‘ତୁ ଚିନ୍ତା କରନି, ତୋ ପାଖରେ ତୋ ବାପା ଅଛି’

Advertisment
‘ତୁ ଚିନ୍ତା କରନି, ତୋ ପାଖରେ ତୋ ବାପା ଅଛି’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଶିଶୁକୁ ଗାଡ଼ିରେ ଯାଉଥିବା ବେଳେ ତାର ବାପା କିପରି ସମ୍ଭାଳିଛନ୍ତି ତାହା ଦେଖିବାକୁ ମିଳୁଛି। ଏହି ବାପାଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ସୁପରହିରୋ ବୋଲି କହୁଛନ୍ତି।

ଜଣେ ବ୍ୟକ୍ତି ଦୁଇଚକିଆ ଗାଡ଼ିରେ କୌଣସି କାମରେ ଯାଉଥିବା ବେଳେ ପଛରେ ସେ ତାଙ୍କର ପୁଅକୁ ବସାଇଛନ୍ତି। ଆଉ ପୁଅ ଥକି ପଡ଼ି ଶୋଇପଡ଼ିଛି। ପୁଅର ଏଭଳି ଅବସ୍ଥା ଦେଖି ବାପା ଗୋଟିଏ ହାତରେ ଗାଡ଼ି ଚଲାଉଥିବା ବେଳେ ଆଉ ଗୋଟିଏ ହାତରେ ସେ ପୁଅକୁ ସମ୍ଭାଳିଥିବା ଦେଖିବାକୁ ମିଳୁଛି। ହୁଏତ ଏଭଳି ଭାବେ ଶିଶକୁ ଗାଡ଼ିରେ ନେବା ସୁରକ୍ଷିତ ନୁହେଁ, କିନ୍ତୁ ବାପା ସୁପରହିରୋ ହୋଇ ଛୁଆକୁ ଗୋଟିଏ ସ୍ଥାନରୁ  ଆଉ ଗୋଟିଏ ସ୍ଥାନକୁ ଗାଡ଼ିରେ ବସାଇ ନେଇ ଯାଉଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଅଭିଷେକ ଥାପା ନାମକ ଆକାଉଣ୍ଟରୁ ନଭେମ୍ବର ୧୪ରେ ସେୟାର କରାଯାଇଛି। ଏହି ଭିଡିଓକୁ ଏଯାବତ ଏକକୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ଏତଦ ବ୍ୟତୀତ ୧୩ଲକ୍ଷରୁ ଅଧିକ ଲାଇକ ମିଳିଛି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ଲେଖିଛନ୍ତି, ମୋର ବାପା ଧାର କରି ମୋର ଇଚ୍ଛା ପୂରଣ କରନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି, ଏକଦା ଜୋରରେ ବର୍ଷା ହେଉଥିବା ବେଳେ ବାପା ମୋତେ ରୋନିକୋର୍ଟ ଦେଇ ନିଜେ ଭିଜିଭିଜି ଘରକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe