ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍‌ ହେଲା ମାଟ୍ରିମୋନିଆଲ୍‌ରୁ ମିଳିଥିବା ସୁନ୍ଦରୀ ପତ୍ନୀ

Advertisment
ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍‌ ହେଲା ମାଟ୍ରିମୋନିଆଲ୍‌ରୁ ମିଳିଥିବା ସୁନ୍ଦରୀ ପତ୍ନୀ

ଫରିଦାବାଦ୍‌: ମାଟ୍ରିମୋନିଆଲ୍‌ ବିବାହ ଯେ‌ତିକି ଭଲ, ସେତିକି ଖରାପ ମଧ୍ୟ। କାହାକୁ ଏହି ମାଟ୍ରିମୋନଆଲ୍‌ ସାଇଟ୍‌ଗୁଡ଼ିକରେ ଉତ୍ତମ ଜୀବନସାଥୀ ମିଳିଥାନ୍ତି ତ କାହାର କପାଳ ଫୁଟିଯାଏ। ୨ ବର୍ଷ ତଳେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବିବାହ କରିଥିବା ଜଣେ ପୁରୁଷ ଏବେ ତା’ର କୁପ୍ରଭାବ ଭୋଗୁଛନ୍ତି।

ଘଟଣାଟି ହେଉଛି ହରିଆଣାର ଫରିଦାବାଦ୍‌ର। ଜ‌ାଣିବାକୁ ମିଳିଛି ଯେ ଫରିଦାବାଦ୍‌ର ଅଜୟ କୁମାର ୨୦୨୦ ମସିହାରେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଜଣେ ଯୁବତୀଙ୍କୁ ବିବାହ କଲେ। ମାତ୍ର ଦୁଃଖର କଥା ହେଉଛି ଯୁବତୀ ଜଣକ ବାହାରିଲେ ଜଣେ ଲୁଟେରା କନ୍ୟା। ଅଜୟ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ମହିଳାଙ୍କୁ ସେ ମାଟ୍ରିମୋନିଆଲ୍‌ରେ ଦେଖିବା ପରେ ପସନ୍ଦ କରି ବିବାହ କରିଥିଲେ ସେ ତାଙ୍କ ଘରୁ ୧୨ ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି।

ମହିଳା ଜଣଙ୍କ ପୂର୍ବରୁ ବିବାହ କରି ସାରିଥିଲେ। ତାଙ୍କର ୩ ପିଲା ମଧ୍ୟ ଥିଲେ। ଅଜୟ ବାରମ୍ବାର ତାଙ୍କୁ କହୁଥିଲେ ଯେ ତୁମ ପ୍ରଥମ ପତିଙ୍କ ସହ ହୋଇଥିବା ଛାଡ଼ପତ୍ର ମୋତେ ଦେଖାଅ। ମାତ୍ର ମହିଳା ଜଣକ ଆଡୁସାଡୁ କହି ଏଡ଼େଇ ଚାଲୁଥିଲେ। ମହିଳା ଜଣକ ବାହାନା ବନାଇ ଆସୁଥିଲେ ଓ ଶେଷରେ ୨୦୨୧ ଅଗଷ୍ଟ ମାସରେ ଅଜୟଙ୍କ ଘରୁ କଳାକନା ବୁଲେଇ ୧୨ ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି।

ଅଜୟ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ମାଟ୍ରିମୋନିଆଲ୍‌ ବିବାହ ଉପରୁ ଲୋକଙ୍କ ଆସ୍ଥା ଉଠିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe