oneindia.com
ନୂଆଦିଲ୍ଲୀ : ବନ୍ୟା ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଏବେ ଫରିଦାବାଦ୍ର ଏସିପି ଚର୍ଚ୍ଚାରେ ରହିଛନ୍ତି । ଯମୁନାର ତଲହଟୀରେ ଥିବା ବସନ୍ତପୁରରେ ମଙ୍ଗଳବାର ଜଣେ ଯୁବକ ବନ୍ୟା ପାଣିରେ ବୁଡ଼ି ଯାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଡିୟୁଟିରେ ଥିବା ଏସିପିଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ କୌଣସି ଉଦ୍ଧାରକାରୀ ଦଳକୁ ଅପେକ୍ଷା ନ କରି ନିଜେ ବନ୍ୟା ପାଣିକୁ ଡ଼େଇଁଥିଲେ ଏସିପି । ଡ଼େଇଁବାର ୫ମିନିଟ୍ ମଧ୍ୟରେ ସେ ବୁଡ଼ି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ଫରିଦାବାଦ୍ ପୁଲିସ ନିଜ ଟୁଇଟ୍ର ଆକାଉଣ୍ଟ ଜରିଆରେ ଏ ଖବର ଦେବା ପରେ ଖବରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଟୁଇଟ୍ରେ, ଆଜି ରାତିରେ ଯମୁନା ନଦୀର ବନ୍ୟା ପ୍ରଭାବିତ ଅଞ୍ଚଳରେ ଡିୟୁଟି କରୁଥିବା ସମୟରେ ଫରିଦାବାଦ୍ ପୁଲିସର ଏସିପି ସରାୟ ଶ୍ରୀ ମୋଜିରାମ ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡ଼େଇଁବା ସହ ବୁଡ଼ି ଯାଉଥିବା ବ୍ୟକ୍ତିର ଜୀବନ ବଞ୍ଚାଇଥିଲେ ବୋଲି ଲେଖାଯାଇଛି ।
Follow Us