ଚାଷ କାମ ପାଇଁ ୭କୋଟି ଟଙ୍କାର ହେଲିକପ୍ଟର କିଣିବେ ଚାଷୀ

Advertisment
ଚାଷ କାମ ପାଇଁ ୭କୋଟି ଟଙ୍କାର ହେଲିକପ୍ଟର କିଣିବେ ଚାଷୀ

ନୂଆଦିଲ୍ଲୀ: ବସ୍ତରରେ ଧଳା ମୁସଲି ଓ ଗୋଲମରିଚର ସବୁଠାରୁ ବଡ଼ ଚାଷୀଙ୍କ ନାମ ହେଉଛି ଡକ୍ଟର ରାଜାରାମ ତ୍ରିପାଠୀ। ରାଜାରାମ ଚାଷ କ୍ଷେତ୍ରରେ ଦେଖାରଖା କରିବା ପାଇଁ ହେଲିକପ୍ଟର କିଣିବାକୁ ଯାଉଛନ୍ତି। ରାଜାରାମଙ୍କୁ ୪ଥର ସର୍ବଶ୍ରେଷ୍ଠ ଚାଷୀର ପୁରସ୍କାର ମିଳିଛି। ନିକଟରେ ଖବର ଆସିଛି କି ଚାଷୀ ରାଜାରାମ ୭କୋଟି ଟଙ୍କା ଦେଇ ହେଲିକପ୍ଟର କିଣିବା ପାଇଁ ଯାଉଛନ୍ତି। ଏହି ହେଲିକପ୍ଟରର ମଡେଲ ଆର-୪୪ ରହିଥିବା ବେଳେ ଚାରିଟି ଆସନ ବିଶିଷ୍ଟ ଏହା ରହିଛି।

ଡକ୍ଟର ରାଜାରାମ ତ୍ରିପାଠୀ ବର୍ତ୍ତମାନ ୨୫କୋଟି ଟଙ୍କାର ବାର୍ଷିକ ଟର୍ନଓଭର ଥିବା ମା’ ଦନ୍ତେଶ୍ବରୀ ହର୍ବଲ ଗୋଷ୍ଠୀର ସିଇଓ ରହିଛନ୍ତି। ଏଥିସହିତ ୪୦୦ ଆଦିବାସୀ ପରିବାର ସହିତ ଏକହଜାର ଏକରର ଜମିରେ ଚାଷ କରୁଛନ୍ତି। ଏହି ଗୋଷ୍ଠୀ ୟୁରୋପ ଓ ଆମେରିକା ଭଳି ଦେଶକୁ ଗୋଲମରିଚ ରପ୍ତାନୀ କରୁଛି।

ହେଲିକପ୍ଟର କିଣିବାକୁ ନେଇ ତ୍ରିପାଠୀ କହିଛନ୍ତି, ‘ଚାଷ କରୁଥିବା ସମୟରେ ବିଭିନ୍ନ ଫସଲରେ ପୋକ ଲାଗି ନଷ୍ଟ ହୋଇଯାଇଥାଏ। ହାତରେ ଔଷଧ ଛିଞ୍ଜନ ଦ୍ବାରା କିଛିସ୍ଥାନରେ ତାହା ପଡ଼ି ନଥାଏ। ଫଳରେ ସେହି ସ୍ଥାନରେ ରହି ଯାଇଥିବା ପୋକ ପୁଣି ଫସଲକୁ ମାଡ଼ି ଯାଇଥାଏ। ହେଲିକପ୍ଟରରେ ଔଷଧ ଛିଞ୍ଚନ ଦ୍ବାରା ପର୍ଯ୍ୟାପ୍ତ ମାତ୍ରାରେ ଚାଷରେ ଔଷଧ ଛିଞ୍ଚନ ହୋଇପାରିବ। ଏହା ମୋର ଚାଷ ସହିତ ପାଖଆଖରେ ଥିବା ଚାଷ ଜମି ପାଇଁ ଲାଭଦାୟକ ହେବ। ତେବେ ଏହି ହେଲିକପ୍ଟର ଚଲାଇବା ପାଇଁ ମୁଁ ପାଇଲଟର ଟ୍ରେନିଂ ନେବା ପାଇଁ ବି ଯୋଜନା କରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe