ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବିବାହ କଲେ ଶିକ୍ଷୟିତ୍ରୀ

Advertisment
ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବିବାହ କଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଯାହା ପ୍ରମାଣ କରୁଛି କି କାହିଁକି ପ୍ରେମକୁ ଅନ୍ଧ କୁହାଯାଏ । ଜଣେ ସ୍କୁଲ ଶିକ୍ଷୟିତ୍ରୀ ନିଜର ଲିଙ୍ଗ ପରିବର୍ତ୍ତନ କରି ତାଙ୍କର ଜଣେ ଛାତ୍ରୀଙ୍କୁ ବିବାହ କରିଛନ୍ତି। ରାଜସ୍ଥାନର ଭରତପୁରରେ ଆୟୋଜିତ ଏହି ଅନନ୍ୟ ବିବାହ ଚର୍ଚ୍ଚାରେ ରହିଛି।

ମିରା ଭରତପୁରର ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଖେଳ ଶିକ୍ଷୟିତ୍ରୀ ଭାବରେ କାମ କରୁଛନ୍ତି। କଳ୍ପନା ନାମକ ଜଣେ ଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । କଳ୍ପନା ଜଣେ ଦକ୍ଷ କବାଡି ଖେଳାଳି ଏବଂ ଜାତୀୟ ସ୍ତରରେ ତିନିଥର ଖେଳିଛନ୍ତି। ଶିକ୍ଷୟିତ୍ରୀ ମିରାଙ୍କୁ କଳ୍ପନାଙ୍କ ଖେଳ ବହୁତ ଭଲ ଳାଗିଥାଏ। ଏହି କାରଣରୁ ଶିକ୍ଷୟିତ୍ରୀ ମିରା କଳ୍ପନାଙ୍କୁ ଭଲ ପାଇ ବସିଥିଲେ। ଏସମ୍ପର୍କରେ ମିରା କଳ୍ପନାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।

ଦୁହେଁ ବହୁତ ବିଚାର କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏମିତି କି ମିରା ନିଜର ଭଲ ପାଇବାକୁ ପାଇବା ପାଇଁ ନିଜର ଲିଙ୍ଗ ବଦଳାଇ ଦେଇଥିଲେ। ଏଥିପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମିରା ନାମ ବଦଳାଇ ଆରବ କରିଥିଲେ। ଏହା ପରେ କଳ୍ପନା ଏବଂ ଆରବଙ୍କ ବିବାହ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କ ପରିବାର ଦୁହିଁଙ୍କ ବିବାହକୁ ନେଇ କୌଣସି ବିରୋଧ କରି ନଥିଲେ। ଆରବଙ୍କର ଚାରି ବଡ଼ ଭଉଣୀ ଅଛନ୍ତି ଏବଂ ଚାରିଜଣ ବିବାହିତ ।

ଆରବ କହିଛନ୍ତି, ‘ମୁଁ ଲିଙ୍ଗ ପରିବର୍ତ୍ତନ କରି ଖୁବ ଖୁସି ଅଛି। କିନ୍ତୁ ଏତଦ ଦ୍ବାରା ଚାକିରିରେ ଥିବା କାଗଜପତ୍ର ପାଇଁ ବହୁତ ଅସୁବିଧା ହେଉଛି।’

ଏହି ବିବାହକୁ ନେଇ ଆରବଙ୍କ ବାପା କହିଛନ୍ତି, ‘ମୋର ପାଞ୍ଚଜଣ ଝିଅ। ଯଦିଓ ସାନ ଝିଅ ମିରା ଥିଲା, ସେ ପିଲାଦିନରୁ ପୁଅ ଭଳି ଜୀବନଯାପନ କରୁଥିଲା। ବର୍ତ୍ତମାନ ସେ ପୁଅ ହୋଇଯାଇଥିବାରୁ ମୁଁ ବହୁତ ଖୁସି। ଆଉ ତା’ ବିବାହରେ ଆମେ ସମସ୍ତେ ରାଜି ଥିଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe