bhaskar.com
ହନୁମାନଗଡ଼(ରାଜସ୍ଥାନ): କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏକ ଅଦ୍ଭୁତ ଫଟୋ । ମଣିଷ ଭଳି ମୁହଁ, ବଡ଼ ବଡ଼ ନଖ, ବିଲେଇ ଭଳି ଚାଲୁଥିବା ଏହି ଅଦ୍ଭୁତ ଜୀବର ଫଟୋ ଭାଇରାଲ ହେଉଥିବା ବେଳେ କିଛି ଲୋକ ଏହାକୁ ମିଛ ଖବର ବୋଲି କହିବା ଆରମ୍ଭ କରିଛନ୍ତି। ରାଜସ୍ଥାନର ହନୁମାନଗଡ଼ରେ ଏହି ଖବରର ପ୍ରସାର ହେବା ପରେ ଲୋକେ ଖବରକୁ ମିଛ ବୋଲି କହୁଥିଲେ ମଧ୍ୟ ରାତିରେ କେହି ଘରକୁ ବାହାରିବାକୁ ସାହସ କରୁ ନାହାନ୍ତି ।
ଲୋକମାନଙ୍କ ମଧ୍ୟରେ ଏଭଳି ଭୟର ବାତାବରଣ ଦେଖି ବନବିଭାଗ ଏ ନେଇ ଫଟୋରେ ନଜର ଆସୁଥିବା ଜୀବର ସନ୍ଧାନରେ ଲାଗିଥିବା ବେଳେ ସେମାନଙ୍କୁ ଫଟୋରେ ଦେଖାଯାଉଥିବା ଜୀବର କୌଣସି ସନ୍ଧାନ ମିଳି ନ ଥିଲା । ପରେ ପ୍ରଚାର ହେଉଥିବା ଖବରଟି ମିଛ ବୋଲି ବନବିଭାଗ ଲୋକମାନଙ୍କୁ ଜଣାଇଥିବା ଖବର ମିଳିଛି । କେହି ଜଣେ ଲୋକମାନଙ୍କୁ ଡ଼ରାଇବା ପାଇଁ ଏଭଳି ଫଟୋ ସେୟାର କରିଥିବା କହିଛି ବନ ବିଭାଗ । ଯିଏ ଏହି ମିଥ୍ୟା ଖବର ପ୍ରଚାର କରିଛି ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରାଯାଇଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।
Follow Us