ଜାନୁଆରି ୨୨ ତାରିଖରେ ମୁସ୍‌ଲିମ୍‌ ମହିଳା ଦେଲେ ପୁତ୍ର ସନ୍ତାନକୁ ଜନ୍ମ; ପରିବାରଲୋକ ଦେଲେ ଏଭଳି ନାମ

ଜାନୁଆରି ୨୨ ତାରିଖରେ ମୁସ୍‌ଲିମ୍‌ ମହିଳା ଦେଲେ ପୁତ୍ର ସନ୍ତାନକୁ ଜନ୍ମ; ପରିବାରଲୋକ ଦେଲେ ଏଭଳି ନାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦରେ ଅନେକ ଅନ୍ତସତ୍ତ୍ବା ମହିଳା ଜାନୁଆରି ୨୨ ତାରିଖରେ ପ୍ରସବ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଏହି କ୍ରମରେ ଆଜି ମେଡିକାଲ କଲେଜରେ ଜଣେ ମୁସଲମାନ ସମ୍ପ୍ରଦାର ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ନବଜ‌ାତ ଜାନୁଆରି ୨୨ ତାରିଖ ଅର୍ଥାତ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମ ନେଇଥିବାରୁ ପରିବାରରେ ଖୁସି ଭରି ଯାଇଛି। ନବଜାତର ଜେଜେମା’ ନାତିର ନାମ ରାମ ରହିମ ରଖିଥିବା ଜଣାପଡ଼ିଛି।

ଫିରୋଜାବାଦ ମେଡିକାଲ କଲେଜରେ ଜାନୁଆରି ୨୨ ତାରିଖରେ ୧୨ଜଣ ଶିଶୁ ଜନ୍ମ ନେଇଛନ୍ତି। ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନବୀନ ଜୈନ କହିଛନ୍ତି, ‘ଆଜିର ଦିନରେ ଜନ୍ମ ନେଇଥିବା ସମସ୍ତ ଶିଶୁକୁ ନୂଆବସ୍ତ୍ର ଉପହାରରେ ଦିଆଯାଇଛି। ୧୧ରୁ ଅଧିକ ଘରୋଇ ନର୍ସିଂ ହୋମରେ ଅନେକ ଶିଶୁ ଆଜିର ଦିନରେ ଜନ୍ମ ନେଇଛନ୍ତି।

ଏହାପୂର୍ବରୁ ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ସରକାରୀ ହସ୍ପିଟାଲରେ ଜନ୍ମ ନେଇଥିବା ନବଜାତର ନାମ ଘରଲୋକ ରାମ ରଖିଛନ୍ତି। ଏମିତିକି ଉକ୍ତ ଶିଶୁର ବାପା ଶିଶୁର ଗଳାରେ ରାମ ଲେଖାଥିବା ଏକ ଲକେଟ ମଧ୍ୟ ପିନ୍ଧାଇ ଦେଇଛନ୍ତି।

ତେବେ ଆଜିର ଶୁଭମୁହୂର୍ତ୍ତ ପାଇଁ ଅନେକ ହସ୍ପିଟାଲର ଲେବର ରୁମକୁ ଫୁଲ ଓ ବେଲୁନରେ ସଜା ଯାଇଛି। ଯେଉଁ ଦିନକୁବର୍ଷ ବର୍ଷରୁ ଅପେକ୍ଷା ଥିଲା ଶେଷରେ ସେ ଦିନ ଆସିଯାଇଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍ଣ୍ଣ ହୋଇଛି। ଏହି ସମ‌ାରୋହକୁ ଅନେକ ସାଧୁ, ସନ୍ଥଙ୍କ ଠାରୁ ଆରମ୍ଭ କରି କଳାକାର, ବ୍ୟବସାୟୀ, ରାଜନେତା ଓ ସାଧାରଣଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe