ମଶା କାମୁଡିବା ହେତୁ ମହିଳାଙ୍କ ଆଖି ତଳର ଚର୍ମ ଭିତରେ ରହିଯାଇଥିଲା ରକ୍ତ ଶୋଷକ କୀଟ...ଏପରି ଭାବେ ଜଣାପଡ଼ିଲା

Advertisment
ମଶା କାମୁଡିବା ହେତୁ ମହିଳାଙ୍କ ଆଖି ତଳର ଚର୍ମ ଭିତରେ ରହିଯାଇଥିଲା ରକ୍ତ ଶୋଷକ କୀଟ...ଏପରି ଭାବେ ଜଣାପଡ଼ିଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ସହିତ ଏଭଳି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ରୁସ୍‌ରେ ରହୁଥିବା ୩୨ବର୍ଷର ମହିଳାଙ୍କ ଆଖି ତଳେ ଏକ ଛୋଟିଆ କ୍ଷତ ଚିହ୍ନ ଥିଲା। କିଛିଦିନ ପରେ ମହିଳା ଦେଖିବାକୁ ପାଇଲେ କି ସେହି କ୍ଷତି ଚିହ୍ନଟି ସ୍ଥାନ ବଦଳାଉଛି। ଯେଉଁ କ୍ଷତ ଚିହ୍ନ ପ୍ରଥମେ ଆଖି ତଳେ ଥିଲା ଧୀରେ ଧୀରେ ତାହା ଆଇବ୍ରୋ ଉପରେ ଦେଖିବାକୁ ପାଇଥିଲେ ମହିଳା। ଏହି କାରଣରୁ ମହିଳାଙ୍କ ମୁହଁ ଫୁଲି ଯାଇଥିଲା। ଏହି କ୍ଷତ ଚିହ୍ନ ସ୍ଥାନ ବଦଳାଉଥିବାର ଫଟୋ ମଧ୍ୟ ଉଠାଇ ରଖିଥିଲେ ମହିଳା ।

publive-image

ମହିଳା ଡାକ୍ତରଙ୍କ ପାଖକୁ ଯିବା ପରେ ଜଣାପଡ଼ିଲା କି ମହିଳାଙ୍କୁ ଏକ ମଶା କାମୁଡି ପରେ ଆଖିର ଚର୍ମ ତଳେ ପେରାସାଇଟ ଜୀବାଣୁ ସଂକ୍ରମଣ ହୋଇଛି। ସେତେବେଳେ ଯାଇ ମହିଳାଙ୍କ ମନେ ପଡ଼ିଥିଲା କି ସେ ଥରେ ମେସିସ୍‌କୋସ୍ଥିତ ଏକ ଗ୍ରାମାଞ୍ଚଳ ଦେଇ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କୁ ଏକ ମଶା କାମୁଡି ଥିଲା। ଏହାପର ଠାରୁ ଯେତେବେଳେ ବି ଜୀବାଣୁ ଯେତେବେଳେ ଚର୍ମ ଭିତରେ ସ୍ଥାନ ପରିବର୍ତ୍ତନ କରେ ମହିଳାଙ୍କୁ ସେହି ସ୍ଥାନରେ ପୋଡାଜଳା ହେବା ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ।

ଡିରୋଫିଲେରିଆ ରିପନ୍ସ ଏମିତି ଏକ ପେରାସାଇଟ ଯାହା ମଶାଙ୍କ ଜରିଆରେ ସଂକ୍ରମଣ ହୋଇଥାଏ। ଏହା କୁକୁରମାନଙ୍କ କ୍ଷେତ୍ରରେ ଅଧିକ ଦେଖା ଯାଇଥାଏ। କେତେଥର ମନୁଷ୍ୟ ଶରୀରରେ ବି ଏହା ସଂକ୍ରମଣ ହେବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe