ଆପଣ ଜାଣନ୍ତି କି ପୃଥିବୀର ମାନଚିତ୍ର ପ୍ରଥମେ କିଏ ଆଙ୍କିଥିଲେ? ମହାଭାରତ ଶ୍ଳୋକରେ ସର୍ବପ୍ରଥମେ ବର୍ଣ୍ଣନା ହୋଇଛି ଧରାର ଚିତ୍ର

Advertisment
ଆପଣ ଜାଣନ୍ତି କି ପୃଥିବୀର ମାନଚିତ୍ର ପ୍ରଥମେ କିଏ ଆଙ୍କିଥିଲେ? ମହାଭାରତ ଶ୍ଳୋକରେ ସର୍ବପ୍ରଥମେ ବର୍ଣ୍ଣନା ହୋଇଛି ଧରାର ଚିତ୍ର

ପୃଥିବୀ ଗୋଲ୍‌ ବୋଲି ଆମେ ପିଲାଦିନରୁ ବିଜ୍ଞାନ ବହିରେ ପଢ଼ି ଆସିଛେ। ପାଇଥାଗୋରସ୍‌, ପ୍ଲୁଟୋ ଓ ଆରିଷ୍ଟଟଲ୍‌ ଆଦି ମଧ୍ୟ ପୃଥିବୀ ଗୋଲ ବୋଲି ଯଥାସାଦ୍ଧ ପ୍ରମାଣ ଦେଇ ସାରିଛନ୍ତି। ପୂରା ବିଶ୍ୱ ବି ସେମାନଙ୍କ ଦାବିକୁ ବିଶ୍ୱାସ କରିଛି। ମାତ୍ର ପୃଥିବୀର ଆକୃତି କିଏ ପୂରା ଭଲ ଭାବେ ଅନୁମାନ ଲଗାଇ ପାରିଛନ୍ତି ଜାଣନ୍ତି କି?

ଆପଣ ଜାଣନ୍ତି କି ପୃଥିବୀର ପ୍ରଥମ ମାନଚିତ୍ର କିଏ ଆଙ୍କିଥିଲେ? ଆଜି ପର୍ଯ୍ୟନ୍ତ ଏହି ଗୋଟିଏ ପ୍ରଶ୍ନ ଅନେକ ଯୁକ୍ତି ଠିଆ କରିଛି। କେତେକ ଏହାର ଶ୍ରେୟ ଗ୍ରୀକ୍‌କୁ ଦେଇଥାନ୍ତି। ଆଉ ଏହି କହନ୍ତି କି ପ୍ରଥମ ଅନ୍ତରୀକ୍ଷ ପ୍ରତିପାଦନ ପରେ ପୃଥିବୀ ମାନଚିତ୍ର ଅଙ୍କାଯାଇ ପାରିଛି।

କେତେକ ଗବେଷକ ଯୁକ୍ତି କରିଛନ୍ତି ଯେ ଖ୍ରୀ.ପୂ ଷଷ୍ଠ ଶତାବ୍ଦୀର ଆନାକ୍ସି ମାଣ୍ଡର ପ୍ରଥମ ପୃଥିବୀ ମାନଚିତ୍ର ଆଙ୍କିଛନ୍ତି, ଯେଉଁଥିରୁ କି ସ୍ପଷ୍ଟ ହୋଇଛି ଯେ ପୃଥିବୀ ଗୋଲାକାର। ମାତ୍ର ପ୍ରଶ୍ନ ହେଉଛି ଏହି ଅନ୍ତିମ ସିନ୍ଧାନ୍ତରେ ସେ ପହଞ୍ଚିଲେ କିପରି?

publive-image

ଆପଣ ଏକ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏକ ଆକୃତି ଅଛି ବୋଲି ପୃଥିବୀ ନିଜେ ଜାଣିବା ପୂର୍ବରୁ ତାହା ଆଉ କାହାକୁ ଜଣା। ସଂସ୍କୃତ ଶ୍ଳୋକରେ ଏ ସଂପର୍କରେ ଉଲ୍ଲେଖ କରାଯାଇଛି। ପୃଥିବୀ କିପରି ଦିଶେ ତାହା ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ଆପଣ ବିଶ୍ୱାସ କରୁନାହାନ୍ତି କି? ତେବେ ମହାଭାରତ ଅଧ୍ୟୟନ କରନ୍ତୁ ଆପଣଙ୍କୁ ବିଶ୍ୱାସ ଆପଣାଛାଏଁ ହୋଇଯିବ।

ପୃଥିବୀର ପ୍ରଥମ ମାନଚିତ୍ର ହଜାର ହଜାର ବର୍ଷ ତଳୁ ଅଙ୍କାଯାଇଛି। ଏହାକୁ ଆଙ୍କିଛନ୍ତି ଭାରତୀୟ ସନ୍ଥ ରାମାନୁଜଚର୍ଯ୍ୟ, ଯିଏକି ମହାଭାରତର ଶ୍ଳୋକଗୁଡ଼ିକୁ ଅନୁବାଦ କରିବା ପରେ ପୃଥିବୀର ପ୍ରକୃତ ରୂପ ବିଷୟରେ ଜଣାଇଛନ୍ତି।

ମହାଭାରତ ଯୁଦ୍ଧ ଆରମ୍ଭରୁ ମହର୍ଷି ବେଦବ୍ୟାସ ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କୁ ନିଜ ଦିବ୍ୟ ଦୃଷ୍ଟି ଦେବା ପରେ ଯୁଦ୍ଧ ସଂପର୍କରେ ବର୍ଣ୍ଣନା କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ସେହି ସମୟରେ ଧୃତରାଷ୍ଟ୍ର ତାଙ୍କୁ ପୃଥିବୀ କିପରି ଦିଶୁଛି ବୋଲି ପ୍ରଶ୍ନ କରିଥିଲେ। ବେଦବ୍ୟାସ ହିଁ ହେଉଛନ୍ତି ପ୍ରଥମ ଯିଏକ ପୃଥିବୀର ରୂପ ବର୍ଣ୍ଣନା କରିଥିଲେ।

ଶ୍ଳୋକର ଅର୍ଥ: ଯେପରି ପୁରୁଷ ଦର୍ପଣରେ ନିଜ ମୁଖ ଦେଖେ। ସେହି ପ୍ରକାର ଏ ଦ୍ୱୀପ(ପୃଥିବୀ) ଚନ୍ଦ୍ରମଣ୍ଡଳରେ ଦେଖାଯାଏ। ଏହାର ଦୁଇଟି ଅଂଶରେ ଓସ୍ତ ଗଛ ଏବଂ ଆଉ ଦୁଇ ଅଂଶରେ ଠେକୁଆ ଦିଶେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe