ଅର୍ଥ ସୂତ୍ର: ସ୍ବାସ୍ଥ୍ୟବୀମା ଦେୟ ଖାରଜ ହେଉଛି କି?

ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚ ଆକାଶଛୁଆଁ। ତେଣୁ ସ୍ବାସ୍ଥ୍ୟସେବାର ଆବଶ୍ୟକତା ପୂରଣ ପାଇଁ ଆମେ ସ୍ବାସ୍ଥ୍ୟ ବୀମା କରୁ। ହେଲେ ଦେଖିବାକୁ ମିଳେ, ଚିକିତ୍ସା ଖର୍ଚ୍ଚ ଭରଣା ସମୟରେ ସାଧାରଣ ତ୍ରୁଟି ପାଇଁ ବୀମା ପ୍ରତ୍ୟାଖ୍ୟାତ ହୋଇଯାଏ।

health insurance

health insurance

ବର୍ତ୍ତମାନ ଚିକିତ୍ସା ଖର୍ଚ୍ଚ ଆକାଶଛୁଆଁ। ତେଣୁ ସ୍ବାସ୍ଥ୍ୟସେବାର ଆବଶ୍ୟକତା ପୂରଣ ପାଇଁ ଆମେ ସ୍ବାସ୍ଥ୍ୟ ବୀମା କରୁ। ହେଲେ ଦେଖିବାକୁ ମିଳେ, ଚିକିତ୍ସା ଖର୍ଚ୍ଚ ଭରଣା ସମୟରେ ସାଧାରଣ ତ୍ରୁଟି ପାଇଁ ବୀମା ପ୍ରତ୍ୟାଖ୍ୟାତ ହୋଇଯାଏ। ଯେଉଁଥିପାଇଁ ଡାକ୍ତରଖାନାରେ ମାନସିକ ଚାପ କିମ୍ବା ଆର୍ଥିକ ବୋଝ ଆଦି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବୀମା ଦାବି କାହିଁକି ପ୍ରତ୍ୟାଖ୍ୟାନ କରାଯାଏ?

 ଚିକିତ୍ସା ଇତିହାସ ନଜଣାଇବା: ବୀମା ଦାବି ଖାରଜ ହେବାର ସାଧାରଣ କାରଣ ହେଉଛି ଚିକିତ୍ସା ଇତିହାସ ଆଗୁଆ ଉଲ୍ଲେଖ ନକରିବା। ପଲିସି କିଣିବା ସମୟରେ ମଧୁମେହ, ଉଚ୍ଚ ରକ୍ତଚାପ ବା ପୂର୍ବ ଅସ୍ତ୍ରୋପଚାର ବିଷୟରେ ଉଲ୍ଲେଖ କରିବାକୁ ପଡ଼ିବ। ପରେ ଯଦି ବୀମା କମ୍ପାନି ଏସବୁ ବିଷୟରେ ଜାଣେ ତେବେ‌ ଦାବି ପ୍ରତ୍ୟାଖ୍ୟାନ ହେବାର ଆଶଙ୍କା ଉପୁଜେ।
 ନିୟମ ଓ ସର୍ତ୍ତାବଳୀକୁ ଅଣଦେଖା: ପଲିସିଧାରକମାନେ ପଲିସି ବିବରଣୀ ବିଷୟରେ ଅବଗତ ନଥିବାରୁ ଅନେକ ଦାବି ପ୍ରତ୍ୟାଖ୍ୟାନ ହୋଇଯାଏ। ଉଦାହରଣ ସ୍ୱରୂପ, ହାର୍ନିଆ, ମୋତିଆବିନ୍ଦୁ କିମ୍ବା ଆଣ୍ଠୁ ପ୍ରତିରୋପଣ ଭଳି ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ଦାବି, ‘ୱେଟିଂ ପିରିଅଡ୍‌’ (ପଲିସି କିଣିବାର ଦୁଇ-ତିନି ବର୍ଷ) ମଧ୍ୟରେ ପ୍ରତ୍ୟାଖ୍ୟାନ ହୋଇଥାଏ। ତେଣୁ, ଆପଣ ପଲିସି କିଣିବା ପୂର୍ବରୁ ଏହାକୁ ଭଲଭାବେ ପଢ଼ିବା ଏବଂ ସନ୍ଦେହ ଦୂର କରିବା ଜରୁରି।
 ପଲିସି ବହିର୍ଭୂତ ରୋଗ: ପ୍ରତ୍ୟେକ ସ୍ୱାସ୍ଥ୍ୟ ବୀମା ପଲିସିରେ ନିର୍ଦ୍ଦିଷ୍ଟ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରାଯାଏ। ଅନେକ ସମୟରେ ଲୋକମାନେ ବୀମା ପଲିସିରେ କଭର୍‌ ହୋଇନଥିବା ଚିକିତ୍ସା ପାଇଁ ଦାବି କରନ୍ତି। ତେଣୁ ଚିକିତ୍ସା ପୂର୍ବରୁ ଆପଣଙ୍କ ପଲିସି କଭର୍‌ ଯାଞ୍ଚ କରିନେବା ଉଚିତ।
 ପଲିସି ସମାପ୍ତି କିମ୍ବା ଅପର୍ଯ୍ୟାପ୍ତ କଭରେଜ୍: ଅନେକଥର ପଲିସିର ମିଆଦ ଶେଷ ହେବା ଏବଂ ବୀମା ରାଶି ଠାରୁ ମୋଟ୍‌ ଚିକିତ୍ସା ଖର୍ଚ୍ଚ ଅଧିକ ହେବା ଯୋଗୁଁ ଦାବି ପ୍ରତ୍ୟାଖ୍ୟାନ କରାଯାଏ। ଏହାକୁ ଏଡ଼ାଇବା ପାଇଁ ଆପଣଙ୍କର ପଲିସି କଭରେଜ୍‌ ନିୟମିତ ଭାବେ ଯାଞ୍ଚ କରିବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe