ଅର୍ଥ ସୂତ୍ର: ବରିଷ୍ଠଙ୍କ ସ୍ବାସ୍ଥ୍ୟ ବୀମା ପ୍ରିମିଅମ୍ କମାଇବାର ଉପାୟ

Advertisment

ଅବସର ପରବର୍ତ୍ତୀ ଜୀବନ କେତେ ଦୀର୍ଘସ୍ଥାୟୀ ହେବ ତାହା ଆପଣଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ଉପରେ ଅନେକଟା ନିର୍ଭର କରେ। ହାତରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସମର୍ଥ ଲୋକଙ୍କ ସଂଖ୍ୟା ଭାରତରେ ଖୁବ୍ କମ୍।

ଅବସର ପରବର୍ତ୍ତୀ ଜୀବନ କେତେ ଦୀର୍ଘସ୍ଥାୟୀ ହେବ ତାହା ଆପଣଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ଉପରେ ଅନେକଟା ନିର୍ଭର କରେ। ହାତରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସମର୍ଥ ଲୋକଙ୍କ ସଂଖ୍ୟା ଭାରତରେ ଖୁବ୍ କମ୍।

dgdgcvf

ଅବସର ପରବର୍ତ୍ତୀ ଜୀବନ କେତେ ଦୀର୍ଘସ୍ଥାୟୀ ହେବ ତାହା ଆପଣଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାର ସାମର୍ଥ୍ୟ ଉପରେ ଅନେକଟା ନିର୍ଭର କରେ। ହାତରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସମର୍ଥ ଲୋକଙ୍କ ସଂଖ୍ୟା ଭାରତରେ ଖୁବ୍ କମ୍। ତେଣୁ ସ୍ବାସ୍ଥ୍ୟ ବୀମା ଏ ଦିଗରେ ବିଶେଷ ସହାୟକ ହୋଇଥାଏ। କିନ୍ତୁ ବୟସ ବଢ଼ିବା ସହିତ ସ୍ବାସ୍ଥ୍ୟ ବୀମା ପ୍ରିମିଅମ୍ ବୃଦ୍ଧି ପାଉଥିବାରୁ ତାହାକୁ ବହନ କରିବା ମଧ୍ୟ ଅନେକଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି। ତେବେ କେତେକ ପଦକ୍ଷେପ ଦ୍ବାରା ବୀମା ପ୍ରିମିଅମ୍‌କୁ ସୀମିତ ରଖିବା ସମ୍ଭବ। 

 ସଅଳ ବୀମା କିଣନ୍ତୁ
ଯେତେ କମ୍ ବୟସରୁ ସ୍ବାସ୍ଥ୍ୟ ବୀମା କିଣି ତାକୁ ନିୟମିତ ଅପ୍‌ଡେଟ୍‌ ରଖିବେ ତାହାର ପ୍ରିମିଅମ୍ ସେତେ କମ୍ ରହିବ। ୬୦ ବର୍ଷ ବୟସରେ ଜଣେ ବୀମା ପଲିସି କିଣିବା ବଦଳରେ ସେ ଯଦି ୩୫ ବର୍ଷରୁ ସ୍ବାସ୍ଥ୍ୟ ବୀମା କିଣି ତାହାକୁ ଚାଲୁ ରଖିଛନ୍ତି ତେବେ ଦୀର୍ଘକାଳୀନ ବୋନସ୍‌ ମିଳିବା ସହିତ ବୀମା ପ୍ରିମିଅମ୍‌ ମଧ୍ୟ କମ୍ ଦେବାକୁ ପଡ଼ିଥାଏ। ବୀମା କମ୍ପାନିମାନେ ଦୀର୍ଘକାଳୀନ ବୀମାଧାରୀମାନଙ୍କୁ ବର୍ଦ୍ଧିତ ସ୍ବାସ୍ଥ୍ୟ କଭରେଜ୍‌ ଓ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରିଥାନ୍ତି।

 ଫ୍ଲୋଟର୍‌ ପ୍ଲାନ୍‌ ନିଅନ୍ତୁ
ସଂପୂର୍ଣ୍ଣ ପରିବାର ପାଇଁ ଉଦ୍ଦିଷ୍ଟ ଫ୍ଲୋଟର୍‌ ପ୍ଲାନ କିଣିବା ଦ୍ବାରା ପରିବାରର ସମସ୍ତ ନାଗରିକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ମିଳିଥାଏ। ଫ୍ୟାମିଲି ଫ୍ଲୋଟର୍‌ ପ୍ଲାନ୍‌ରେ ବରିଷ୍ଠ ନାଗରିକମାନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ତୁଳନାରେ କମ୍ ପ୍ରିମିଅମ୍ ପଡ଼ିଥାଏ। ପରିବାର ସଦସ୍ୟଙ୍କ ସଂଖ୍ୟା ନେଇ କମ୍ପାନିମାନେ ଫ୍ଲୋଟର୍‌ ପ୍ଲାନ୍‌ରେ ରିହାତି ମଧ୍ୟ ଦେଇଥାନ୍ତି।

 କୋପ୍‌ମେଣ୍ଟ ସୁବିଧା
କୋପ୍‌ମେଣ୍ଟ ପଲିସିରେ ବୀମା ଗ୍ରାହକ ଚିକିତ୍ସା ଖର୍ଚ୍ଚର ଏକ ଅଂଶ ବହନ କରୁଥିବା ବେଳେ ଅବଶିଷ୍ଟ ଖର୍ଚ୍ଚ ବୀମା କମ୍ପାନି ପ୍ରଦାନ କରିଥାଏ। ଉଦାହରଣ ସ୍ବରୂପ ପଲିସିରେ ୧୦% କୋପ୍‌ମେଣ୍ଟ ପାଇଁ ବାଛିଲେ, ଚିକିତ୍ସାରେ ଯଦି ଏକ ଲକ୍ଷ ଟଙ୍କା ଲାଗେ ତେବେ ଆପଣଙ୍କୁ ପକେଟରୁ ଦଶ ହଜାର ଟଙ୍କା ଦେବାକୁ ପଡ଼ିବ, ଅବଶିଷ୍ଟ ନବେ ହଜାର ଟଙ୍କା ପଲିସି ଜରିଆରେ ମିଳିବ। ବରିଷ୍ଠ ନାଗରିକଙ୍କ ପାଇଁ ପ୍ରିମିଅମ୍ ଅଧିକ ରହୁଥିବାରୁ କୋପେମେଣ୍ଟ ପଲିସି ଦ୍ବାରା ଆପଣଙ୍କ ବୀମା ପ୍ରିମିଅମ୍‌ର ମୂଲ୍ୟ କମ୍ କରିପାରିବେ। 

 ଇନ୍‌ସେଣ୍ଟିଭ୍‌ ଓ ନୋ କ୍ଲେମ୍ ବୋନସ୍‌
ସ୍ବାସ୍ଥ୍ୟ ବୀମା ପଲିସିର ପ୍ରିମିଅମ୍ ମୂଲ୍ୟ କମ୍ କରିବାର ଆଉ ଏକ ଉପାୟ ହେଉଛି ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା ଓ ଫିଟ୍‌ନେସ୍‌ କାର୍ଯ୍ୟକ୍ରମ ଭଳି ପ୍ରତିଷେଧକ ସ୍ବାସ୍ଥ୍ୟ ସେବାର ଲାଭ ଉଠାଇବା। ନିୟମିତ ଚାଲିବା, ବଡି ମାସ୍‌ ଇଣ୍ଡେକ୍‌ସ (ବିଏମ୍‌ଆଇ)କୁ ସୁସ୍ଥ ସୀମାରେ ରଖିବା ଦ୍ବାରା ବରିଷ୍ଠ ନାଗରିକମାନେ ପ୍ରିମିଅମ୍‌ରେ ରିହାତି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ।  ସେହିପରି ଆପଣଙ୍କ ପଲିସିରେ ନୋ କ୍ଲେମ୍ ବୋନସ୍‌ (ଏନ୍‌ସିବି)ର ସୁବିଧା ଥିଲେ, ଯଦି ଆପଣଙ୍କୁ ଗୋଟିଏ ବର୍ଷ ଚିକିତ୍ସିତ ହେବାକୁ ପଡ଼ିନାହିଁ ତେବେ ଆପଣଙ୍କୁ ସମାନ ପ୍ରିମିଅମ୍‌ ମୂଲ୍ୟରେ ବର୍ଦ୍ଧିତ କଭରେଜ୍‌ ମିଳିଥାଏ। ଅର୍ଥାତ୍‌ ଆପଣ ୧୦ ଲକ୍ଷ ଟଙ୍କାର ବୀମା ନେଇଥିଲେ, ୧୦% ଏନ୍‌ସିବି ମିଳିବା ଦ୍ବାରା ପର ବର୍ଷ ଆପଣଙ୍କ ବୀମା ରାଶି ୧୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe