ସର୍ବୋଚ୍ଚ ଶୃଙ୍ଗରେ ପ୍ରଥମ ଦୃଷ୍ଟିବାଧିତ ଭାରତୀୟ ମହିଳା

ହିମାଚଳ ପ୍ରଦେଶ ଅନ୍ତର୍ଗତ କିନ୍ନୌର ଜିଲ୍ଲାର ଏକ ଛୋଟିଆ ଗାଁର ଆଦିବାସୀ ମହିଳା ହେଉଛନ୍ତି ଛୋଞ୍ଜିନ ଆଙ୍ଗମୋ। ସେ ସଂପୂର୍ଣ୍ଣ ଦୃଷ୍ଟିବାଧିତ, କିନ୍ତୁ ଭିନ୍ନକ୍ଷମତା ତାଙ୍କୁ ବିରାଟ ସ୍ବପ୍ନ ଦେଖିବା ଓ ପୂରା କରିବାରେ ବାଧା ସୃଷ୍ଟି କରିପାରିନାହିଁ।

wet

ହିମାଚଳ ପ୍ରଦେଶ ଅନ୍ତର୍ଗତ କିନ୍ନୌର ଜିଲ୍ଲାର ଏକ ଛୋଟିଆ ଗାଁର ଆଦିବାସୀ ମହିଳା ହେଉଛନ୍ତି ଛୋଞ୍ଜିନ ଆଙ୍ଗମୋ। ସେ ସଂପୂର୍ଣ୍ଣ ଦୃଷ୍ଟିବାଧିତ, କିନ୍ତୁ ଭିନ୍ନକ୍ଷମତା ତାଙ୍କୁ ବିରାଟ ସ୍ବପ୍ନ ଦେଖିବା ଓ ପୂରା କରିବାରେ ବାଧା ସୃଷ୍ଟି କରିପାରିନାହିଁ। ସେ ସୋମବାର ୨୯ ବର୍ଷ ବୟସରେ ପୃଥିବୀର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି। ଏଭଳି କରିବାରେ ସେ ଭାରତର ପ୍ରଥମ ଏବଂ ପୃଥିବୀର ପଞ୍ଚମ ଦୃଷ୍ଟିବାଧିତ ମହିଳା ହେବାର ରେକର୍ଡ କରିଛନ୍ତି। ହେଲେନ କେଲରଙ୍କୁ ଆଙ୍ଗମୋ ନିଜର ଆଦର୍ଶ ବୋଲି ବିଚାର କରନ୍ତି ଏବଂ ହେଲେନଙ୍କ ଏହି ଉକ୍ତି ତାଙ୍କୁ ପ୍ରେରିତ କରିଆସିଛି- ‘ଦୃଷ୍ଟିବାଧିତ ହେବାଠାରୁ ନିକୃଷ୍ଟ ହେଉଛି ତୁମର ଦୃଷ୍ଟିଶକ୍ତି ଥିବା କିନ୍ତୁ ତୁମର ଦୂରଦର୍ଶିତା ନଥିବ।’ 

ଭାରତ-ତିବ୍ବତ ସୀମାରେ ଅବସ୍ଥିତ ଚାଙ୍ଗୋ ଗ୍ରାମରେ ଜନ୍ମିତ ଆଙ୍ଗମୋ ମାତ୍ର ଆଠ ବର୍ଷର ହୋଇଥିବା ବେଳେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା। ଏହା ସତ୍ତ୍ବେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏବେ ସେ ୟୁନିଅନ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ କାର୍ଯ୍ୟରତ। ଆଙ୍ଗମୋ କହନ୍ତି ଦୃଷ୍ଟିବାଧିତ ହେବା ତାଙ୍କ ଦୁର୍ବଳତା ନୁହେଁ ବରଂ ଶକ୍ତି। ପିଲାବେଳୁ ସେ ଏଭରେଷ୍ଟ ଚଢ଼ିବାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ଆର୍ଥିକ ସମସ୍ୟା ଏକ ବାଧକ ସାଜିଥିଲା। ଆର୍ଥିକ ଦୃଷ୍ଟିରୁ ସକ୍ଷମ ହେବା ପରେ ସେ ଏଭରେଷ୍ଟ ବେସ୍‌ କ୍ୟାମ୍ପକୁ ଟ୍ରେକିଂ କରି ପହଞ୍ଚିବାରେ ସଫଳ ହୋଇଥିଲେ। ସେ ଲଦାଖର ମାଉଣ୍ଟ କାଙ୍ଗ ୟାଟ୍‌ସେ ୨ (୬୨୫୦ ମିଟର) ଓ ଅନ୍ୟ ଏକ ୬୦୦୦ ମିଟର ଉଚ୍ଚ ପର୍ବତ ମଧ୍ୟ ଚଢ଼ିସାରିଛନ୍ତି। ତାଙ୍କ ଅଦମ୍ୟ ଇଚ୍ଛାଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କୀ ବାତ’ କାର୍ଯ୍ୟକ୍ରମରେ ପ୍ରଶଂସା କରିସାରିଛନ୍ତି। ଗତ ବର୍ଷ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସର୍ବଶ୍ରେଷ୍ଠ ଦିବ୍ୟାଙ୍ଗ ନେସନାଲ ଆଵାର୍ଡ ମଧ୍ୟ ପାଇଛନ୍ତି। ଆଙ୍ଗମୋ ଆଗକୁ ଅବଶିଷ୍ଟ ଉଚ୍ଚ ଶୃଙ୍ଗଗୁଡ଼ିକୁ ଚଢ଼ିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe