ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ

Advertisment
ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ

ନୂଆଦିଲ୍ଳୀ: ଆପଣ କେବେ କୌଣସି କୃଷକଙ୍କ ପତ୍ନୀଙ୍କୁ ମଡେଲିଂ କରୁଥିବାର ଦେଖିଛନ୍ତି? କୃଷକ କହିଲେ ଆମ ଆଖି ସାମ୍ନାକୁ ଜଣେ ଗରିବ ଲୋକର ପ୍ରତିଛବି ଆସି ଯାଇଥାଏ। କୃଷକଙ୍କ ପତ୍ନୀ କହିଲେ ଆମେ ଜାଣନ୍ତି ଘରେ ରହି ନିଜ ସ୍ବାମୀଙ୍କୁ ମାନିସିକ ଭାବେ ସହଯୋଗ କରୁଥିବା ଜଣେ ପତ୍ନୀ। ମାତ୍ର ଆମେ ଆଜି ଏମିତି ଜଣେ କୃଷକଙ୍କ ପତ୍ନୀଙ୍କ ବିଷୟରେ କହିବୁ, ଯିଏକି ନିଜ ସ୍ବାମୀ ବାହାରକୁ ଗଲା ପରେ ମଡେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛନ୍ତି।

ଜାଣିବାକୁ ମିଳିଛି ଯେ ମଡେଲ୍‌ ଜଣକ ଅନ୍‌ଲାଇନ୍‌‌ ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ଟଙ୍କା ରୋଜଗାର କରିବାରେ ସମର୍ଥ‌ ହୋଇଛନ୍ତି। ଏହି ମହିଳା ମଡେଲ୍‌ଙ୍କ ନାମ ହନି ବ୍ରୁକ୍‌ସ। ସେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଅଞ୍ଚଳର ଏକ ଗ୍ରାମରେ ରହନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ବାମୀ କାମରେ ବାହାରକୁ ଗଲା ବେଳେ ସେ ଏକାକୀପଣ ଦୂର କରିବାକୁ ଏକ ସବ୍‌ସ୍କ୍ରିପସନ୍‌ ଆଧାରିତ ସାଇଟ୍‌ରେ ନିଜ ନାମରେ ଏକ ଆକାଉଣ୍ଟ୍‌ ବନାଇଛନ୍ତି। ସେଠାରେ ସେ ନିଜ ଫଟୋ ବିକ୍ରି କରନ୍ତି।

ତାଙ୍କ ସ୍ବାମୀ କାମ ପାଇଁ ପ୍ରାୟ ୨ ସପ୍ତାହ ଲେଖାଏ ବାହାରେ ରହନ୍ତି। ଏହି କାରଣରୁ ନିଜକୁ ବେଶ୍‌ ଏକୁଟିଆ ମନେ କରନ୍ତି ବ୍ରୁକ୍ସ। ତାଙ୍କ ସ୍ବାମୀ ଘରେ ରହୁନଥିବା ବେଳେ ସେ ନିଜର ମଡେଲିଂ ସହ ଜମିବାଡ଼ି କାମ ଓ ପରିବାରର ବି ଧ୍ୟାନ ରଖନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe