ରତ୍ନବିତ୍‌ ଫରାହ୍‌ ଖାନ୍‌ ଅଲ୍ଲୀ

Advertisment
ରତ୍ନବିତ୍‌ ଫରାହ୍‌ ଖାନ୍‌ ଅଲ୍ଲୀ

ଜଣେ ଜୁଏଲାରି ଡିଜାଇନର୍‌ ଓ ରତ୍ନବିତ୍‌ ଭାବେ ଭାରତ କାହିଁକି ସାରା ବିଶ୍ୱରେ ଫରାହ୍‌ ଖାନ୍‌ ଅଲ୍ଲୀ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ। ୨୦୦୪ ମସିହାରେ ସେ ପ୍ରଥମ ଥର ପାଇଁ ନିଜର ଏକ ଜୁଏଲାରୀ ବ୍ରାଣ୍ଡ ‘ଫରାହ୍‌ ଖାନ୍‌ ଫାଇନ୍‌ ଜୁଏଲାରି’ ପ୍ରତିଷ୍ଠା କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ନିଜର ଅଧ୍ୟବସାୟ, ନିଷ୍ଠା ଓ ସଚ୍ଚୋଟତା ପାଇଁ ସେ ଆଜି ସଫଳତାର ଶୀର୍ଷରେ। ତାଙ୍କ ଜୁଏଲାରି ଡିଜାଇନ୍‌ଗୁଡ଼ିକର ଭାଷା ଅନନ୍ୟ ଓ ପରିପାଟି ଆକର୍ଷଣୀୟ। ଜୁଏଲାରି ଡିଜାଇନ୍‌ ପାଇଁ ସେ ଦେଶ ଭିତରେ ଓ ବାହାରେ ଅନେକ ସଂସ୍ଥା ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ୨୦୧୩ ମସିହାରେ ତାଙ୍କୁ ‘ବେଷ୍ଟ ଫେସନ କଣ୍ଟେପରାରି ଜୁଏଲାରି’ ଆଓ୍ଵାର୍ଡ ମିଳିଥିଲା। ଏହା ପୂର୍ବରୁ ୨୦୧୦ ମସିହାରେ ସେ ପାଇଥିଲେ ‘ଇନୋଭେଟିଭ ଜୁଏଲାରୀ ଆଓ୍ଵାର୍ଡ’। ସେହିଭଳି ସେ ‘ଇଣ୍ଡିଆନ୍‌ ଆଫେୟାର୍ସ କନକ୍ଲେଭ ଆଓ୍ଵାର୍ଡ’, ‘ଗ୍ରେଟ୍‌ ଓମେନ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ, ‘ଟ୍ରେଣ୍ଡସେଟର’ ଭଳି ଅନେକ ସମ୍ମାନର ଅଧିକାରିଣୀ। ୧୯୬୯ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଚଳଚ୍ଚିତ୍ର ଅଭିନେତା-ନିର୍ଦ୍ଦେଶକ ସଞ୍ଜୟ ଖାନ୍‌ଙ୍କ ଜ୍ୟେଷ୍ଠ କନ୍ୟା ଫରାହ୍‌ ମୁମ୍ବାଇର ସୋଫିଆ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ କାଲିଫର୍ଣ୍ଣିଆସ୍ଥିତ ‘ଜେମୋଲୋଜିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆମେରିକା’ରୁ ଜେମୋଲୋଜି ପାଠ ପଢ଼ିଥିଲେ। ୧୯୯୨ ମସିହାରେ ଆମେରିକାରୁ ଫେରିବା ପରେ ଭାରତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୯ ମସିହାରେ ସେ ଡିଜେ ଅକିଲ୍‌ଙ୍କୁ ବିବାହ କରିଥିଲେ। ଫରାହ୍‌ଙ୍କ ଦୁଇ ସନ୍ତାନ ଅଛନ୍ତି। ପୁଅ ନାମ ଆଜାନ୍‌ ଓ ଝିଅ ଫିଜା। ପାରମ୍ପରିକ ଓ ଆଧୁନିକ ଶୈଳୀକୁ ନେଇ ସେ ନୂତନ ଧରଣର ଜୁଏଲାରି ଡିଜାଇନ୍‌ ପ୍ରସ୍ତୁତ କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ତାଙ୍କର ଫେସନ୍‌ ଜୁଏଲାରି ଆଜି ଧନୀକ ମହଲରେ ବେଶ୍‌ ଆଦରଲାଭ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe