ମାସ୍କ ସିଲେଇରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀଙ୍କ ପରିବାର : ନିପୁଣ ହେବାର ପ୍ରକୃଷ୍ଟ ସମୟ: ଧର୍ମେନ୍ଦ୍ର

Advertisment
ମାସ୍କ ସିଲେଇରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀଙ୍କ ପରିବାର : ନିପୁଣ ହେବାର ପ୍ରକୃଷ୍ଟ ସମୟ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ବାହାରକୁ ଗଲାବେଳେ ନିଜକୁ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରିବା ପାଇଁ ମାସ୍କ ବ୍ୟବହାର ହିଁ ଏକ ସହଜ ଓ ସୁବିଧା ଉପାୟ ଭାବେ ବିବେଚିତ। ଅପରପକ୍ଷେ ଭାରତ ପରି ଜନବହୁଳ ରାଷ୍ଟ୍ରରେ ହଠାତ୍ ଏତେ ସଂଖ୍ୟକ ଲୋକଙ୍କ ପାଇଁ ମାସ୍କର ଅଭାବ ଦେଖାଦେବା ହିଁ ସ୍ବାଭାବିକ। ଏଭଳି ସ୍ଥିତିରେ ନିଜର ଆବଶ୍ୟକତା ମେଣ୍ଟାଇବା ସହ ଅନ୍ୟମାନଙ୍କୁ ମଧ୍ୟ କିଛି ମାସ୍କ ବିତରଣ କରିବା ଲକ୍ଷ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ତାଙ୍କ ପତ୍ନୀ ଓ ଝିଅ ମାସ୍କ ସିଲେଇରେ ବ୍ୟସ୍ତ ରହିବା ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛିା
‘ଏ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପ୍ରତ୍ୟେକ ଦେଶବାସୀ ସମାଜ ପାଇଁ କିଛି କରିବା ଜରୁରୀ ହୋଇପଡି଼ଛି। ଏ ପରିପ୍ରେକ୍ଷୀରେ ମୋ ପତ୍ନୀ ମୃଦୁଳା ଏବଂ ଝିଅ ନୈମିଶା ଯାହା କରୁଛନ୍ତି, ତାହା ମୋତେ ଗର୍ବିତ କରିଛି’ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତିା ଏପରିକି ନିଜ ପତ୍ନୀ ଓ ଝିଅ ସିଲେଇ ମେସିନ୍ ଧରି ମାସ୍କ ତିଆରି କରୁଥିବାର ଫଟୋକୁ ମଧ୍ୟ ଶ୍ରୀ ପ୍ରଧାନ ପୋଷ୍ଟ୍ କରିବା ସହ ନିଜେ ଜାଣିଥିବା ଜ୍ଞାନକୌଶଳକୁ ଅଧିକ ଶାଣିତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଲେଖିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe