ଅଡ଼ୁଆରେ ଧର୍ମଶାଳା ପୂର୍ବତନ ବିଧାୟକଙ୍କ ପରିବାର: ଜଙ୍ଗଲଜମି ଜବରଦଖଲର ମାପଚୁପ ଆରମ୍ଭ

Advertisment
ଅଡ଼ୁଆରେ ଧର୍ମଶାଳା ପୂର୍ବତନ ବିଧାୟକଙ୍କ ପରିବାର: ଜଙ୍ଗଲଜମି ଜବରଦଖଲର ମାପଚୁପ ଆରମ୍ଭ

ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରିବାର ପାଇଁ ଏବେ ଅଡ଼ୁଆ ବଢ଼ୁଛି। ବହୁଚର୍ଚ୍ଚିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ପରେ ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ଶିଳ୍ପ ତାଲିମ କେନ୍ଦ୍ର(ଆଇଟିସି) ପାଚେରି ନିକଟରେ ତହସିଲ ମାପଚୁପ କରୁଛି। ଏହି ମାପଚୁପ ସରିବା ପରେ ଜଙ୍ଗଲ ଜମି ଦଖଲ ଓ କିସମ ପରିବର୍ତ୍ତନର ତଞ୍ଚକତା ସାମ୍ନାକୁ ଆସିପାରେ। ଏହି ଜମି ଦୁର୍ନୀତିକୁ ନେଇ ଧର୍ମଶାଳା ଅଞ୍ଚଳର ବିଜେପି କର୍ମୀ ଆଲୋକ ଲେଙ୍କା, ବିଶ୍ବରଞ୍ଜନ ସାମଲ, ତପନ ମାହୁନ୍ତ, ଯୁଗଳ କିଶୋର ଦାସ, ରାଜେଶ ପାଳ ପ୍ରମୁଖ ଅଭିଯୋଗ କରିଥିଲେ। ନୂଆଗାଁ ମୌଜାର ଖାତା ନମ୍ବର-୧୯୨ ଓ ପ୍ଲଟ୍ ନମ୍ବର-୮୦ରେ ଥିବା ୫.୪୧ଏକର ଜମିକୁ ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଜବରଦଖଲ କରି ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବା ସେମାନେ ଗତ ୧୪ ତାରିଖରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ।

ଏହି ଅଭିଯୋଗ ଆଧାରରେ ତହସିଲ ପକ୍ଷରୁ ଧର୍ମଶାଳାର ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ପତ୍ନୀ ପ୍ରତିମା ଦାସ, ଗୋକର୍ଣ୍ଣେଶ୍ବର ଚାରିଟେବୁଲ୍ ଟ୍ରଷ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ୨୮ଜଣଙ୍କୁ ଆଜି ମାପଚୁପ ସମୟରେ ଉପସ୍ଥିତ ରହିବାକୁ ନୋଟିସ୍‌ କରାଯାଇଥିଲା। ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ପଚାରିବାରୁ ସରକାରଙ୍କର ୫ଏକର ଜମି ଖୋଜାଯାଉଛି। ଆମର କିଛି ମପା ହେଉନି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସ ନୂଆଗାଁ ମୌଜାରେ ୫ଏକର ୪୧ ଡେସିମିଲ ଜମି ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟ ନାମରେ କରାଇ ନେଇଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe