ଝିଅର ଭାରରେ ଦଶ କୁଇଣ୍ଟାଲ ମାଛ ସହ ପନିପରିବା ପଠାଇଲେ କନ୍ୟାପିତା

ଝିଅର ଭାରରେ ଦଶ କୁଇଣ୍ଟାଲ ମାଛ ସହ ପନିପରିବା ପଠାଇଲେ କନ୍ୟାପିତା

ହାଇଦ୍ରାବାଦ: ବାପା ପଠାଇଥିବା ଝିଅର ଭାର ଦେଖି ଖୋସିହୋଇଗଲା ଆଖି | ଗତକାଲି ପଣ୍ଡିଚେରୀର ୟାନାମର ଲୋକମାନେ ଏମିତି ଏକ ଝିଅ ଭାର ଦେଖିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଆନ୍ଧ୍ରପ୍ରଦେଶରେ ଜଣେ ନବ ବିବାହିତ ଝିଅକୁ ତାଙ୍କ ବାପା ଏଭଳି ଉପହାର ପଠାଇଛନ୍ତି ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ତେଲୁଗୁ ପରମ୍ପରା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଜଣେ ପିତା ତାଙ୍କ ନବ ବିବାହିତ ଝିଅକୁ ବିପୁଳ ପରିମାଣର ମାଛ, ପନିପରିବା, ଆଚାର ଏବଂ ମିଠା ଉପହାର ଦେଇଛନ୍ତି। ବାସ୍ତବରେ, ତେଲୁଗୁ ପରମ୍ପରା ଅନୁଯାୟୀ ନବ ବିବାହିତ ଦମ୍ପତିଙ୍କ ପାଇଁ ଆଷାଢ଼ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଏହି ମାସରେ ତେଲୁଗୁ ପରମ୍ପରା ଅନୁଯାୟୀ ନୂତନ ବର-କନ୍ୟା ତାଙ୍କ ପିତାମାତାଙ୍କଠାରୁ ଉପହାର ଗ୍ରହଣ କରନ୍ତି। ରାଜମୁନ୍ଦରୀର ଜଣେ ଜଣାଶୁଣା ବ୍ୟବସାୟୀ ବାଟୁଲା ବଳରାମ କୃଷ୍ଣ, ପଣ୍ଡିଚେରୀର ୟାନାମରେ ଥିବା ତାଙ୍କ ଝିଅ ଘରକୁ ୧୦୦୦ କିଲୋଗ୍ରାମ ମାଛ, ୧୦୦୦ କିଲୋଗ୍ରାମ ପନିପରିବା, ୨୫୦ କିଲୋଗ୍ରାମ ଚିଙ୍ଗୁଡ଼ି, ୨୫୦ କିଲୋଗ୍ରାମ ଚାଉଳ, ୨୫୦ଟି ଡବା ଆଚାର, ୨୫୦ କିଲୋଗ୍ରାମ ମିଠା, ୫୦ଟି କୁକୁଡ଼ା ଓ ୧୦ଟି ଛେଳି ପଠାଇଛନ୍ତି | ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ୟାନାମର ଜଣେ ଜଣାଶୁଣା ବ୍ୟବସାୟୀଙ୍କ ପୁଅ ପୱନ କୁମାର ନିକଟରେ ବାଟୁଲା ବଳରାମ କୃଷ୍ଣଙ୍କ ଝିଅ ପ୍ରତ୍ୟୁଷାଙ୍କୁ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତିଙ୍କର ଏହା ପ୍ରଥମ ଆଷାଢ଼ ମାସ ହୋଇଥିବାବେଳେ ସେମାନେ ଏହାକୁ ପାଳନ କରୁଛନ୍ତି | ସେଥିପାଇଁ ପ୍ରତ୍ୟୁଷାଙ୍କ ପିତା ତାଙ୍କ ଝିଅ ପାଇଁ ଅନେକ ବିଶେଷ ଉପହାର ପଠାଇଛନ୍ତି | ଉପହାରରେ ଭରପୂର ଟ୍ରକ୍ ପ୍ରତ୍ୟୁଷାଙ୍କ ଶ୍ୱଶୁର ଘରେ ପହଞ୍ଚିବା ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe