‘ମହିଳାଙ୍କ ସ୍ବାସ୍ଥ୍ୟ ନେଇ ସଚେତନ ହୁଅନ୍ତୁ ପରିବାର’

ସ୍ବାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍‌ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଦ ହେଲ୍‌ଥ କନ୍‌କ୍ଲେଭ୍‌-୨୦୨୫ର ପ୍ରଥମ ପ୍ୟାନେଲ୍‌ ଆଲୋଚନାର ବିଷୟବସ୍ତୁ ରହିଥିଲା ‘ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା’। ଏଥିରେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ସିନି. ବେଣୁଗୋପାଳ ଓ ଭାରତ ଭୂଷଣ ଯୋଗ ଦେଇଥିଲେ।

ddsccxxc

ସ୍ବାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜ୍‌ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଦ ହେଲ୍‌ଥ କନ୍‌କ୍ଲେଭ୍‌-୨୦୨୫ର ପ୍ରଥମ ପ୍ୟାନେଲ୍‌ ଆଲୋଚନାର ବିଷୟବସ୍ତୁ ରହିଥିଲା ‘ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା’। ଏଥିରେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ସିନି. ବେଣୁଗୋପାଳ ଓ ଭାରତ ଭୂଷଣ ଯୋଗ ଦେଇଥିଲେ। ଡା.ଭୂଷଣ କହିଥିଲେ ଯେ ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ ପାଇଥିଲେ ବି ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି। କୌଣସି ମା’ ଗର୍ଭଜନିତ ଜଟିଳତାରେ ପ୍ରାଣ ହରାଇବା ଉଚିତ ନୁହେଁ। କାରଣ ଏହା ଏକ ରୋଗ ନୁହେଁ। ରକ୍ତହୀନତା ଓ ଏହା ଜନିତ ହେଉଥିବା ଜଟିଳତା କାରଣରୁ ମାତୃ ମୃତ୍ୟୁହାର ଦେଖିବାକୁ ମିଳୁଛି। ତେଣୁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ବାରା ଏହି ସ୍ବାସ୍ଥ୍ୟଜନିତ ସମସ୍ୟାର ସମାଧାନ କରାଯାଇପାରିବ। ମା’ଟିଏ ଉପଯୁକ୍ତ ପୋଷଣ ପାଉ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଦାରିଦ୍ର୍ୟତା ଓ ଲିଙ୍ଗଗତ ଅସମାନତା ଏହାର ଏକ ପ୍ରମୁଖ କାରଣ। ଝିଅଟିଏ ଯଦି ପିଲାଦିନେ ଉପଯୁକ୍ତ ପୋଷଣ ପାଇବ ନାହିଁ ତାହାଲେ ଆଗକୁ ମଧ୍ୟ ଏହି ସମସ୍ୟା ଲାଗି ରହିବ। 

ସେ ଆହୁରି ମଧ୍ୟ କହିଥିଲେ ଯେ କେବଳ ମହିଳା ନୁହେଁ, ପରିବାର ଲୋକ ମଧ୍ୟ ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ ହେବାର ଆବଶ୍ୟକତା ରହିଛି। ମହିଳାଙ୍କ ଋତୁସ୍ରାବ ଜନିତ ଯନ୍ତ୍ରଣା ଏକ ସାଧାରଣ ଘଟଣା ନୁହେଁ। ଏହି ସମୟରେ ତାଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି। ଆବଶ୍ୟକ ପଡ଼ିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଯିବା ଉଚିତ। ସ୍ବାସ୍ଥ୍ୟ କ୍ଷେତ୍ରରେ ଏଆଇ ବିକଶିତ ହୋଇଥିଲେ ହେଁ ଜଣେ ବିଶେଷଜ୍ଞଙ୍କ ମତ ବେଶ୍ ଗୁରୁତ୍ବ ରଖିଥାଏ ବୋଲି ଡା.ଭୂଷଣ କହିଥିଲେ। ସେହିପରି ଡା.ବେଣୁଗୋପାଳ କହିଥିଲେ, ଜୀବନ ଶୈଳୀରେ ପରିବର୍ତ୍ତନ କାରଣରୁ ଅନେକ ରୋଗ ମାଡ଼ି ଆସୁଛି। ଏହାସହ ନିଜ ସ୍ବାସ୍ଥ୍ୟକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ରହିଛି। କାରଣ ଜରାୟୁ କର୍କଟ ଭଳି ରୋଗକୁ ଏଚ୍‌ପିଭି ଟିକା ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ। ସ୍ତନ କର୍କଟକୁ ଜଣେ ବାଳିକା-ମହିଳା ନିଜେ ପରୀକ୍ଷା କରି ଜାଣିପାରିବ। କୌଣସି ବ୍ୟକ୍ତିଙ୍କ ପରିବାରରେ ଯଦି ପୂର୍ବରୁ କେହି ଏଥିରେ ଆକ୍ରାନ୍ତ ହୋଇଥା’ନ୍ତି ତାହାଲେ ସେ ଅଧିକ ସତର୍କ ହେବା ଉଚିତ। ମହିଳାମାନଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ସରକାରୀ ସ୍ତରଠାରୁ ଆରମ୍ଭ କରି ସାମାଜିକ ସଂସ୍ଥାମାନେ ସଚେତନତା କରୁଛନ୍ତି। ବିଗତ କିଛିବର୍ଷ ଭିତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମହିଳାଙ୍କ ପାଇଁ ଅନେକ ସୁବିଧା ଆସିଛି। ଋତୁସ୍ରାବ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ କପ୍ ଉବଲବ୍ଧ ହେଉଛି। ଏହାସହ ବିଭିନ୍ନ ପ୍ରକାରର ଗର୍ଭ ନିରୋଧକ ବଟିକା ମଧ୍ୟ ମିଳୁଛି ବୋଲି ସେ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe