ସୋସିଆଲ୍‌ ମିଡିଆରେ ବୁଲିଥିବା ରତନ ଟାଟାଙ୍କ ମଦ ବିରୋଧୀ ପୋଷ୍ଟ୍‌ ନକଲି

Advertisment
ରତନ ଟାଟାଙ୍କୁ ୮୬

Indiatimes.com

ନୂଆଦିଲ୍ଳୀ: ଅନେକ ସମୟରେ ସୋସିଆଲ୍‌ ମିଡିଆରେ ବହୁ ଗୁଜବ ପ୍ରଘଟ ହୋଇଥାଏ। ପରବର୍ତ୍ତୀ ମୁହୂର୍ତ୍ତରେ ସତ ସାମ୍ନାକୁ ଆସେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଶିଳ୍ପପତି ରତନ ଟାଟାଙ୍କ ନାମରେ ଭାଇରାଲ୍‌ ହୋଇଥିବା ଏକ ପୋଷ୍ଟ୍‌।

ମଦ ଉପରେ ରତନ ଟାଟା ଏକ ପୋଷ୍ଟ୍‌ କରିଥିଲେ ବୋଲି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ପୋଷ୍ଟ୍‌ଟିରେ ଲେଖା ଯାଇଥିଲା, ‘ମଦ କିଣିବା ବେଳେ ଗ୍ରାହକଙ୍କ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଉ। ମଦ କ୍ରେତାମାନଙ୍କ ପାଇଁ ସରକାର ଖାଦ୍ୟ ସବସିଡ୍ ବନ୍ଦ କରନ୍ତୁ। ସେମାନଙ୍କୁ ମାଗଣା ଖାଦ୍ୟ ଦିଆଯିବା ଅନୁଚିତ। ଯେଉଁମାନେ ମଦ କିଣିପାରିବେ। ସେମାନେ ଖାଦ୍ୟ ବି କିଣିପାରିବେ। ମାଗଣାରେ ଖାଦ୍ୟ ପାଇଗଲେ ଲୋକେ ମଦ କିଣୁଛନ୍ତି।’

ଟାଟାଙ୍କ ନାମରେ ଏହି ପୋଷ୍ଟ୍‌ଟି ଭାଇରାଲ୍‌ ହେବା ପରେ ଏହାକୁ ନେଇ ବହୁ ଆଲୋଚନା ସମାଲୋଚନା ଜୋର୍‌ ଧରିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ରତନ ଟାଟା ଏହାକୁ ନେଇ ସ୍ପଷ୍ଟ କରିଥିଲେ। ୨୦୨୧ ମସିହା ସେପ୍ଟେମ୍ବର ମାସରେ ରତନ ଟାଟା ପୋଷ୍ଟ୍‌ କରି ଲେଖିଥିଲେ ଯେ ‘ଏହି ପୋଷ୍ଟ୍‌ଟି ମୋର ନୁହେଁ’।

କିଛି ଦିନ ତଳର ସେହି ସ୍କ୍ରିନ୍‌ସଟ୍‌ଟି ଏବେ ସୋସିଆଲ୍‌ ମିଡିଆରେ ପୁଣି ଥରେ ଭାଇରାଲ୍‌ ହେବାରେ ଲାଗିଛି। ମାତ୍ର ଆମେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ପୋଷ୍ଟ୍‌ରେ କିଛି ବି ସତ୍ୟତା ନାହିଁ ବୋଲି ନିଜେ ରତନ ଟାଟା ହିଁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe