୧୫ଥର ପରୀକ୍ଷା ଦେବା ପରେ ମିଳିଲା ସଫଳତା, ଜଜ ବନିଲେ କୃଷକ ପୁଅ

Advertisment
୧୫ଥର ପରୀକ୍ଷା ଦେବା ପରେ ମିଳିଲା ସଫଳତା, ଜଜ ବନିଲେ କୃଷକ ପୁଅ

ଗାଜିଆବାଦ: ଗାଜିଆବାଦର ଜଣେ କୃଷକଙ୍କ ପୁଅ କଠିନ ପରିଶ୍ରମ ଓ ନିଜ ଉପରେ ଥିବା ଆତ୍ମବିଶ୍ୱାସ ହେତୁ ଏସ୍‌ଜେଏସ୍‌ ପରୀକ୍ଷା ପାସ୍‌ କରି ଜଜ ବନି ଯାଇଛନ୍ତି।

ସାହିବାବାଦ ଗ୍ରାମରେ ରହୁଥିବା ୪୮ବର୍ଷୀୟ ସୁନିଲ କୌଶିକଙ୍କ କହିବାନୁସାରେ, ମୋର ଜେଜେବାପା ପଣ୍ଡିତ ଲଖପତି ଶର୍ମାଙ୍କ ସ୍ୱପ୍ନ ଥିଲା, ପିତା ଜଣେ ଜଜ ବନନ୍ତୁ। ଜେଜେବାପାଙ୍କ ଏହି ସ୍ୱପ୍ନକୁ ପୂରା କରିବା ପାଇଁ ମୁଁ ୧୫ବର୍ଷ ପର୍ଯ୍ୟନ୍ତ ଲଗାତାର ଏସ୍‌ଜେଏସ୍‌ ପରୀକ୍ଷା ଦେଇଥିଲି। ଦୁଇଥର ଇଣ୍ଟରଭ୍ୟୁର ବାହାର ହୋଇଯାଇଥିଲି। ହେଲେ ବି ନିଜ ଉପରୁ ଭରଷା ହରାଇ ନଥିଲି। ପ୍ରତିଦିନ ୧୦ଘଣ୍ଟା ପାଠପଢ଼ି ଥାଏ। ବହୁ ପରିଶ୍ରମ ପରେ ଶେଷରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜେଜେବାପାଙ୍କ ଜଜ ବନିବାର ସ୍ୱପ୍ନକୁ ସାକାର କରିଛି। ମୋତେ ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଏଡିଜେ ପଦ ସମ୍ଭାଳିବାର ଦାୟିତ୍ୱ ମିଳିଛି।

publive-image

ସୁନିଲା ଦ୍ୱାଦଶ ଶ୍ରେଣୀରୁ ନେଇ ଏମ୍‌ଏ ସମ୍ଭୁଦୟାଲ ଇଣ୍ଟର ଆଣ୍ଡ ଡିଗ୍ରି କଲେଜରେ କରିଥିଲେ। ମେରଠର ଏନ୍‌ଏଏସ୍‌ ଡିଗ୍ରି କଲେଜରୁ ଏଲଏଲବି ପଢ଼ା ଶେଷ କରିଥିଲେ। ଏହାପରେ ଗାଜିଆବାଦସ୍ଥିତ କଚହରି ପରିସରରେ ପ୍ରାକ୍ଟିସ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe