ଆର୍ଥିକ ସଂକଟର କରୁଣ ପରିସ୍ଥିତି: ଏଠାରେ ଆଳୁ କିଲୋ ୧୭ ହଜାର ଟଙ୍କା, କିଲେ ଚାଉଳ ପାଇଁ ଯାଇପାରେ ଲୋକଙ୍କ ଜୀବନ

Advertisment
ଆର୍ଥିକ ସଂକଟର କରୁଣ ପରିସ୍ଥିତି: ଏଠାରେ ଆଳୁ କିଲୋ ୧୭ ହଜାର ଟଙ୍କା, କିଲେ ଚାଉଳ ପାଇଁ ଯାଇପାରେ ଲୋକଙ୍କ ଜୀବନ

ଭେନେଜୁଆଲା: ଭେନେଜୁଏଲା ବର୍ତ୍ତମାନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଖାଦ୍ୟ ଗଣ୍ଡେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଏକ କିଲୋ ଚାଉଳ ପାଇଁ ଲୋକେ ଜଣେ ଜଣକୁ ଜୀବନରୁ ମାରି ଦେବାପାଇଁ ମଧ୍ୟ ପଛାଉ ନାହାନ୍ତି। ଏସବୁ ସତ୍ୱେ ଭେନେଜୁଏଲାର ରାଷ୍ଟ୍ରପତି ଅନ୍ତର୍ଜାତୀୟ ସାହାଯ୍ୟ ପାଇଁ ମନାକରିଦେଇଛନ୍ତି। ସହାୟତା ନେବା ପରିବର୍ତ୍ତେ ଅଖାଡୁଆ ଯୁକ୍ତି ବାଢ଼ିଛନ୍ତି। ଆମ ଦେଶ ଗରୀବ ନୁହେଁ, ଆମେ ସାହାଯ୍ୟ ନେଇପାରିବୁ ନାହିଁ ବୋଲି ସେ କହିଛନ୍ତି।

ବର୍ତ୍ତମାନର ପରିସ୍ଥିତିରେ ଭେନେଜୁଏଲାରେ ଏକ କିଲୋ ଚିକେନ୍‌ର ମୂଲ୍ୟ ୧୦୨୭୭। ସାମାନ୍ୟ ଗୋଟିଏ ମିଲ ପାଇଁ ଲୋକଙ୍କୁ ୩୪ ହଜାର ଟଙ୍କା ଦେବାକୁ ପଡ଼ୁଛି। ଗୋଟିଲ କ୍ଷୀର ପ୍ୟାକେଟର ମୂଲ୍ୟ ୫୦୦୦ରୁ ଅଧିକ ଥିବାବେଳ ଏକ ଡର୍ଜନ ଅଣ୍ଡାର ମୂଲ୍ୟ ରହିଛି ୬୩୩୫। ଟମାଟୋ ମୂଲ୍ୟ ୧୧ ହଜାର, ଆଳୁ କିଲୋ ୧୭ ହଜାର ଏବଂ ଗୋଟିଏ କୋକାକୋଲା ବୋଟଲର ମୂଲ୍ୟ ୬ ହଜାର ଟଙ୍କା।

publive-image

ଭେନେଜୁଏଲାର ଅବସ୍ଥା ଦେଖି ଆମେରିକା ଯାହାଜ ସାହାଯ୍ୟରେ କିଛି ସାମଗ୍ରୀ ପଠାଇଥିଲା। ହେଲେ ଜାହାଜକୁ ଭେନେଜୁଏଲା ଆସିବା ପୂର୍ବରୁ ହିଁ ଅଟକାଇ ଦିଆଯାଇଛି । ସୂଚନାଯୋଗ୍ୟ ଭେନେଜୁଏଲାରେ ବର୍ତ୍ତମାନ କେବଳ ଆର୍ଥିକ ନୁହେଁ ରାଜନୈତିକ ସଙ୍କଟ ମଧ୍ୟ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe