

ରେନ୍‌ବୋ ଆଇବ୍ରୋ: ଆଲେକ୍‌ଜାଣ୍ଡ୍ରା ମାରିନୋ ପ୍ରଥମକରି ବିଭିନ୍ନ ପ୍ରକାରର ଭାଇବ୍ରାଣ୍ଟ୍‌ କଲର୍‌ ବ୍ୟବହାର କରି ଆଇବ୍ରୋକୁ ରେନ୍‌ବୋ ଲୁକ୍‌ ଦେଇଥିଲେ। ଯାହା ରେନ୍‌ବୋ ଆଇବ୍ରୋ ଭାବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିଥିଲା। ଏହି ଲୁକ୍‌ ବେଶ୍‌ ଗ୍ଲାମରସ୍ ଥିଲା। ଏହି ଲୁକ୍‌ ସହ ସେ ନିଜ କେଶକୁ ବି ବିଭିନ୍ନ ରଙ୍ଗରେ କଲର୍‌ କରିଥିଲେ।

ଜୁଏଲ୍ଡ ଆଇବ୍ରୋ: ସୁନ୍ଦର ରଙ୍ଗିନ ତଥା ଦାମୀ ରତ୍ନ ପଥରରେ ଆଇବ୍ରୋକୁ ସଜାଇ ଏକ ଗ୍ଲାମରସ୍ ଲୁକ ଦେଇଥିଲେ ଜିପ୍ସି ସ୍ରାଇନ୍‌। ବେଶ୍‌ ଆକର୍ଷକ ଲାଗୁଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ମଡେଲ୍‌ଙ୍କୁ ଦେଉଥିଲା ଏକ ଭିନ୍ନ ଲୁକ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe