ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ଅବା ରାଷ୍ଟ୍ରପତି, କୁନି କୁନି ପିଲାଙ୍କୁ ସେମାନେ ଭାରି ଭଲ ପାଆନ୍ତି...

neta with child

Photograph: (Sambad.in)

ନୂଆଦିଲ୍ଲୀ: କୁନି କୁନି ପିଲାଙ୍କୁ ଭାରି ଭଲ ପାଆନ୍ତି ଆମ ରାଜନେତା । ନିଷ୍ପାପ ଶିଶୁଙ୍କ ଗହଣରେ ସମୟ ବିତାଇବାକୁ ଭାରି ଭଲ ପାଆନ୍ତି ଭାରତୀୟ ରାଜନୀତିର ନେତାମାନେ । ବିଧାୟକ ହୁଅନ୍ତୁ କି ସାଂସଦ ଅବା ହୁଅନ୍ତୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ପିଲାଙ୍କୁ ସେମାନେ ଭାରି ଭଲପାଆନ୍ତି ଆଉ ସେମାନଙ୍କ ଦରୋଟି ହସ ହସ ମୁହଁର ମାୟାରେ ପଡି ସେମାନଙ୍କୁ ସ୍ନେହ କରନ୍ତି । ବିଭିନ୍ନ ସମୟରେ ଅନେକ ରାଜନେତା ଏବଂ ରାଷ୍ଟ୍ରପତିଙ୍କୁ ସ୍କୁଲ ପିଲା, ବସ୍ତି ପିଲା ଏବଂ ଅନେକ ପ୍ରତିଭାଧାରୀ ପିଲାଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଛି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାଙ୍କୁ ଭାରି ଭଲପାଆନ୍ତି ଯାହାର ଝଲକ ଅନେକ ସମୟରେ ଦେଶବାସୀ ଦେଖିଛନ୍ତି । କେବେ ପିଲାଙ୍କୁ ଚକଲେଟ ଦେଉଥିବା ବେଳେ କେବେ ପିଲାଙ୍କ ସହ କେକ୍ କାଟୁଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ସେ ପିଲାଙ୍କ ସହ ହାତ ମେଳାଇବାକୁ ଭୁଲନ୍ତି ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପିଲା ପ୍ରିୟ । ନିଜ ବାସଭବନରେ ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିବା ହେଉ ଅବା ତାଙ୍କ ଜନ୍ମଦିନରେ ପିଲାଙ୍କୁ ପ୍ରେରଣାଦାୟୀ କାହାଣୀ କହି ପ୍ରଶ୍ନ ପଚାରିବାକୁ କାହାକୁ ନଡରିବାର ମନ୍ତ୍ର ଦେଉଥିବା ନଜର ଆସିଛନ୍ତି ମୋଦୀ । ପରୀକ୍ଷା ପେ ଚର୍ଚ୍ଚାରେ ପିଲାଙ୍କୁ ଟିପ୍ସ ବି ଦିଅନ୍ତି ମୋଦୀ ।

ପିଲାଙ୍କ ସହ ସେଲ୍ଫି ନେଲେ ମୁଖ୍ୟମନ୍ତ୍ରୀ । ସ୍କୁଲର ଶ୍ରେଣୀ ଗୃହରେ ପିଲାଙ୍କ ସହ ନିଜେ ସେଲ୍ଫି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବରେଲି ଜିଲ୍ଲାର ନବାବଗଞ୍ଜରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ ଅବସରରେ ପିଲାଙ୍କ ସୁନେଲୀ ଭବିଷ୍ୟତ କାମନା କରି ସେମାନଙ୍କ ସହ ଫଟୋ ଉଠାଇଥିଲେ ଯୋଗୀ ।  

ଖାଲି ଯୋଗୀ ନୁହଁନ୍ତି ପିଲାଙ୍କ ସହ ଆଜି ସମୟ ବିତାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୁନି କୁନି ପିଲାଙ୍କୁ ଖଡି ଛୁଆଁଇଛନ୍ତି ମୋହନ ଏବଂ ସେମାନଙ୍କୁ ମଧ୍ୟ ବ୍ୟାଗ୍ ବଣ୍ଟନ କରିଛନ୍ତି । ନିଜ ପ୍ରାରମ୍ଭିକ ଜୀବନରେ ସେ ଜଣେ ଶିକ୍ଷକ ଥିବାରୁ ପିଲାଙ୍କୁ ଖଡ଼ି ଛୁଆଁଇ ସେ ଖୁସି ହୋଇଛନ୍ତି ।

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍କୁଲ ପିଲାଙ୍କ ସହ ସମୟ କାଟିବାକୁ ଭଲ ପାଆନ୍ତି ବୋଲି ତାଙ୍କ ଫଟୋରୁ ଅନୁମାନ କରି ହୁଏ । କେବେ ପିଲାଙ୍କୁ ବିସ୍କୁଟ ତ କେବେ ଚକୋଲେଟ ବି ଦିଅନ୍ତି । ଆଉ କେବେ ପୁଣି କେନ୍ଦ୍ରାପଡାର ସାହସୀ ଦୁଇ କୁନି ଭଉଣୀଙ୍କ ସହ ସେଲ୍ଫି ନେବାକୁ ବି ଭୁଲନ୍ତିନି ନବୀନ ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପିଲାଙ୍କ ସହ ହୋଲି ଏବଂ ଦୀପାବଳୀ ପାଳି ଚର୍ଚ୍ଚାରେ ଥିବା ବେଳେ ଚଳିତ ବର୍ଷ ହୋଲିରେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିବ୍ୟାଙ୍ଗ ପିଲାଙ୍କ ସହ ହୋଲି ଖେଳି ପିଲାଙ୍କୁ ସେ କେତେ ଭଲପାଆନ୍ତି ତାହା ପ୍ରମାଣ ଦେଇଥିଲେ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ପିଲାଙ୍କ ସହ ସମୟ ବିତାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଥିବା ବେଳେ ନିଷ୍ପାପ ଶିଶୁଙ୍କ ସହ ଏମିତି ଅନେକ ରାଜନେତା ମିଶିବାକୁ ଭଲପାଆନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe