ନୂଆଦିଲ୍ଲୀ: ବିହାରରେ ୨ଲକ୍ଷ ଟଙ୍କା ଦେଇ ନକଲି ଆଇପିଏସ୍ ହୋଇଥିବା ମିଥିଲେଶ ମାନଝି ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନକଲି ଆଇପିଏସ୍ ହୋଇ ପୁଲିସ ହାତରେ ଧରାପଡ଼ିଥିବା ମିଥିଲେଶ ମାନଝିଙ୍କୁ ନେଇ ଏକ ସିନେମା ତିଆରି ହୋଇଛି। ୟୁଟ୍ୟୁବରେ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି। ଯେଉଁଥିରେ ସେ 'ସିଙ୍ଘମ'ର ଭୂମିକାରେ ଗୁଣ୍ଡାମାନଙ୍କ ସହ ଲଢ଼େଇ କରୁଥିବା ଦେଖିବାକୁ ମିଳୁଛି।
ବିହାରର ଜମୁଇ ଜିଲ୍ଲାରେ ଜଣେ ନକଲି ଆଇପିଏସକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ନକଲି ଆଇପିଏସ ମିଥିଲେଶ ସିକନ୍ଦରା ଥାନା ପୁଲିସରେ କହିଥିଲେ, ‘ମନୋଜ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଦୁଇ ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ମୋନଜ ତାଙ୍କୁ ଆଇପିଏସ୍ କରିଥିଲେ। ଏଥିପାଇଁ ମନୋଜ ସିଂ ଆଇପିଏସ୍ ୟୁନିଫର୍ମ ଏବଂ ପିସ୍ତଲ ମଧ୍ୟ ଦେଇଥିଲେ।’
ସମ୍ପ୍ରତି ମିଥିଲେଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଆସିବାକୁ ଯାଉଛି, ଯାହାର ନାମ 'ଫର୍ଜି ଆଇପିଏସ୍' ରହିଛି। ଦୁଇ ଲକ୍ଷ ଦେଇ ନକଲି ଆଇପିଏସ୍ ହୋଇଥିବା ମିଥିଲେଶଙ୍କ ଫିଲ୍ମ 'ଫର୍ଜି ଆଇପିଏସ୍'ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଯାହାକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧.୧୬ ଲକ୍ଷ ଲୋକ ଦେଖି ସାରିଛନ୍ତି। ଏହି ଚଳଚ୍ଚିତ୍ରରେ ମିଥିଲେଶ ଜଣେ ପୁଲିସ ଭୂମିକାରେ ଅଭିନୟ କରୁଛନ୍ତି। 'ଫର୍ଜି ଆଇପିଏସ୍' ଚଳଚ୍ଚିତ୍ରଟି ନଭେମ୍ବର ୪ରେ ମୁକ୍ତିଲାଭ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/28/8Snlq6SL1DcS0eE12qKP.jpg)