ଏକା ସାଙ୍ଗରେ ପୁଲିସରେ ଭର୍ତ୍ତି ହେଲେ ଚାଷୀଙ୍କ ଦୁଇଝିଅ ଓ ପୁଅ

ଏକା ସାଙ୍ଗରେ ପୁଲିସରେ ଭର୍ତ୍ତି ହେଲେ ଚାଷୀଙ୍କ ଦୁଇଝିଅ ଓ ପୁଅ

amarujala

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରଦାବାଦରେ ବସବାସ କରୁଥିବା ଜଣେ ଚାଷୀଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି। ଚାଷ କାମ କରି ଗୁଜୁରାଣ ମେଣ୍ଟାଉ ଥିବା ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ଗତକାଲି ଅତ୍ୟନ୍ତ ଖୁସିର ଦିନ ଥିଲା କହିଲେ ଭୁଲ ହେବ ନାହିଁ।

publive-image amarujala

ମିରଠର ମୱାନା ଥାନା ଅଞ୍ଚଳର ଦାନ୍ଦପୁରରେ ବିପିନ ଶର୍ମା ବସବାସ କରନ୍ତି।  ସ୍ତ୍ରୀ ଉଷା, ୪ ଝିଅ ଓ ୨ପୁଅଙ୍କୁ ନେଇ ତାଙ୍କର ସଂସାର। ବଡ଼ ପରିବାର ହେଲେ ବି  ଚାଷ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି ବିପିନ୍ । ସୀମିତ ସମ୍ବଳ ଭିତରେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବି ଭୁଲି ନାହାନ୍ତି ସେ।  ତେବେ ଇତିମଧ୍ୟରେ ତାଙ୍କର ବଡ଼ ପୁଅ ବିବେକ, ଝିଅ ସାକ୍ଷୀ ଓ ମୀନାକ୍ଷୀ ପୁଲିସ ବିଭାଗରେ ଚାକିରି ପାଇଛନ୍ତି । ଏହି ଖବର ବିପିନଙ୍କ ପରିବାର ସମେତ ଗ୍ରାମବାସୀଙ୍କୁ ଆନନ୍ଦ ଦେଇଛି। ପିଲାମାନଙ୍କ ସଫଳତାକୁ ନେଇ ସେମାନେ ଗର୍ବ ଅନୁଭବ କରୁଛନ୍ତି।

publive-image amarujala

ଦୁଇ ଭଉଣୀ ସାକ୍ଷୀ ଓ ମୀନାକ୍ଷୀ ମୁରଦାବାଦରୁ ନବମ ଶ୍ରେଣୀ  ପାସ୍‌ କରି ଚାକିରି ପାଇଥିବା ବେଳେ ଭାଇ ବିବେକ ଶର୍ମା ଅଲିଗଡରେ ସିପାହୀ ଟ୍ରେନିଂ ପୂରା କରିଛନ୍ତି। ଏକାସାଙ୍ଗରେ ଭାଇଭଉଣୀ ଗତ ସୋମବାର ପୁଲିସ ବିଭାଗରେ ଭର୍ତ୍ତି ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏତିକି ନୁହେଁ, ବିପିନଙ୍କ ସାନ ଝିଅ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚତୁର୍ଥ ଝିଅ ଦୀପାନ୍ସି ଓ ଛୋଟ ପୁଅ ମଣ୍ଟୁ ଶର୍ମା ଏବେ ପାଠପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe