ମାଲାମାଲ୍‌ କଲା ଗୋଲାପ ଚାଷ, ନିଜ ସହ ଗାଁ ଲୋକଙ୍କୁ ବି ସ୍ବାବଲମ୍ବୀ କରାଇଛନ୍ତି କୁଚିଣ୍ଡାର ‘ରୋଲ ମଡେଲ ରୋଜ ବୟ’

Advertisment
ମାଲାମାଲ୍‌ କଲା ଗୋଲାପ ଚାଷ, ନିଜ ସହ ଗାଁ ଲୋକଙ୍କୁ ବି ସ୍ବାବଲମ୍ବୀ କରାଇଛନ୍ତି କୁଚିଣ୍ଡାର ‘ରୋଲ ମଡେଲ ରୋଜ ବୟ’

ସମ୍ବଲପୁର: ପ୍ରବଳ ଇଛାଶକ୍ତି ଓ ଦୃଢ ଆତ୍ମବିଶ୍ୱାସ ଯେ ସଫଳତା ଆଣି ଦିଏ ତାହାର ସଦ୍ୟ ଉଦାହରଣ ହେଉଛନ୍ତି କୁଚିଣ୍ଡା ଉପଖଣ୍ଡ ମିକ୍ତିମାଲ ଗାଁର ସୋଭାଗ୍ୟ ନାଏକ। ଦୁଇ ଏକର ଜମିରେ ଗୋଲାପ ଫୁଲ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ନିଯୁକ୍ତି। ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଚାଷରେ ଗାଁର ୧୦ ଜଣଙ୍କୁ ରୋଜଗାରକ୍ଷମ କରାଇ ପାଲଟି ଯାଇଛନ୍ତି ଉଦାହରଣ। ସେଥିପାଇଁ ତ, ତାଙ୍କୁ ସ୍ଥାନୀୟ ଲୋକେ କହୁନ୍ତି ରୋଲ ମଡେଲ ରୋଜ ବୟ।

କୁଣ୍ଡରେ ସଜା ହୋଇଥିବା ଗୋଲାପ ଫୁଲ ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ବି ସେତିକି ସଂଘର୍ଷମୟ। ଆଜିର ପ୍ରଗତିଶୀଳ ଦୁନିଆରେ ଚାକିରି ପଛରେ ନଦୌଡି ଗୋଲାପ ଫୁଲ ଚାଷ ପାଇଁ ମନ ବଳାଇଥିଲେ ସମ୍ବଲପୁର ବାମରା ବ୍ଲକ ନିକ୍ତିମାଲ ଗାଁର ଯୁବ ଚାଷୀ ସୌଭାଗ୍ୟ ନାୟକ। ପ୍ରେମର ସ୍ବରୂପ ଫୁଲ ଗୋଲାପକୁ ପ୍ରେମୀ ଯୁଗଳ ଯେତିକି ଭଳ ପାଆନ୍ତି ଗୋଲାପ ଚାଷକୁ ତାଠୁ ଢେର ଅଧିକ ଭଲପାଆନ୍ତି ସୌଭାଗ୍ୟ।

publive-image

ପଲ୍ଲୀହାଉସ ମାଧ୍ୟମରେ ୩ ବର୍ଷ ତଳୁ ୨ ଏକର ଜମିରେ ଗୋଲାପ ଫୁଲ ଚାଷ କରୁଛନ୍ତି ଯୁବଚାଷୀ ସୌଭାଗ୍ୟ। ଆଉ ଏବେ ଦିନକୁ ୩୦୦୦ରୁ ୫୦୦୦ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ସଂଗ୍ରହ କରୁଛନ୍ତି। ଆଉ ସେହି ସବୁ ଫୁଲକୁ ପ୍ୟାକିଂ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉଲକେଲା, ବରଗଡ଼, କେନ୍ଦୁଝର ସହରକୁ ବିକ୍ରି ପାଇଁ ପଠାଉଛନ୍ତି ଗୋଲାପ ଚାଷୀ ସୌଭାଗ୍ୟ। ଗୋଟିଏ ଫୁଲକୁ ୬ ଟଙ୍କାରେ ବିକ୍ରି କରୁଥିବା ଏହି ସଫଳ ଚାଷୀ ମାସିକ ଲକ୍ଷାଧିକ ଚଙ୍କା ଲାଭ ପାଉଛନ୍ତି।

ଗୋଲାପ ଚାଷ କରି ସୌଭାଗ୍ୟ ନିଜେ ସ୍ବାବଲମ୍ବୀ ହେବା ସହ ନିକ୍ତିମାଲ ଗାଁର ୧୦ ଜଣ ଶ୍ରମିକଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେଇଛନ୍ତି।  ତାଙ୍କ ଗୋଲାପ ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ ମାସିକ ୭ରୁ ୮ ହଜାର ଟଙ୍କାର ପାରିଶ୍ରମିକ ଦେଉଛନ୍ତି ସୌଭାଗ୍ୟ।  ସୌଭାଗ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଶ୍ରମିକମାନେ ସକାଳୁ ସଂଧ୍ୟା ଗୋଲାପ ଗଛ ଗୁଡିକର ଯତ୍ନ ନେଉଛନ୍ତି। ଆଉ ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର। ଜାତୀୟ ଉଦ୍ୟାନ ବିଭାଗର ପରାମର୍ଶ କ୍ରମେ ଗୋଲାପ ଫୁଲ ଚାଷ କରି ପ୍ରେରଣାର ଉତ୍ସ ପାଲଟିଥିବା ସୋଭାଗ୍ୟଙ୍କ ଏହି ଫୁଲ ଚାଷ ଅନେକ ଯୁବପୀଢିଙ୍କୁ ଚାଷ ପ୍ରତି ଆକୃଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe