ଚାଷୀଙ୍କ ୧୯ବର୍ଷୀୟା ଝିଅ ହେଲେ ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା

ଚାଷୀଙ୍କ ୧୯ବର୍ଷୀୟା ଝିଅ ହେଲେ ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା

ନୂଆଦିଲ୍ଲୀ: ରାଜସ୍ଥାନ କୋଟାର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା ହୋଇଥିଲେ। ଏଥିସହିତ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ଏବଂ ଥୌନାଓଜାମ୍ ଷ୍ଟ୍ରେଲା ଲୁୱାଙ୍ଗ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ଫେମିନା ମିସ୍ ଇଣ୍ଡିଆର ୫୯ତମ ସଂସ୍କରଣର ଫାଇନାଲ ମଣିପୁରରେ ଆୟ‌ୋଜିତ ହୋଇଥିଲା। ପୂର୍ବତନ ବିଜେତା ସିନି ସେଟ୍ଟି, ରୁବାଲ ଶେଖାୱତ, ଶିନାତା ଚୌହ୍ବାନ, ମନସା ବାରଣାସୀ, ମାନ୍ୟା ସିଂହ, ସୁମନ ରାଓ ଏବଂ ଶିବାନୀ ଯାଦବ ପ୍ରମୁଖଙ୍କ ପ୍ରଦର୍ଶନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଗତବର୍ଷ ୨୦୨୨ରେ ମିସ ଇଣ୍ଡିଆ ହୋଇଥିବା ସିନି ସେଟ୍ଟି ଚଳିତ ମିସ ଇଣ୍ଡିଆ ନନ୍ଦିନୀ ଗୁପ୍ତାଙ୍କୁ ମୁକୁଟ ପିନ୍ଧାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା। ନୂଆ ବିଜେତାମାନଙ୍କୁ ଆୟୋଜନକାରୀ ସଂସ୍ଥା ପକ୍ଷରୁ ଅଭିନନ୍ଦନ ଜଣାଯିବା ସହିତ ସେମାନଙ୍କ ପ୍ରତିଭାର ଉଚ୍ଚ ପ୍ରଶଂସା କରାଯାଇଥିଲା। ତେବେ ଆସନ୍ତୁ  ସଂକ୍ଷେପରେ ନନ୍ଦିନୀଙ୍କ ଜୀବନ ବିଷୟରେ କିଛି ଜାଣିବା…

ନନ୍ଦିନୀ ଗୁପ୍ତା କୋଟା ସହରର ପୁରୁଣା ପରିବାମଣ୍ଡିରେ ବସବାସ କରୁଥିବା ସୁମିତ ଗୁପ୍ତାଙ୍କ ଝିଅ। ସୁମିତ ପେସାରେ ଜଣେ ଚାଷୀ ଥିବା ବେଳେ କଣ୍ଟ୍ରାକ୍ଟର କାମ ବି କରିଥାଆନ୍ତି। ନନ୍ଦିନୀଙ୍କ ପରିବାର କହିଲେ ତାଙ୍କ ବାପା, ମା’ ଓ ସାନ ଭଉଣୀକୁ ନେଇ ରହିଛି। ନନ୍ଦିନୀଙ୍କ ମା’ ଜଣେ ଗୃହିଣୀ। ନନ୍ଦିନୀଙ୍କ ସାନ ଭଉଣୀ ଏବେ ନବମ ଶ୍ରେଶୀ ପାଠପଢ଼ୁଥିବା ଜଣାପଡ଼ିଛି। ତେବେ ଏହି ସଫଳତା ନନ୍ଦିନୀଙ୍କୁ ସହଜରେ ମିଳି ନାହିଁ। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe