ମା’କ୍ଷୀର ଶିଶୁ ପାଇଁ ପାଲଟିଛି ଜହର!

Advertisment
ମା’କ୍ଷୀର ଶିଶୁ ପାଇଁ ପାଲଟିଛି ଜହର!

ନବଜାତ ଶିଶୁ ପାଇଁ ମା’ କ୍ଷୀର ଅମୃତ ତୂଲ୍ୟ। କିନ୍ତୁ ଏବେ ମା’କ୍ଷୀର ଶିଶୁ ପାଇଁ ପାଲଟିଛି ଜହର। କଥାଟି ସମସ୍ତଙ୍କୁ ଚକିତ କରୁଥିବ ନିଶ୍ଚୟ। ଏପରି ଏକ ଘଟଣା ବର୍ତ୍ତମାନ ସାମ୍‌ନାକୁ ଆସିଛି। ମା’ର ଏହି କ୍ଷୀର ଶିଶୁ ପାଇଁ ଅମୃତ ବଦଳରେ ଜହର ବି ହୋଇପାରେ, ଏକଥା ଆମେ କହୁନାହୁଁ ବରଂ ଖୋଦ୍‌ ଡାକ୍ତରମାନେ ହିଁ କହିଛନ୍ତି।

ସୂଚନା ମୁତାବକ, ପଞ୍ଜାବରେ ଜଣେ ମହିଳାଙ୍କୁ ନିଜ ୨୨ଦିନର କଅଁଳ ଶିଶୁକୁ ସ୍ତନ୍ୟପାନ କରିବାକୁ ମନା କରାଯାଇଛି। ଆଉ ଯଦି ସେ ତାଙ୍କ ପିଲାକୁ ସ୍ତନ୍ୟପାନ କରାନ୍ତି ତେବେ ଶିଶୁଟିର ମୃତ୍ୟୁ ହୋଇଯିବ ବୋଲି ଡାକ୍ତର କହିଛନ୍ତି। ତେବେ ପ୍ରକୃତ ମାମଲାଟି ହେଲା, ମହିଳା ଜଣକ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ଦୀର୍ଘ ୭ ବର୍ଷ ହେଲା ମହିଳା ଜଣକ ହେରୋଇନ ନେଉଥିଲେ । ଖାଲି ସେତିକି ନୁହେଁ ଗର୍ଭବସ୍ଥାରେ ବି ସେ ତାଙ୍କର ଏହି ନିଶାକୁ ଛାଡି ପାରିନଥିଲେ। ଆଉ ପ୍ରସବ ପରେ ବି ସେ ହେରୋଇନ ନେବା ଜାରି ରଖିଥିଲେ।

publive-image photo by : newstracklive.com

ତେବେ ତାଙ୍କ ସ୍ୱାମୀ ବହୁ ବୁଝାଇବା ପରେ ସେ ନିଶା ନିବାରଣ କେନ୍ଦ୍ରକୁ ନିଜର ଚିକିତ୍ସା କରାଇବାକୁ ଆସିଥିରେ। ଆଉ ସେଠାରେ ସେ ଡାକ୍ତରଙ୍କ ପାଖରୁ ଯେଉଁ କଥା ଜାଣିପାକୁ ପାଇଲେ ତା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ମହିଳା ଜଣକୁ ଡାକ୍ତର କହିଥିଲେ କି, ସେ ଯେଉଁ ନିଶା ନେଉଛନ୍ତି ସେହି ନିଶା ତାଙ୍କ କ୍ଷୀର ଜରିଆରେ ଶିଶୁ ଶରୀରକୁ ଯାଉଛି। ଅର୍ଥାତ୍‌ ମହିଳାଙ୍କ କ୍ଷୀର ତାଙ୍କ ଶିଶୁ ପାଇଁ ଜହର ପାଲଟିଯାଇଛି। ତେଣୁ ପିଲାଟିର ଜୀବନ ବଂଚାଇବାକୁ ହେଲେ ଶିଶୁଟିକୁ ମା’ କ୍ଷୀର ନ ଦେବାକୁ ମହିଳା ଜଣଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe