ଏମିତି ଏକ ମନ୍ଦିର ଯେଉଁଠିକୁ ଯିବାକୁ ଡରୁଛନ୍ତି ଲୋକ!

Advertisment
ଏମିତି ଏକ ମନ୍ଦିର ଯେଉଁଠିକୁ ଯିବାକୁ ଡରୁଛନ୍ତି ଲୋକ!

ଭଗବାନଙ୍କୁ ଆରାଧନା କରିବା ପାଇଁ ମଣିଷ ମନ୍ଦିରକୁ ଯାଇଥାଏ। ଏଠାକାର ଶାନ୍ତ ପରିବେଶ ମନରେ ଭକ୍ତି ଭାବନା ଜାଗ୍ରତ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ ପାଲଟିଥାଏ। କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠିକୁ ଯିବାପାଇଁ ସାଧାରଣ ଲୋକ ଡରିଥାନ୍ତି। ଏମିତି ତ ଅନେକ ମନ୍ଦିର ଅଛି ଯାହାର କିଛି ନା କିଛି ଅଦ୍ଭୁତ କିମ୍ବଦନ୍ତୀ ରହିଛି ଏବଂ ସେଥିପାଇଁ ସେ ମନ୍ଦିରଗୁଡିକ ସାରା ବିଶ୍ୱରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ପରିସର ମଧ୍ୟରେ ମଧ୍ୟ ରହିଥାନ୍ତି ଏବଂ ବହୁ ଦୂରରୁ ପର୍ଯ୍ୟଟକମାନେ ମଧ୍ୟ ଆକୃଷ୍ଟ ହୋଇ ଏହି ମନ୍ଦିର ଗୁଡିକୁ ଦେଖିବା ପାଇଁ ଆସିଥାନ୍ତି। କିନ୍ତୁ ଏମିତି ବି ମନ୍ଦିର ରହିଛି , ଯେଉଁଠିକୁ ଆସିବାକୁ ଲୋକ ଡରିଥାନ୍ତି। ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ।

publive-image

ଏହି ରହସ୍ୟମୟ ମନ୍ଦିର ଆଉ କୋଉଠି ନୁହେଁ ଦିଲ୍ଲୀରୁ ୫୦୦ କିଲୋମିଟର ଦୂର ହିମାଚଳର ଚମ୍ବା ଜିଲ୍ଲାର ଭରମୋରରେ ଅବସ୍ଥିତ। ମୃତ୍ୟୁର ଦେବତା ଯମରାଜ ଏହି ମନ୍ଦିରରେ ପୂଜା ପାଇଥାନ୍ତି। ମନ୍ଦିରଟି ଦେଖିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଘର ଭଳି, ତଥାପି ସାଧାରଣ ଲୋକଟିଏ ଏହି ମନ୍ଦିରକୁ ଆସିବା ପାଇଁ ଡରିଥାଏ। ଏହି ମନ୍ଦିରରେ ଯମରାଜ ଅବସ୍ଥାପିତ କରିବାର ମଧ୍ୟ ନଜିର ରହିଛି। ମନ୍ଦିରରେ ଏକ ଖାଲି କୋଠରୀ ରହିଛି, ଯାହାକୁ ଚିତ୍ରଗୁପ୍ତଙ୍କର କୋଠରୀ ବୋଲି ମଧ୍ୟ କୁହାଯାଇଥାଏ।

publive-image

କିମ୍ବଦନ୍ତୀ ରହିଛି ଯେ ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ଜଣଙ୍କର ମୃତ୍ୟୁ ହୁଏ , ସେତେବେଳେ ଯମରାଜଙ୍କର ଦୂତ ଆସି ବ୍ୟକ୍ତିଙ୍କର ଆତ୍ମାକୁ ନେଇ ଏଇ ମନ୍ଦିରକୁ ଆସିଥାନ୍ତି ଏବଂ ଏଠି ଚିତ୍ରଗୁପ୍ତ ସେହି ଜୀବାତ୍ମାକୁ ତାର କର୍ମଅନୁସାରେ ଦଣ୍ଡ ଦେଇଥାନ୍ତି। ଏହି କାରଣ ପାଇଁ ଏହି ମନ୍ଦିରକୁ ଆସିବା ପାଇଁ ଲୋକ ଡରିଥାନ୍ତି। ପୂଜାରୀ ହିଁ କେବଳ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe