ଏପରି ଏକ ପରିବାର ଯେଉଁଠି ୨୨ ଜଣ ସଦସ୍ୟଙ୍କର ରହିଛି ୨୪ଟି ଲେଖାଏଁ ଆଙ୍ଗୁଠି!

Advertisment
ଏପରି ଏକ ପରିବାର ଯେଉଁଠି ୨୨ ଜଣ ସଦସ୍ୟଙ୍କର ରହିଛି ୨୪ଟି ଲେଖାଏଁ ଆଙ୍ଗୁଠି!

photo by : metro.co.uk

ବିହାରର ଗୟା ଜିଲ୍ଲାର ଉତ୍ତର ପ୍ରଖଣ୍ଡରେ ଥିବା ଏକ ପରିବାରର ୨୨ ସଦସ୍ୟଙ୍କ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ସେମାନଙ୍କର ହାତ ଓ ପାଦର ଆଙ୍ଗୁଠି । ସମସ୍ତ ୨୨ ଜଣଙ୍କର ୨୪ଟି ଲେଖାଏଁ ଆଙ୍ଗୁଠି ରହିଛି । ଯେଉଁଥିପାଇଁ ପରିବାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଖାସକରି ଏହି ପରିବାରର ପୁଅ ଓ ଝିଅଙ୍କ ବିବାହରେ ବାଧା ସୃଷ୍ଟି କରୁଛି ସେମାନଙ୍କର ଆଙ୍ଗୁଠି ।

publive-image

ଜଣେ ଲୋକର ହାତରେ ୨୪ଟି ଆଙ୍ଗୁଠି ରହିବା ଏକ ସାଧାରଣ କଥା ନୁହେଁ ବରଂ ଆଶ୍ଚଯ୍ୟଜନକ ମଧ୍ୟ । କିନ୍ତୁ ବିହାରର ଟେଉସା ଅଞ୍ଚଳରେ ଥିବା ଏକ ପରିବାରର ଅଧିକାଂଶ ଲୋକଙ୍କର ହାତ ଓ ପାଦରେ ୬ଟି ଲେଖାଏଁ ଆଙ୍ଗୁଠି ରହିଛି । ଏହି ପରିବାରର ସଦସ୍ୟଙ୍କ ୬ଟି ଲେଖାଏଁ ଆଙ୍ଗୁଠିର ଇତିହାସ ମାନୋ ଦେବୀଙ୍କ ନିଟକରୁ ଆରମ୍ଭ ହୋଇଥିଲା । ପରିବାରରେ ସର୍ବପ୍ରଥମେ ମାନୋଦେବୀଙ୍କର ୨୪ଟି ଆଙ୍ଗୁଠି ରହିଥିଲା । ଏହା ପରେ ପରିବାରରେ ଜନ୍ମ ନେଇଥିବା ଅଧିକାଂଶ ସଦ୍ୟସଙ୍କର ୨୪ଟି ଆଙ୍ଗୁଠି ଥିବା ଦେଖିବାକୁ ମିଳିଥିଲା ।

publive-image

୨୪ଟି ଆଙ୍ଗୁଠି ଥିବା ଯୋଗୁଁ ପରିବାର ସଦସ୍ୟଙ୍କୁ ବିବାହ ସମୟରେ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରତି ପାଦ ଓ ହାତରେ ୬ଟି ଲେଖାଏଁ ଆଙ୍ଗୁଠି ଥିବା ଯୋଗୁଁ ପରିବାରର ଝିଅମାନେ ଅଧିକ ହଇରାଣ ହେଉଛନ୍ତି । ଏପରିକି ପାଦରେ ୧୨ଟି ଆଙ୍ଗୁଠି ଥିବା କାରଣରୁ ଚପଲ ପିନ୍ଧିବାରେ ମଧ୍ୟ ଅସୁବିଧା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe