ଉପସ୍ଥିତ ବୁଦ୍ଧି ଖଟାଇ ବାପାଙ୍କ ଦୋକାନ ଲୁଟ ଅଟକାଇଲା ଶିଶୁ କନ୍ୟା

ଫରିଦାବାଦର ଜଣେ ୮ବର୍ଷର ଶିଶୁର ସାହସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଶିଶୁ ଦେଖାଇଥିବା ସାହସ ପାଇଁ ଚୋରମାନେ ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। 

ୖଅୖହ

ନୂଆଦିଲ୍ଲୀ: ଫରିଦାବାଦର ଜଣେ ୮ବର୍ଷର ଶିଶୁର ସାହସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଶିଶୁ ଦେଖାଇଥିବା ସାହସ ପାଇଁ ଚୋରମାନେ ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ଗତ ଗୁରୁବାର ଫରିଦାବାଦର ସୋହନାା ରାସ୍ତାପାର୍ଶ୍ବରେ ଭାଟି ହାର୍ଡୱେୟାର ଦୋକାନରେ ବସି ୮ବର୍ଷର ଜଣେ ଶିଶୁର ସ୍କୁଲ ପାଠ କରୁଥିଲା। ଏହି ସମୟରେ ଶିଶୁର ବାପା ଖାଇବା ପାଇଁ ଘରକୁ ଯାଇଥିଲେ।

ଶିଶୁକୁ ଦୋକାନରେ ଏକା ଥିବା ଦେଖି ତିନିଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ହାର୍ଡୱେୟାର ଦୋକାନ ଭିତରେ ଜୋରଜବରଦସ୍ତି ପ୍ରବେଶ କରିଥିଲେ। ଆଉ ଦୋକାନ ଭିତରେ ଥିବା ଶିଶୁକୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କାଉଣ୍ଟରରେ ରଖା ଯାଇଥିବା ଟଙ୍କା ସବୁକୁ ଦେବାକୁ ଧମକ ଦେଇଥିଲେ। 

ଉପସ୍ଥିତ ବୁଦ୍ଧି ଖଟାଇ ଦୁର୍ବୃତ୍ତଙ୍କ ଧମକକୁ ଭୟ ନକରି ଶିଶୁ ଜଣକ କାଉଣ୍ଟରରୁ ଟଙ୍କା ଦେବା ବାହାନାରେ ଜରୁରୀକାଳିନ ଘଣ୍ଟି ବଜାଇ ଦେଇଥିଲା। ଯାହାକୁ ଶୁଣିବା ପରେ ଦୋକାନ ନିକଟରେ ରହୁଥିବା ମାଲିକ ତଥା ଶିଶୁର ବାପା ଓ ପରିବାର ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରିବାରଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଭୟରେ ଘଟଣାସ୍ଥଳରୁ ବାଇକ ନେଇ ଚମ୍ପଟ ମାରିଥିଲେ।

ଏହି ଘଟଣାକୁ ନେଇ ଦୋକାନ ମାଲିକ  ରବି ଭୋ୍ଟି କହିଛନ୍ତି, ‘ସମ୍ପୂର୍ଣ୍ଣ ଘଟଣା ଦୋକାନରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଛି। ମୋ ଛୋଟ ପୁ୍ଅର ଏଭଳି ସାହସକୁ ମୁଁ ବିଶ୍ବାସ କରି ପାରୁ ନାହିଁ। ତା’ ପାଇଁ ଆଜି ମୋ ଦୋକାନ ଲୁଟ ହେବାରୁ ରକ୍ଷା ପାଇଯାଇଛି।’

ଦୋକାନ ମାଲିକ ରବି ଭା୍ଟିଙ୍କ ଅଭିଯୋଗ ପରେ ପୁଲିସ ହାର୍ଡୱେୟାର ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କ ପରିଚୟ ଜାଣିବାକୁ ଯାଞ୍ଚ ଜାରି ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe