ଫେସବୁକ୍‌ ଜରିଆରେ ୫ମାସ ପୂର୍ବେ ହଜିଯାଇଥିବା ଘୋଡାକୁ ଫେରି ପାଇଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

Advertisment
ଫେସବୁକ୍‌ ଜରିଆରେ ୫ମାସ ପୂର୍ବେ ହଜିଯାଇଥିବା ଘୋଡାକୁ ଫେରି ପାଇଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଫଟୋ

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହରଚରଣ ସିଂହଙ୍କ ମୂଲ୍ୟବାନ ଘୋଡା ଫାର୍ମରୁ କେଉଁଆଡେ ଚାଲି ଯାଇଥିଲା। ଏହି ଘୋଡାର ମୂଲ୍ୟ ୧୦ଲକ୍ଷ ଟଙ୍କା ପାଖାପାଖି ହେବ। ସେ ତାଙ୍କ ଘୋଡାକୁ ବିଭିନ୍ନସ୍ଥାନରେ ଖୋଜିଥିଲେ ହେଲେ କୌଣସି ସନ୍ଧାନ ପାଇ ନଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରଚରଣ ପରିବାର ଲୋକ ପୁଣିଥରେ ଘୋଡାକୁ କେବେ ପାଇବେ ସେନେଇ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଆକସ୍ମିକ ଭାବେ ୫ମାସ ପରେ ତାଙ୍କ ନାତିକୁ ଏହି ଘୋଡା ସମ୍ପର୍କରେ ଫେସ୍‌ବୁକ୍‌ରୁ ସୂଚନା ମିଳିଥିଲା। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ଘୋଡାକୁ ନିଜ ଘରକୁ ଫେରାଇ ଆଣିଥିଲେ।

publive-image

ପ୍ରକାଶିକ ଖବର ମୁତାବକ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରଚରଣ ସିଂହ ବିରାଡଙ୍କ ବୋହୂ କରଣ କୌର ବରାଡ ଘୋଡାକୁ ଘୋଡା ଫାର୍ମକୁ ନେଇକି ଯାଇଥିଲେ। ସେହି ଫାର୍ମରେ ଥିବା ଅନ୍ୟ ଘୋଡାଙ୍କ ସହିତ ସେହି ଘୋଡାକୁ କିଛି ସମୟ ପାଇଁ ଖୋଲାରେ ବୁଲିବାକୁ ଛାଡ଼ି ଦେଇଥିଲେ। ଅନ୍ୟ ଘୋଡା ତ ଫେରି ଆସିଥିଲେ କିନ୍ତୁ ସେହି ଘୋଡା ଆଉ ଫେରି ନଥିଲା। ଏହାପରେ ଏହି ଘୋଡାକୁ ଅନେକ ଖୋଜା ଖୋଜି କରିଥିଲେ। ୫ମାସ ପରେ ଏହି ଘୋଡାର ଫଟୋ ଚଣ୍ଡିଗଡ଼ସ୍ଥିତ ଏକ ହର୍ସ ରାଇଡିଂ ସ୍କୁଲ ନିଜର େଓ୍ଵବସାଇଟ୍‌ରେ ସେୟାର କରିଥିବା କଥାର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ତେଗବୀର ସିଂହ ବରାଡ ନିଜ ଫେସବୁକ୍‌ ପେଜରୁ ଜାଣିବାକୁ ପାଇଥିଲା।

ସେ ସଙ୍ଗେସଙ୍ଗେ ସ୍କୁଲର ସଞ୍ଚାଳକଙ୍କୁ ସମ୍ପର୍କ କରି ଘଟଣା ସମ୍ପର୍କରେ କହିଥିଲେ। ସେ ତେଗବୀରଙ୍କ କଥା ଶୁଣି ସଙ୍ଗେସଙ୍ଗେ ଘୋଡାକୁ ଫେରାଇ ଦେଇଥିଲେ। ତେବେ ଘୋଡା ପଞ୍ଜାବର ମୁକ୍ତସର ସାହିବଠାରୁ ୨୩୫କିଲୋମିଟର କିପରି ଗଲା ତାହା ଏଯାବତ୍‌ ଜଣାପଡ଼ି ନାହିଁ। ତେବେ ଏହି ଘୋଡାକୁ ପାଇବା ସମ୍ପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ପରିବାର ଖୁବ୍‌ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe