ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି)ରେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ମାନେ ଅଧିକ ସୁଧ ଦେଉଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଭଳି ବଡ଼ ବ୍ୟାଙ୍କ ‘ଏଫ୍ଡି’ ଉପରେ ବାର୍ଷିକ ୬.୨୫ରୁ ୬.୪୫% ସୁଧ ପ୍ରଦାନ କରୁଥିବାବେଳେ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ୭.୧ରୁ ୭.୭୭% ସୁଧ ଦେଉଛନ୍ତି। ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ମାଇକ୍ରୋ- ଫାଇନାନ୍ସ ଓ କ୍ଷୁଦ୍ର ବାଣିଜ୍ୟିକ ଋଣ ବ୍ୟବସାୟ କରୁଥିବାରୁ ସେଠାରେ ନିବେଶ ଟିକେ ଅଧିକ ବିପଦପୂର୍ଣ୍ଣ। ତେବେ ବଡ଼ ବ୍ୟାଙ୍କ୍ଗୁଡ଼ିକ ପରି ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ଗୁଡ଼ିକ ମଧ୍ୟ ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିଆଇସିଜିସି) ବୀମା ଅନ୍ତର୍ଭୁକ୍ତ। ତେଣୁ ଜମାକାରୀ ମୂଳ ଓ ସୁଧ ସମେତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ପାଇଥାନ୍ତି। ତେଣୁ ଗୋଟିଏ ଏଫ୍ଡିରେ ୫ ଲକ୍ଷରୁ ଅଧିକ ନିବେଶ କରନ୍ତୁ ନାହିଁ। ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ୍ ସର୍ବାଧିକ ଲାଭ ଦେଉଛନ୍ତି।
ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ଏଫ୍ଡିରେ ସର୍ବାଧିକ ୭.୭୭% ସୁଧ ଦେଉଛି। ଏଥିରେ ୧ ଲକ୍ଷ ଟଙ୍କାର ନିବେଶ ବର୍ଷେରେ ୧୦୭,୭୭୦ ଟଙ୍କାକୁ ବଢ଼ିପାରେ। ସେହିପରି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ୭.୭୫%, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ୭.୬୫%, ଇଏସ୍ଏଏଫ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ୭.୬%, ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ୭.୪୫%, ଇକ୍ୱିଟାସ୍ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ୭.୪% ଓ ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୭.୧% ହାରରେ ଏଫ୍ଡି ସୁଧ ପ୍ରଦାନ କରୁଛନ୍ତି।
Follow Us