ରେଳବାଇ ମ୍ୟାନେଜର୍‌ ଚାକିରି ପାଇଗଲେ କି କଚା ବାଦାମ ଗୀତର ଲେଖକ ଭୁବନ ବାଦ୍ୟକର?

Advertisment
ରେଳବାଇ ମ୍ୟାନେଜର୍‌ ଚାକିରି ପାଇଗଲେ କି କଚା ବାଦାମ ଗୀତର ଲେଖକ ଭୁବନ ବାଦ୍ୟକର?

India Today

ନୂଆଦିଲ୍ଲୀ: କିଛି ଦିନ ତଳେ ମାର୍କେଟରେ ହଲ୍ଲା ମଚାଇଥିଲା ବାଦାମ ବିକାଳୀ ଭୁବନ ବାଦ୍ୟକରଙ୍କ ଗୀତ ‘କଚା ବାଦାମ’। ‘କଚା ବାଦାମ୍‌’ ଗୀତକୁ ନେଇ ବହୁ ଭିଡିଓ ଓ ରିଲ୍‌ସ ବନିବା ପରେ ରାତା ରାତି ସେଲିବ୍ରେଟି ପାଲଟି ଯାଇଥିଲେ ଭୁବନ। ନିକଟରେ କିଛି ଦିନ ତଳେ ଏକ ଖବର ପ୍ରକାଶ ପାଇଥିଲା ଯେ ଭୁବନ ରେଳବାଇ ଷ୍ଟେସନ୍‌ରେ ଚାକିରି ପାଇ ଯାଇଛନ୍ତି। ଏପରିକି ସେ ସମୟ‌ର ଏକ ଭିଡିଓ ବି ଭାଇରାଲ୍‌ ହୋଇଥିଲା। ସେ ରେଳବାଇ ମ୍ୟାନେଜର୍‌ ଭାବେ ଚାକିରି ପାଇଥିବା ଚର୍ଚ୍ଚା ହେବାରେ ଲାଗିଥିଲା।

ଭିଡିଓରେ ଦୃଶ୍ୟମାନ ହୋଇଥିବା ବ୍ୟକ୍ତି ଜଣକ ଏକ ଧଳା ରଂଗର ପୋଷାକରେ ଗୀତ ଗାଉଥିବାର ନଜର ଆସିଛନ୍ତି। ବ୍ୟକ୍ତି ଜଣଙ୍କର ଭୁବନଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ଦେଖିବାକୁ ମିଳିଛି।

ଯିଏ ଏହି ଭିଡିଓଟିକୁ ରେକର୍ଡ କରିଛନ୍ତି ସେ ଏହାକୁ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି, ‘କଚା ବାଦାମ ଗୀତର କଣ୍ଠଶିଳ୍ପୀ ଏକ ନୂଆ ଚାକିରି ପାଇଛନ୍ତି। ସେ ଏବେ ଜଣେ ରେଳବାଇ ମ୍ୟାନେଜର।’

ସେ ଏହି ଭିଡିଓ ପୋଷ୍ଟ କରିବା ପୂର୍ବରୁ ଏହାର ଭିୟୁ ୬ ମିଲିୟନରୁ ଅଧିକ ହୋଇ ସାରିଲାଣି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତ ବ୍ୟକ୍ତି ଜଣକ ଭୁବନ ନୁହଁନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe